Vastu Tips: ଘରେ ରଖନ୍ତୁ ଏହି ସବୁ ଜିନିଷ, ମି ମିଳିବ ଅତ୍ୟନ୍ତ ଶୁଭଫଳ
ସାଧାରଣତଃ ଆମେ ଘରକୁ ମନ୍ଦିର ସହ ତୁଳନା କରିଥାଉ। ମନ୍ଦିରକୁ ଗଲେ ଯେମିତି ଶାନ୍ତି ମିଳିଥାଏ, ନିଜ ଘରେ ମଧ୍ୟ ସୁଖ ଓ ଶାନ୍ତି ରଖିବାକୁ ସମସ୍ତେ ଚାହାଁନ୍ତି। ବାସ୍ତୁଶାସ୍ତ୍ର ଅନୁସାରେ ଘରେ ଶାନ୍ତି ଓ ଧନ ବୃଦ୍ଧି ପାଇଁ କିଛିଟା ବିଷୟ ଉପରେ ଧ୍ୟାନ ଦେବାକୁ ପଡ଼ିଥାଏ। ଆସନ୍ତୁ ଜାଣିବା କ'ଣ କଲେ ଘରେ ସୁଖଶାନ୍ତି ବଜାଇ ରହିବା ସହ ଧନ ବୃଦ୍ଧି ହୋଇଥାଏ।
ପଞ୍ଚମୁଖୀ ହନୁମାନ ଫଟୋ
ଘରେ ପଞ୍ଚମୁଖୀ ହନୁମାନଙ୍କ ଫଟୋ ଲଗାନ୍ତୁ। ଏହା ଲଗାଇବା ଦ୍ୱାରା ଘରେ ଥିବା ନକାରାତ୍ମକ ଶକ୍ତି ଦୂର ହେବ। ଯେଉଁ କାମ କରିବେ ସେଥିରେ ସଫଳତ ଅର୍ଜନ କରିବେ।

ପେଚାର ଫଟୋ
ଘରେ ଦୁଇଟି ପେଚା ଥିବା ଫଟୋ ଲଗାନ୍ତୁ। ପେଚା ମା' ଲକ୍ଷ୍ମୀଙ୍କର ବାହାନ। ଏଥିପାଇଁ ବାସ୍ତୁଶାସ୍ତ୍ର ଅନୁସାରେ ପେଚାର ଫଟୋ ଘରେ ଲଗାଇଲେ ଶୁଭଫଳ ମିଳିଥାଏ। ଏହାସହ ଘରେ ଥିବା ନକାରାତ୍ମକ ଶକ୍ତି ମଧ୍ୟ ଦୂର ହୋଇଥାଏ ଓ ଟଙ୍କା ପଇସା ଅଭାବ ରହି ନଥାଏ।
ପିରାମିଡ୍
ଘରେ ପିରାମିଡ୍ ରଖନ୍ତୁ। ଏହା ରଖିବା ଦ୍ୱାରା ବ୍ୟବସାୟରେ ଲାଭ ହୋଇଥାଏ। ଘରେ ସୁଖ ଶାନ୍ତି ବୃଦ୍ଧି ହେବା ସହ ଅଭାବ ଦୂର ହୋଇଥାଏ ।












Click it and Unblock the Notifications