ଚନ୍ଦ୍ର, ସୂର୍ଯ୍ୟ ମିଶନ ପରେ ଏବେ ଶୁକ୍ର ଗ୍ରହ ଉପରେ ଗବେଷଣା ଆରମ୍ଭ କରିବ ISRO, ସୂଚନା ଦେଲେ ଏସ୍ ସୋମନାଥ
Mission Venus: ଚନ୍ଦ୍ର ଏବଂ ସୂର୍ଯ୍ୟ ମିଶନର ଐତିହାସିକ ସଫଳତା ପରେ ବର୍ତ୍ତମାନ 'ଶୁକ୍ର ମିଶନ' ପାଇଁ ପ୍ରସ୍ତୁତ ହେଉଛି 'ଇସ୍ରୋ' । ଇଣ୍ଡିଆନ୍ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ୍ ଅଧ୍ୟକ୍ଷ ଏସ ସୋମନାଥ କହିଛନ୍ତି ଯେ ସୌର ମଣ୍ତଳରେ ସବୁଠାରୁ ଉଜ୍ଜ୍ୱଳ ଗ୍ରହ ଶୁକ୍ରରେ ରିସର୍ଚ୍ଚ କରିବା ପାଇଁ କାର୍ଯ୍ୟ ଆରମ୍ଭ ହୋଇଯାଇଛି ।
ସେ ଆହୁରି କହିଛନ୍ତି ଯେ, ଆଗକୁ ଆରମ୍ଭ ହେବାକୁ ଥିବା ଏହି ମିଶନ ପାଇଁ ପେ ଲୋଡ୍ ବିକଶିତ ହୋଇସାରିଛି। ଦିଲ୍ଲୀର ଭାରତୀୟ ଜାତୀୟ ବିଜ୍ଞାନ ଏକାଡେମୀକୁ ସମ୍ବୋଧିତ କରିବା ବେଳେ ଇସ୍ରୋ ମୁଖ୍ୟ ଏନେଇ ସୂଚନା ଦେଇଥିଲେ । ତେବେ ଆଗକୁ ଇସ୍ରୋ ଅନେକ ଗ୍ରହ ଉପରେ ଗଣେଷଣା ଆରମ୍ଭ କରିବାର ଯୋଜନା ପ୍ରସ୍ତୁତ କରିସାରିଛି । ହେଲେ ବର୍ତ୍ତମାନ ଇସ୍ରୋ ଶୁକ୍ର ଗ୍ରହ ଉପରେ ରିସର୍ଚ୍ଚ କରିବ ପାଇଁ ସମସ୍ତ ପ୍ରସ୍ତୁତି କରିସାରିଛି । ଏଥିପାଇଁ ପେଲୋଡ୍ ଗୁଡିକ ବିକଶିତ ହୋଇସାରିଛି ।

ଏସ୍ ସୋମନାଥ ଆହୁରି କହିଛନ୍ତି ଯେ, ଶୁକ୍ର ଏକ ଆକର୍ଷଣୀୟ ଗ୍ରହ ଏବଂ ଏହାର ଆବିଷ୍କାର ମହାକାଶ ବିଜ୍ଞାନ କ୍ଷେତ୍ରରେ ଅନେକ ସମସ୍ୟାର ସମାଧାନ କରିବାରେ ସହାୟକ ହେବ । ଶୁକ୍ର ରୋମାଞ୍ଚକ ଗ୍ରହ । ଏହାର ବାୟୂମଣ୍ତଳ ମଧ୍ୟ ରହିଛି । ଏହାର ବାୟୁମଣ୍ଡଳୀୟ ଚାପ ପୃଥିବୀର 100 ଗୁଣ ଏବଂ ଏହା ଏସିଡରେ ପରିପୂର୍ଣ୍ଣ । ଏହାର ପୃଷ୍ଠକୁ ପ୍ରବେଶ କରିବା ଅସମ୍ଭବ । ଏହାର ପୃଷ୍ଠଭୂମି କଠିନ କି ନୁହେଁ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ ।
ତେବେ ପୃଥିବୀ ଦିନେ ଶୁକ୍ର ଗ୍ରହରେ ପରିଣିତ ହୋଇପାରେ । 10,000 ବର୍ଷ ପରେ ପୃଥିବୀ ନିଜର ଗୁଣ ପରିବର୍ତ୍ତନ କରିବାର ସମ୍ଭାବନା ରହିଛି ବୋଲି ଏସ୍ ସୋମନାଥ କହିଛନ୍ତି । ପୃଥିବୀ କେବେବି ଏହିପରି ନଥିଲା ବୋଲି ମଧ୍ୟ ସେ କହିଛନ୍ତି ।
ପୃଥିବୀ ଏବଂ ସୂର୍ଯ୍ୟର ନିକଟତମ ଗ୍ରହ ହେଉଥି ଶୁକ୍ର । ESAର ଶୁକ୍ର ଏକ୍ସପ୍ରେସ, 2006 ରୁ 2016 ପର୍ଯ୍ୟନ୍ତ ଏବଂ ଜାପାନର ଆକାସ୍ୟୁକି ଭିନସ୍ କ୍ୟାଇମେଟ୍ ଅର୍ବିଟର୍- 2016ରୁ ଶୁକ୍ରର ପରିକ୍ରମା କରୁଛି ।












Click it and Unblock the Notifications