Get Updates
Get notified of breaking news, exclusive insights, and must-see stories!

ସେପ୍ଟେମ୍ବରରୁ ଶସ୍ତା ହେବ ପନିପରିବା: ଆରବିଆଇ ଗଭର୍ନର

ନୂଆଦିଲ୍ଲୀ: ଆସନ୍ତା ମାସ (ସେପ୍ଟେମ୍ବର) ରୁ ଶସ୍ତା ହେବ ପନିପରିବା । ସେପ୍ଟେମ୍ବରରୁ ପନିପରିବା ଦର ମୂଳ ଦାମକୁ ଫେରିବ । ଏନେଇ ଆରବିଆଇ ଗଭର୍ନର ଶଶିକାନ୍ତ ଦାସ ସୂଚନା ଦେଇଛନ୍ତି ।

ସୂଚନାଥାଉ କି, ପନିପରିବା ଏବଂ ଶସ୍ୟର ମୂଲ୍ୟ ବୃଦ୍ଧି ହେତୁ ଜୁଲାଇରେ ଖୁଚୁରା ମୁଦ୍ରାସ୍ଫୀତି 7.44% କୁ ବୃଦ୍ଧି ପାଇ 15 ମାସ ମଧ୍ୟରେ ସର୍ବାଧିକ ହୋଇଛି । ଶକ୍ତିକାନ୍ତ ଦାସ କହିଛନ୍ତି ଯେ ସେପ୍ଟେମ୍ବରରୁ ଭାରତରେ ପନିପରିବା ଦର ହ୍ରାସ ହୋଇପାରେ । ଟମାଟୋର ମୂଲ୍ୟ ମଧ୍ୟ କେଜି ପିଛା 200ରୁ ହ୍ରାସ ପାଇ 50 ଟଙ୍କାରେ ପହଞ୍ଚିଛି । ସେପ୍ଟେମ୍ବରରେ ଏହାର ମୂଲ୍ୟ ଆହୁରି ହ୍ରାସ ପାଇବ ବୋଲି ଆଶା କରାଯାଉଛି ।

Vegetable

ସେ କହିଛନ୍ତି ଯେ ଶସ୍ୟ ମୂଲ୍ୟ ଉପରେ ହ୍ରାସ ଅନୁମାନ କରାଯାଉଛି । କିନ୍ତୁ ପରିବେଶ ଓ ପାଣିପାଗ ଏଥିରେ ବାଧା ସୃଷ୍ଟି କରିପାରେ । ଶକ୍ତିକାନ୍ତ ଦାସ କହିଛନ୍ତି ଯେ ମୂଳ ମୁଦ୍ରାସ୍ଫୀତି ବୃଦ୍ଧି ସତ୍ତ୍ୱେ ଗତ କିଛି ମାସ ମଧ୍ୟରେ ଏହା କ୍ରମାଗତ ହ୍ରାସ ପାଇଛି ।

ତେବେ ପନିପରିବା ଏବଂ ଶସ୍ୟ ଯୋଗାଣ ନିଶ୍ଚିତ କରିବାକୁ ସରକାର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଉଛନ୍ତି । ଏହାର ଫଳାଫଳ ହେଉଛି ମୂଲ୍ୟ ହ୍ରାସ ପାଇବାରେ ଲାଗିଛି । ଚାହିଦା ଅନୁଯାୟୀ, ବେପାରିମାନେ ମଣ୍ଡିରେ ପହଞ୍ଚିବା ଆରମ୍ଭ କରିବେ । ଫଳରେ ମୂଲ୍ୟ ତଳକୁ ଖସିବାରେ ଲାଗିବ। ଦାଶ କହିଛନ୍ତି ମୁଦ୍ରାସ୍ଫୀତ 4 ପ୍ରତିଶତ ରଖିବା ପାଇଁ କେନ୍ଦ୍ରୀୟ ବ୍ୟାଙ୍କ ପ୍ରତିବଦ୍ଧ। ସୂଚନାଯୋଗ୍ୟ, ଗତ ତିନୋଟି ମୁଦ୍ରା ନୀତି ସମୀକ୍ଷାରେ ଆରବିଆଇ ପ୍ରମୁଖ ନୀତି ସୁଧ ହାରକୁ ଅପରିବର୍ତ୍ତିତ ରଖିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+