ବରୁଣଙ୍କୁ ଅଫର ଦେଲେ କଂଗ୍ରେସ ସାଂସଦ ଅଧୀର, କହିଲେ ବିଜେପି ଛାଡ଼ି ଆମ ଦଳରେ ସାମିଲ ହୋଇଯାଆନ୍ତୁ
ନୂଆଦିଲ୍ଲୀ,: କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ ବିଜେପି ନେତା ବରୁଣ ଗାନ୍ଧୀଙ୍କୁ କଂଗ୍ରେସରେ ଯୋଗଦେବାକୁ ପ୍ରସ୍ତାବ ଦେଇଛନ୍ତି । ସବୁଠାରୁ ପୁରୁଣା ଦଳରେ ଯୋଗଦେବାକୁ ବରୁଣଙ୍କୁ 'ବହୁତ ସ୍ୱାଗତ' ବୋଲି ସେ କହିଛନ୍ତି । ଏହାଛଡ଼ା ତାଙ୍କୁ ଭାଜପା ଟିକେଟ ନ ଦେବାର କାରଣ ଗାନ୍ଧୀ ପରିବାର ସହ ତାଙ୍କର ସମ୍ପର୍କ ବୋଲି ଅଧୀର ଅଭିଯୋଗ କରିଛନ୍ତି ।
ବରିଷ୍ଠ କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ କହିଛନ୍ତି ଯେ, ବରୁଣ ଯଦି ବିଜେପି ଛାଡ଼ି କଂଗ୍ରେସରେ ମିଶିବାକୁ ଚାହାନ୍ତି, ତାହେଲେ ତାଙ୍କୁ ସ୍ୱାଗତ କରାଯିବ । ଗାନ୍ଧୀ ପରିବାରରୁ ହୋଇଥିବାରୁ ବରୁଣଙ୍କୁ ବିଜେପି ଟିକେଟ ଦେଇ ନାହିଁ ବୋଲି ଅଧୀର କହିଛନ୍ତ । ବରୁଣ କଂଗ୍ରେସରେ ଯୋଗଦେବା ଉଚିତ । ଯଦି ସେ ଯୋଗ ଦିଅନ୍ତି ତେବେ ଆମେ ଖୁସି ହେବ ।

ସେ ଜଣେ ବଡ, ଶିକ୍ଷିତ ଏବଂ ସ୍ୱଚ୍ଛ ପ୍ରତିଛବି ଥିବା ରାଜନେତା । ଏବେ ସେ କଂଗ୍ରେସରେ ଯୋଗ ଦିଅନ୍ତୁ ବୋଲି ଆମେ ଚାହୁଁ । ଏଠି ପ୍ରଶ୍ନ ଉଠୁଛି ବିଜେପି ଛାଡ଼ିବେ କି ବରୁଣ ଗାନ୍ଧୀ? ଲୋକସଭା ନିର୍ବାଚନ ପାଇଁ ତାଙ୍କୁ ବିଜେପି ଟିକେଟ ଦେଇ ନାହିଁ । ଉତର ପ୍ରଦେଶର ପିଲଭିଟ ଆସନରୁ ଲଢ଼ି ଲଗାତର ଭାବେ ଜିତିଆସୁଥିଲେ ବରୁଣ । ହେଲେ ଏଥର ବିଜେପି ତାଙ୍କର ଟିକେଟ କାଟିଦେଇଛି । ଏପରି ସମୟରେ ତାଙ୍କୁ କଂଗ୍ରେସରୁ ମିଶିବା ପାଇଁ ପ୍ରସ୍ତାବ ଆସିଛି ।
ରବିବାର ଭାଜପା ଲୋକ ସଭା ନିର୍ବାଚନ ଲାଗି ୫ମ ତାଲିକା ପ୍ରକାଶ କରିଥିଲା। ସେଥିରେ ଉତ୍ତରପ୍ରଦେଶ ପିଲବିଟ୍ ଆସନରୁ ବର୍ତ୍ତମାନର ଏମ୍ପି ଥିବା ବରୁଣଙ୍କ ଟିକେଟ କଟାଯାଇଥିବା ସ୍ପଷ୍ଟ ହୋଇଥିଲା। ହେଲେ ତାଙ୍କ ମା' ମେନକା ଗାନ୍ଧୀଙ୍କୁ ସୁଲତାନପୁର ଆସନରୁ ପ୍ରାର୍ଥୀ କରାଯାଇଥିଲା।
ଟିକେଟ ନ ମିଳିବାକୁ ନେଇ ବରୁଣଙ୍କ ବିବୃତ୍ତି ଆସିନାହିଁ। ହେଲେ ସେ ତାଙ୍କୁ ପ୍ରତାରଣା କରାଯାଇଛି ଏବଂ ଆଗକୁ ସେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ ବୋଲି କହିଥିବା ରିପୋର୍ଟ ପ୍ରକାଶ ପାଇଛି।












Click it and Unblock the Notifications