ଓଡ଼ିଶା ସରକାରଙ୍କ ସହ ୧ ଲକ୍ଷ କୋଟି ଟଙ୍କାର MOU ସ୍ୱାକ୍ଷରିତ କଲା ବେଦାନ୍ତ

ଭୁବନେଶ୍ୱର: ପ୍ରାକୃତିକ ସମ୍ପଦ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ବିଶ୍ୱସ୍ତରରେ ଅଗ୍ରଣୀ ତଥା ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଓଡ଼ିଶାର ପ୍ରଗତିରେ ଅଂଶୀଦାର ଥିବା ବେଦାନ୍ତ ଲିମିଟେଡ୍‌ ଭୁବନେଶ୍ୱରରେ ଆୟୋଜିତ ରାଜ୍ୟ ବିଶ୍ୱସ୍ତରୀୟ ନିବେଶ କନକ୍ଲେଭ ଉକ୍ରର୍ଷ ଓଡ଼ିଶାର ପ୍ରଥମ ଦିନରେ ଆଜି ଓଡିଶା ସରକାରଙ୍କ ସହ ୧ ଲକ୍ଷ କୋଟି ଟଙ୍କାର ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଛି । ଉତ୍କର୍ଷ ଓଡ଼ିଶାର ଉଦ୍‌ଘାଟନୀ ଦିନରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ବେଦାନ୍ତ ଲିମିଟେଡର ଅଧ୍ୟକ୍ଷ ଅନିଲ ଅଗ୍ରୱାଲଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା ।

ଏହି ସହଭାଗିତା ମଧ୍ୟରେ ବାର୍ଷିକ ୩ ନିୟୁତ ଟନ୍‌ ଆଲୁମିନିୟମ ପ୍ଲାଂଟ୍‌ ଏବଂ ଆଲୁମିନିୟମ ପାର୍କର ବିକାଶ ଅନ୍ତର୍ଭୁକ୍ତ ରହିଛି ଯାହା ଆଲୁମିନିୟମ୍‌ ଉତ୍ପାଦର ଡାଉନଷ୍ଟ୍ରିମ୍‌ ଉତ୍ପାଦନକାରୀଙ୍କ ପାଇଁ ଏକ ପ୍ରମୁଖ କେନ୍ଦ୍ର ଭାବେ ଉଭା ହେବାକୁ ଯାଉଛି । ଏହି ପଦକ୍ଷେପ କେବଳ ବିଶ୍ୱ ଆଲୁମିନିୟମ ମୂଲ୍ୟ ଶୃଙ୍ଖଳାରେ ଓଡ଼ିଶାର ଗୁରୁତ୍ୱୂର୍ଣ୍ଣ ଭୂମିକାକୁ ସୁଦୃଢ଼ କରିବ ନାହିଁ, ବରଂ ୨ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ଏବଂ ଅଟୋମୋବାଇଲ, ଶକ୍ତି, ନିର୍ମାଣ ଏବଂ ଲଜିଷ୍ଟିକ୍ସ ଭଳି କ୍ଷେତ୍ରରେ ଏମଏସଏମଇ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବ ।

Vedanta signs MoU worth Rs 1 lakh crore with Odisha govt

ବେଦାନ୍ତ ଲିମିଟେଡର ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ କହିଛନ୍ତି ଯେ, "ବେଦାନ୍ତର ଅଭିବୃଦ୍ଧି କାହାଣୀରେ ଓଡ଼ିଶା ସର୍ବଦା ଅବିଚ୍ଛେଦ୍ୟ ଅଙ୍ଗ ରହିଆସିଛି ଏବଂ ଏହାର ସମ୍ବଳ ଭାରତର ଉନ୍ନତିରେ ଏକ ଅବିସ୍ମରଣୀୟ ଭୂମିକା ଗ୍ରହଣ କରିଛି । ଏହି ବୁଝାମଣାପତ୍ର ରାଜ୍ୟରେ ବ୍ୟାପକ ଶିଳ୍ପାୟନ ଏବଂ ସାମାଜିକ-ଅର୍ଥନୈତିକ ବିକାଶ ଦିଗରେ ଏକ ଗୁରୁତ୍ୱୂର୍ଣ୍ଣ ପଦକ୍ଷେପ ଏବଂ ଏହାର ପ୍ରଗତି ପ୍ରତି ଆମର ପ୍ରତିବଦ୍ଧତାକୁ ଦୋହରାଇଛି ।' ଓଡ଼ିଶା ସରକାରଙ୍କ ସହ ଆମର ଦଶନ୍ଧି ଧରି ସହଯୋଗକୁ ସୁଦୃଢ଼ କରିବା, ରାଜ୍ୟରେ ଲକ୍ଷ ଲକ୍ଷ ଲୋକଙ୍କ ସ୍ଥାୟୀ ଅଭିବୃଦ୍ଧି, ଦକ୍ଷତା ବିକାଶ ଏବଂ ଉନ୍ନତ ମାନର ଜୀବନ ଧାରଣକୁ ସୁନିଶ୍ଚିତ କରିବା ପାଇଁ ଆମେ ଗର୍ବିତ ବୋଲି ସେ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+