ଆସନ୍ତାକାଲି ଭାଟିକାନ ସିଟିରେ ପୋପ୍ ଫ୍ରାନ୍ସିସ୍ଙ୍କର ହେବ ଶେଷକୃତ୍ୟ
ପୋପ୍ ଫ୍ରାନ୍ସିସ୍ଙ୍କର ଶେଷକୃତ୍ୟରେ ଯୋଗଦେବା ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭାଟିକାନ ସିଟିଠାରେ ପହଞ୍ôଚଛନ୍ତି । ଏହି ଦୁଇଦିନିଆ ଗସ୍ତରେ ରାଷ୍ଟ୍ରପତିଙ୍କ ସହ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ, ସଂଖ୍ୟାଲଘୁ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଜଜ୍ର୍ କୁରିଆନ ଏବଂ ଗୋଆ ବିଧାନସଭାର ଉପବାଚସ୍ପତି ଜୋସୁଆ ଡି. ସୌଜା ଯାଇଛନ୍ତି ।

ରାଷ୍ଟ୍ରପତି ମୁର୍ମୁ ଭାରତ ସରକାର ଏବଂ ଦେଶବାସୀଙ୍କ ପକ୍ଷରୁ ପୋପ୍ଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ । ଅନ୍ୟପକ୍ଷରେ ଆସନ୍ତାକାଲି ପୋପ୍ଙ୍କର ଶେଷକୃତ୍ୟ ଅବସରରେ ଭାରତରେ ରାଷ୍ଟ୍ରୀୟ ଶୋକ ପାଳନ କରାଯିବ ବୋଲି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି । ମନ୍ତ୍ରଣାଳୟ କହିଛି ଆସନ୍ତାକାଲି ଜାତୀୟ ପତାକା ଅର୍ଦ୍ଧନମିତ ରହିବା ସହ କୌଣସି ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ନାହିଁ ।












Click it and Unblock the Notifications