ଫ୍ଲାଇଟ୍ରେ ଯାତ୍ରୀଙ୍କୁ ଦିଆଗଲା ନିରାମିଷ ଭୋଜନ; ହେଲେ ବାହାରିଲା ଚିକେନ୍ ଖଣ୍ଡ
ନିରାମିଷ ବଦଳରେ ଆସିଲା ଚିକେନ୍ । ଯାତ୍ରୀଙ୍କୁ ପରଷାଗଲା ଶୁଦ୍ଧ ଶାକାହାରୀ ଭୋଜନ । ହେଲେ ତାହା ଭିତରେ ଥିଲା ଚିକେନ ଖଣ୍ଡ । ଏପରି ସାଂଘାତିକ ତ୍ରୁଟି ଏୟାର ଇଣ୍ଡିଆ ଫ୍ଲାଇଟ୍ରେ ହୋଇଛି । ଯାତ୍ରୀଜଣକ ଏହାର ଭିଡିଓ ସୋଶାଲ ମିଡିଆ Xରେ ପୋଷ୍ଟ କରିଛ ନ୍ତି।
ସୂଚନା ଅନୁସାରେ, କାଲିକଟରୁ ମୁମ୍ବାଇ ନିମନ୍ତେ ଯିବାକୁ ଥିବା ଫ୍ଲାଇଟ୍ ଘଣ୍ଟାଏ ବିଳମ୍ବ ଥିଲା । ଯାତ୍ରୀମାନେ ଏନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ପରେ ବିମାନଟି ଉଡ଼ାଣ ଆରମ୍ଭ କରିଥିଲା । ଉଡାଣ ପରେ ସେଥିରେ ଥିବା ବୀରା ଜୈନ ନାମ୍ନୀ ଯୁବତୀ ଶାକାହାରୀ ଭୋଜନ ଅର୍ଡର କରିଥିଲେ । କିଛି ସମୟ ପରେ ତାଙ୍କୁ ଯେଉଁ ପ୍ୟାକେଟ ପରସା ଗଲା ତାହା ଉପରେ ଶାକାହାରୀ ବୋଲି ଲେଖା ଯାଇଥିଲା।

ହେଲେ ଯେତେବଳେ ସେ ପ୍ୟାକେଟ ଖୋଲିଲେ ଆଶ୍ଚର୍ଯ୍ୟ ହୋଇଗଲେ। କାରଣ ପ୍ୟାକେଟ ଭିତରେ ଥିବା ଖାଦ୍ୟରେ ପଡ଼ିଥିଲା ଚିକେନ ଖଣ୍ଡ ।
ଏନେଇ ବୀରା ତୁରନ୍ତ ବିମାନ ପରିଚାରିକାଙ୍କୁ ଅବଗତ କରିଥିଲେ। ପରିଚାରିକାଜଣକ ତୁରନ୍ତ ତାଙ୍କୁ କ୍ଷମା ମାଗିଥିଲେ । ଏହା ନୂଆ ଘଟଣା ନୁହେଁ । ଏୟାର ଇଣ୍ଡିଆ ବିମାନରେ ପୂର୍ବରୁ ବି ଯାତ୍ରୀମାନେ ଏପରି ଅଭିଯୋଗ ଆଣୁଥିବା ଦେଖାଦେଇଛି ।
On my @airindia flight AI582, I was served a veg meal with chicken pieces in it! I boarded the flight from Calicut airport. This was a flight that was supposed to take off at 18:40PM but left the airport at 19:40PM.
— Veera Jain (@VeeraJain) January 9, 2024
Details-
AI582
PNR- 6NZK9R
Seats- 10E, 10F#AirIndia pic.twitter.com/LlyK6ywleB
ବୀରା ଜୈନ ଟ୍ୱିଟ କରିବା ପରେ ଏୟାର ଇଣ୍ଡିଆ ପକ୍ଷରୁ ତାହାକୁ ଡିଲିଟ କରିବାକୁ ତାଙ୍କୁ ଅପିଲ୍ କରାଯାଇଛି । ଡିଲିଟ କରିବାକୁ ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ ବୀରାଙ୍କୁ ନିବେଦନ କରିଛନ୍ତି ।
ଏୟାର ଇଣ୍ଡିଆର ଏପରି ଦାୟିତ୍ୱହୀନତା ଯୋଗୁ ଯାତ୍ରୀ ଜଣକ ହଇରାଣ ହୋଇଥିବା ଅଭିଯୋଗ କରିଛନ୍ତି । ବୀରା ମୁମ୍ବାଇରୁ ଟ୍ରେନ୍ରେ ଯିବାକୁ ଟିକେଟ କରିଥିଲେ । ଫ୍ଲାଇଟ୍ଟି ବିଳମ୍ବରେ ପହଞ୍ଚିବାରୁ ବୀରା ଜୈନ ଟ୍ରେନ୍ ଯାତ୍ରା କରି ପାରି ନ ଥିବା କହିଛନ୍ତି ।












Click it and Unblock the Notifications