Get Updates
Get notified of breaking news, exclusive insights, and must-see stories!

ରାଜ୍ୟଗୁଡ଼ିକୁ ଲାଭାନ୍ୱିତ କରିବ ବିକଶିତ ଭାରତ ଜି.ରାମ.ଜି. ଆଇନ;ଷ୍ଟେଟବ୍ୟାଙ୍କର ରିପୋର୍ଟ

ବିକଶିତ ଭାରତ ଜି.ରାମ.ଜି. ଆଇନ ବହୁତଗୁଡ଼ିଏ ରାଜ୍ୟକୁ ଗତ ୭ ବର୍ଷରେ ଆବଣ୍ଟିତ ଅର୍ଥ ତୁଳନାରେ ଏବେ ୧୭ ହଜାର କୋଟି ଟଙ୍କାର ଆବଣ୍ଟନରେ ଲାଭାନ୍ୱିତ କରିବ । ୨୦ ବର୍ଷ ତଳର ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମନିଯୁକ୍ତି ଗ୍ୟାରେଣ୍ଟି ନିୟମ ପରିବର୍ତ୍ତେ ଏହି ନୂଆ ଆଇନ କାର୍ଯ୍ୟକାରୀ ହେବ । ଭାରତୀୟ ଷ୍ଟେଟ୍‍ବ୍ୟାଙ୍କ ଦ୍ୱାରା ପ୍ରକାଶିତ ଏକ ଗବେଷଣାଭିତ୍ତିକ ରିପୋର୍ଟ ଅନୁଯାୟୀ, ଏଥିରେ ରାଜ୍ୟଗୁଡ଼ିକୁ ଆବଣ୍ଟନ କରାଯାଉଥିବା ଅର୍ଥରାଶି ବୃଦ୍ଧି ପାଇବ ।

ରିପୋର୍ଟ ଅନୁଯାୟୀ, ମନରେଗା ତୁଳନାରେ ବିକଶିତ ଭାରତ ଜି.ରାମ.ଜି. ଯୋଜନାର ଢ଼ାଞ୍ଚାରେ ପରିବର୍ତ୍ତନମୂଳକ ସ୍ୱଚ୍ଛତାକୁ ଅଧିକ ପ୍ରାଧାନ୍ୟ ଦିଆଯାଇଛି। ପ୍ରକଳ୍ପ ଚିହ୍ନଟ କରିବା, ଆୟ ସୃଷ୍ଟି କରିବା ଏବଂ ନିରୀକ୍ଷଣ ବ୍ୟବସ୍ଥାକୁ ସୁଦୃଢ଼ କରିବା ଭଳି ପ୍ରକ୍ରିୟା ଏହି ଆଇନରେ ରହିଛି ।

SBI

ଭାରତୀୟ ଷ୍ଟେଟବ୍ୟାଙ୍କ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଡକ୍ଟର ସୌମ୍ୟକାନ୍ତି ଘୋଷ କହିଛନ୍ତି, ଏହି ଆଇନ ଦ୍ୱାରା ଢ଼ାଞ୍ଚାଗତ ଦୁର୍ବଳତାକୁଚିହ୍ନଟ କରାଯାଇ କର୍ମନିଯୁକ୍ତି ସୃଷ୍ଟି, ସ୍ୱଚ୍ଛତା, ଯୋଜନା ଏବଂ ଉତ୍ତରଦାୟିତ୍ୱକୁ ପ୍ରତ୍ୟେକ ପର୍ଯ୍ୟାୟରେ ଦୃଢ଼ କରାଯାଇଛି । ସଦ୍ୟ ସମାପ୍ତ ସଂସଦର ଶୀତକାଳୀନ ଅଧିବେଶନରେ ଏହି ନୂଆ ବିଧେୟକ ପାରିତ ହେବା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସ୍ୱୀକୃତି ପ୍ରଦାନ କରିଛନ୍ତି । ଏହି ଯୋଜନାରେ ଶହେଦିନ ପରିବର୍ତ୍ତେ ଗ୍ରାମୀଣ ପରିବାରଗୁଡ଼ିକୁ ୧୨୫ ଦିନର କର୍ମନିଯୁକ୍ତି ମିଳିପାରିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+