ବହୁ ବିରୋଧ ପରେ ଲୋକସଭାରେ ପାସ୍ ହେଲା ଭିବି-ଜି ରାମ୍-ଜି ବିଲ୍

ବହୁ ବିରୋଧ ପରେ ଲୋକସଭାରେ ପାରିତ ହେଲା ଭିବି-ଜି ରାମ୍-ଜି ବିଲ୍ । ଗ୍ରାମୀଣ ନିଯୁକ୍ତି ଆଇନରୁ ମହାତ୍ମା ଗାନ୍ଧୀଙ୍କ ନାମ ହଟାଇବା ନେଇ ବିରୋଧୀ ଦଳଗୁଡ଼ିକର ବିରୋଧ ମଧ୍ୟରେ ଲୋକସଭାରେ ଆଜି ପାରିତ ହୋଇଛି ବିଲ୍ । ୟୁପିଏ ସରକାର ସମୟରୁ ପ୍ରଚଳିତ ମନରେଗା ଯୋଜନାର ନାମ ପରିବର୍ତ୍ତନ କରାଯିବାକୁ ନେଇ ଚଳିତ ଅଧିବେଶନ ଆରମ୍ଭରୁ ଉଭୟ ଶାସକ ବିରୋଧୀଙ୍କ ମଧ୍ୟରେ ରାଜନୈତିକ ଉସ୍ମତା ଦେଖା ଦେଇଥିଲା ।

VB-G RAM-G Bill

ଗ୍ରାମୀଣ ନିଯୁକ୍ତି ଆଇନରୁ ମହାତ୍ମା ଗାନ୍ଧୀଙ୍କ ନାମ ହଟାଇବା ନେଇ ବିରୋଧୀ ଦଳଗୁଡ଼ିକର ବିରୋଧ ମଧ୍ୟରେ ଲୋକସଭାରେ ଭିବି-ଜି ରାମ୍-ଜି ବିଲ୍ବିଲ୍, ୨୦୨୫ ପାସ୍ କରିଛି । କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂହ ଚୌହାନ ସଂସଦରେ ଭାଷଣ ଦେବା ସମୟରେ ବିରୋଧୀ ଦଳଗୁଡ଼ିକୁ ସମାଲୋଚନା କରି କହିଥିଲେ ଯେ ନିର୍ବାଚନ ଯୋଗୁଁ ପୂର୍ବ ଏନଆରଇଜିଏ(NREGA) ଆଇନରେ ମହାତ୍ମା ଗାନ୍ଧୀଙ୍କ ନାମ ଯୋଡା ଯାଇଥିଲା । ୨୦୦୯ ନିର୍ବାଚନକୁ ଆଖି ଆଗରେ ରଖି ଏନଆରଇଜିଏରେ ମହାତ୍ମା ଗାନ୍ଧୀଙ୍କ ନାମ ଯୋଡା ଯାଇଥିଲା ବୋଲି ମନ୍ତ୍ରୀ ଶ୍ରୀ ଚୌହାନ କହିଥିଲେ ।

ଅଲୋଚନା ସମୟରେ ଅନେକ ବିରୋଧ ଦେଖିବାକୁ ମିଳିଥିଲା । ବିଶେଷ କରି ବିରୋଧୀ ସାଂସଦ ମାନେ ଯୋଜନରୁ ମହାତ୍ମା ଗାନ୍ଧୀଙ୍କ ନାମ ହଟାଯିବାକୁ ନେଇ ପ୍ରବଳ ହଟ୍ଟଗୋଳ କରିଥିଲେ । ଗତ ୧୬ତାରିଖରେ ପ୍ରସ୍ତାବ ଗୃହୀତ ସମୟରେ ଗୃହରେ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ଓ ଶଶୀ ତରୁର ପ୍ରବଳ ବିରୋଧ କରିଥିଲେ । ଫଳରେ ଗୃହ ମୁଲତବୀ ରହିବା ସହ ସାଂସଦ ମାନେ ସଂସଦ ପରିସରେକ ଥିବା ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+