ଆସିଲା ବଡ ଦୁଃଖଦ ଖବର ; ଦୁର୍ଘଟଣାରେ ଦୁଇ ଯବାନ ସହିଦ
ଜମ୍ମୁ କାଶ୍ମୀରର ଲଦାଖରେ ହୋଇଥିବା ସଡ଼କ ଦୁର୍ଘଟଣାରେ ଦୁଇ ଜଣ ଯବାନଙ୍କ ମୃତ୍ୟୁ ଘଟିଛି। ଶୁକ୍ରବାର ଦିନ ଅଧିକାରୀମାନେ କହିଛନ୍ତି ଯେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ସୈନିକମାନେ ହେଉଛନ୍ତି ହାବିଲଦାର କିଶୋର ବାରା ଏବଂ ସିପାହୀ ସୂରଜ କୁମାର।

ଏହି ସହିଦମାନଙ୍କ ପାର୍ଥିବ ଶରୀରକୁ ସମ୍ମାନର ସହିତ ସେମାନଙ୍କ ଘରକୁ ପଠାଯାଉଛି। ସେନାର ଫାୟାର ଆଣ୍ଡ ଫ୍ୟୁରି କୋର୍ପସ ସୈନିକଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିଛି।
ଲେହସ୍ଥିତ ଫାୟାର ଆଣ୍ଡ ଫ୍ୟୁରି କର୍ପସ ଶୁକ୍ରବାର ଦିନ ସୋସିଆଲ ମିଡିଆରେ ଏକ ପୋଷ୍ଟରେ କହିଛି, "ଜିଓସି, ଫାୟାର ଆଣ୍ଡ ଫ୍ୟୁରି କର୍ପସ ଏବଂ ସମସ୍ତ ସ୍ତରୀୟ କର୍ମଚାରୀମାନେ ୨୦ ମାର୍ଚ୍ଚ ୨୦୨୫ ରେ ଲଦାଖରେ କର୍ତ୍ତବ୍ୟ ପାଳନ ସମୟରେ ସର୍ବୋଚ୍ଚ ବଳିଦାନ ଦେଇଥିବା ହାବଲଦାର କିଶୋର ବାରା ଏବଂ ସିପାହୀ ସୂରଜ କୁମାରଙ୍କୁ ସଲାମ କରୁଛନ୍ତି। ଆମେ ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ପ୍ରକାଶ କରୁଛୁ।"












Click it and Unblock the Notifications