କେରଳ ମନ୍ଦିରରେ 'ଭେଜିଟେରିଆନ' କୁମ୍ଭୀରର ଦେହାନ୍ତ

କେରଳ କାଶରଗଡର ପଦ୍ମନାଭ ମନ୍ଦିରରେ ଦୀର୍ଘ ବର୍ଷ ଧରି ରହିଆସୁଥିବା ଏହି କୁମ୍ଭୀରର 75 ବର୍ଷ ବୟସରେ ମୃତ୍ୟୁ ଘଟିଛି ।

ଥିରୁଅନନ୍ତପୁରମ: ସାଧାରଣତଃ କୁମ୍ଭୀର କଥା ଶୁଣିଲେ ଆପଣଙ୍କ ମନରେ ଭୟ ଆସେ । କୁମ୍ଭୀରକୁ ଡରି କେହି କେହି ନଦୀକୁ ମଧ୍ୟ ଯାଇ ନଥାନ୍ତି । କାରଣ ଏଭଳି ଏକ ପ୍ରାଣୀ ଯିଏ ମଣିଷକୁ ବି ଗିଳିଦେଇଥାଏ । କିନ୍ତୁ କେରଳର ପଦ୍ମନାଭ ମନ୍ଦିରରେ ଦେଖିବାକୁ ମିଳିଥିଲା ଏକ ଅସାଧାରଣ କୁମ୍ଭୀର । ଯିଏ ମଣିଷ କଣ ମାଛଟିଏ ବି ସ୍ପର୍ଶ କରେ ନାହିଁ । ଅର୍ଥାତ ସୁଦ୍ଧ ଶାକାହାରୀ କୁମ୍ଭୀର ।

vegetarian crocodile

କେରଳ କାଶରଗଡର ପଦ୍ମନାଭ ମନ୍ଦିରରେ ଦୀର୍ଘ ବର୍ଷ ଧରି ରହିଆସୁଥିବା ଏହି କୁମ୍ଭୀରର 75 ବର୍ଷ ବୟସରେ ମୃତ୍ୟୁ ଘଟିଛି । ମୃତ୍ୟୁ ପୂର୍ବରୁ ଦୁଇ ଦିନ ଧରି ସେ ନିଖୋଜ ଥିବା ଜଣା ପଡିବା ପରେ ଖୋଜା ଖୋଜି ହୋଇଥିଲା । ଏହା ପରେ ମୃତ କୁମ୍ଭୀରକୁ ଉଦ୍ଧାର କରି କଫିନରେ ରଖି ନିୟମ ଅନୁସାରେ ସଂସ୍କାର କରାଯାଇଛି । ତେବେ କୁମ୍ଭୀରଟି ଅନ୍ୟ କୁମ୍ଭୀରମାନଙ୍କ ଠାରୁ ଭିନ୍ନ ଥିବାରୁ ତାର ଏପରି ସ୍ବତନ୍ତ୍ର ସଂସ୍କାର କରାଯାଇଥିବା ନେଇ କୁହାଯାଉଛି ।

ପଦ୍ମନାଭ ମନ୍ଦିରର ପୋଖରୀରେ ରହିଥାଏ ଏହି କୁମ୍ଭୀର । ନାମ ବବିୟା । ପ୍ରତିଦିନ ସକାଳ ହେବା ମାତ୍ରେ ବବିୟା ମନ୍ଦିର ଭିତରକୁ ପ୍ରବେଶ କରି ଠାକୁରଙ୍କ ଦର୍ଶନ କରିଥାଏ । ଏହାପରେ ପୂଜକ ଦେଉଥିବା ପ୍ରସାଦ ସେବନ କରିଥାଏ । ନିକଟରେ ମନ୍ଦିରରେ ପ୍ରବେଶ କରିଥିବା ବବିୟାର ଫଟୋ ସୋଶଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା । ତେବେ ମନ୍ଦିରର ପୂଜକଙ୍କ କହିବା ଅନୁସାରେ, ଏହି କୁମ୍ଭୀର କେବେ ହେଲେ ମାଛ ବି ଖାଏ ନାହିଁ। ଯେଉଁ ପ୍ରସାଦ ଦିଆ ଯାଏ ତାକୁ ମହାଆନନ୍ଦରେ ଖାଇଥାଏ । ତେବେ ଏଭଳି ଭଗବାନ ଭକ୍ତି ଦେଖି ଲୋକେ ଆଶର୍ଯ୍ୟ ହୋଇଥାନ୍ତି । ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁ ମଧ୍ୟ ଏହି କୁମ୍ଭୀରକୁ ଦେଖିବାକୁ ମଧ୍ୟ ଆସିଥାନ୍ତି ।

ମନ୍ଦିରର ଇତିହାସ
ମନ୍ଦିରରର ପ୍ରବେଶ ଦ୍ବାରରେ ରହିଛି ଏକ ଗୁମ୍ଫା । ଏହି ଗୁମ୍ଫା ଖୁବ ଲମ୍ବା , କାରଣ ଏହା କାଶରଗଡରୁ ଥିରୁଅନନ୍ତପୁରମ ପର୍ଯ୍ୟନ୍ତ ବ୍ୟାପିଛି । ଏହି ମନ୍ଦିରରକୁ ଥିରୁଅନନ୍ତପୁରମର ପ୍ରସିଦ୍ଧ ଅନନ୍ତ ପଦ୍ମନାଭ ସ୍ବାମୀ ମନ୍ଦିରର 'ମଦର ଟେମ୍ପଲ' ବୋଲି କୁହାଯାଏ । କିମ୍ବଦନ୍ତୀ ଅନୁସାରେ ଭଗବାନ ବିଷ୍ଣୁ ଏହି ଅନନ୍ତ ପଦ୍ମନାଭ ସ୍ବାମୀ ମନ୍ଦିରକୁ ଆସିଥିବା ବେଳେ ବିଶ୍ରାମ କରିଥିଲେ। ଏଥିପାଇଁ ମନ୍ଦିରରେ ଏଥିଲାଗି ମନ୍ଦିରରେ ଭଗବାନ ବିଷ୍ଣୁଙ୍କ ଶୟନ ଅବସ୍ଥାରେ ଏକ ମୂର୍ତ୍ତି ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+