ମୁଖ୍ୟମନ୍ତ୍ରୀ ଚୌକି ପାଇଁ ଛକାପଞ୍ଝା, ଜେ.ପି ନଡ୍ଡାଙ୍କୁ ଭେଟିଲେ ଭସୁନ୍ଧରା ରାଜେ
Rajasthan Assembly Election: ୪ ଦିନ ହେବ ନିର୍ବାଚନ ଫଳାଫଳ ଘୋଷଣା ସରିଲାଣି ହେଲେ ଏପର୍ଯ୍ୟନ୍ତ ୩ରାଜ୍ୟର କିଏ ମୁଖ୍ୟମନ୍ତ୍ରୀ ହେବେ ତାକୁ ନେଇ ଲାଗିରହିଛି କଳ୍ପନଜଳ୍ପନା । ମଧ୍ୟପ୍ରଦେଶ, ଛତିଶଗଡ଼ ଏବଂ ରାଜସ୍ଥାନରେ ବିଜେପି ଗଢିବ ସରକାର ହେଲେ ମୁଖ୍ୟମନ୍ତ୍ରୀ କିଏ ହେବେ ସେ ନେଇ ନିଷ୍ପତ୍ତି ନେଇ ପାରିନାହିଁ ଦଳ । ରିପୋର୍ଟ ଅନୁସାରେ ଆସନ୍ତାକାଲି ଦଳ ପର୍ଯ୍ୟବେକ୍ଷକ ନିଯୁକ୍ତ କରିପାରେ ।
ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ସନ୍ଦେହ ମଧ୍ୟରେ ପୂର୍ବତନ ସିଏମ୍ ଭସୁନ୍ଧରା ରାଜେ ଦିଲ୍ଲୀରେ ବିଜେପି ସଭାପତି ଜେ.ପି ନାଡ୍ଡାଙ୍କୁ ଭେଟିଛନ୍ତି। ସେ ତାଙ୍କ ପୁଅ ତଥା ସାଂସଦ ଦୁଶନ୍ତ ସିଂଙ୍କ ସହ ନଡ୍ଡାଙ୍କ ବାସଭବନରେ ପହଞ୍ଚିଥିଲେ । ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ବିଜେପି ଏପର୍ଯ୍ୟନ୍ତ କୌଣସି ନେତାଙ୍କ ନାମ ଘୋଷଣା କରିନାହିଁ, କିନ୍ତୁ ପୂର୍ବତନ ସିଏମ୍ ଭସୁନ୍ଧରା ରାଜେଙ୍କ ବ୍ୟତୀତ ଅନ୍ୟ କେତେକ ନେତାଙ୍କ ନାମକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏଥିମଧ୍ୟରୁ ବାବା ବାଲକନାଥଙ୍କ ନାମକୁ ନେଇ ଅନେକ ଆଲୋଚନା ହେଉଛି।

ସେହିପରି ବାବା ବାଲକନାଥ ବିଜେପି ବିଧାୟକ ଗୁରୁବାର (7 ଡିସେମ୍ବର) ଦିନ ଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଭେଟିଛନ୍ତି। ସେ ସାଂସଦ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି। ସେ ରାଜସ୍ଥାନର ଅଲୱାରର ଲୋକସଭା ସଦସ୍ୟ ଥିଲେ।
ସୂଚନାଥାଉ ଯେ, ସୋମବାର ଏବଂ ମଙ୍ଗଳବାର ଦିନ ଜୟପୁରର ସିଭିଲ୍ ଲାଇନରେ ଥିବା ଭସୁନ୍ଧରା ରାଜେଙ୍କ ବାସଭବନରେ ପ୍ରାୟ 60 ଜଣ ନୂତନ ନିର୍ବାଚିତ ବିଧାୟକ ପହଞ୍ଚଥିଲେ । ପୂର୍ବରୁ ୨ ଥର ବସୁନ୍ଧରା ରାଜେ ମୁଖ୍ୟମନ୍ତ୍ରୀ ହୋଇସାରିଛନ୍ତି ଏବଂ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ତାଙ୍କ ନାଁ ଆଗରେ ରହିଛି । ସିଏମ ପଦବୀ ପାଇଁ ବିଜେପିର ସଂସଦୀୟ ବୋର୍ଡ ନିଷ୍ପତ୍ତି ନେବାକୁ ପଡିବ। ବିଧାନସଭା ପାର୍ଟି ବୈଠକ ସମ୍ପର୍କରେ ବିଜେପି ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଘୋଷଣା କରାଯାଇ ନାହିଁ।
ତେବେ ରବିବାର ଡିସେମ୍ବର 3 ଘୋଷିଆ କରାଯାଇଥିଲା ନିର୍ବାଚନ ଫଳାଫଳ ଅନୁସାରେ ରାଜସ୍ଥାନ ବିଧାନସଭା ନିର୍ବାଚନରେ ବିଜେପି 115 ଟି ସିଟ୍ ଜିତିଥିବାବେଳେ କଂଗ୍ରେସ ମାତ୍ର 69 ଟି ସିଟ୍ ଜିତିଛି। ରାଜ୍ୟରେ ସଂଖ୍ୟାଗରିଷ୍ଠତା ହେଉଛି 100 ଟି ସିଟ୍ । ଏଥର ରାଜସ୍ଥାନର 200 ବିଧାନସଭା ଆସନ ମଧ୍ୟରୁ 199 ରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ବାସ୍ତବରେ କଂଗ୍ରେସ ପ୍ରାର୍ଥୀଙ୍କ ମୃତ୍ୟୁ କାରଣରୁ କରଣପୁର ଆସନରେ ନିର୍ବାଚନ ସ୍ଥଗିତ ରଖାଯାଇଥିଲା। ବର୍ତ୍ତମାନ ଏହି ଆସନ ପାଇଁ ନିର୍ବାଚନ ଜାନୁଆରୀ 5 ରେ ଅନୁଷ୍ଠିତ ହେବ ଏବଂ ଫଳାଫଳ ଜାନୁଆରୀ 8 ରେ ଘୋଷଣା କରାଯିବ।












Click it and Unblock the Notifications