ଯଦି ବିଜେପି ଟିକେଟ ନଦିଏ ....ବରୁଣ ତୟାର କଲେ ପ୍ଲାନ୍ ବି
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ଖୁବ ଶୀଘ୍ର ଉତ୍ତରପ୍ରଦେଶର ଅବଶିଷ୍ଟ ଆସନ ଲାଗି ବିଜେପି ତାର ପ୍ରାର୍ଥୀଙ୍କ ନାମ ଘୋଷଣା କରିପାର । ଆଉ ଏବେ କୁହାଯାଉଛି ଯେ ପିଲିବିଟ୍ ସାଂସଦ ବରୁଣ ଗାନ୍ଧୀଙ୍କ ଟିକେଟ୍ କଟାଯିବ । ସୂଚନାନୁସାରେ, ନିକଟରେ ଅନୁଷ୍ଠିତ କୋର କମିଟି ବୈଠକରେ ଉପସ୍ଥିତ ଅଧିକାଂଶ ନେତା ବରୁଣ ଙ୍କ ଟିକେଟ ବାତିଲ କରିବାକୁ ଦାବି କରିଥିଲେ ।
ଏହା ପଛର କାରଣ ହେଉଛି ଦଳ ବିରୋଧରେ ବାରମ୍ବାର ବରୁଣ ମନ୍ତବ୍ୟ ଦେବା । ସୂତ୍ରରୁ ପ୍ରକାଶ ଯେ, ବିଜେପି ବରୁଣ ଗାନ୍ଧୀଙ୍କ ଟିକେଟ୍ କାଟିଲେ ମଧ୍ୟ ସେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ । ଏଥିପାଇଁ ସେ ପ୍ଲାନ୍ -ବି ପ୍ରସ୍ତୁତ କରିଛନ୍ତି । ଇଣ୍ଡିଆ ଟୁଡେ ସୂତ୍ରରୁ ପ୍ରକାଶ ଯେ, ଯଦି ବିଜେପି ପିଲିଭିଟ ସାଂସଦ ବରୁଣ ଗାନ୍ଧୀଙ୍କୁ ଟିକେଟ୍ ନ ଦିଏ, ତେବେ ସେ ସ୍ୱାଧୀନ ଭାବରେ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ । ଏଥିପାଇଁ ସେ ସମ୍ପୂର୍ଣ୍ଣ ପ୍ରସ୍ତୁତି ମଧ୍ୟ କରିଛନ୍ତି ।
୨୦୧୯ ମସିହାରେ, ବରୁଣ ପିଲିବିଟରୁ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରି ତୃତୀୟ ଥର ପାଇଁ ସାଂସଦ ହୋଇଥିଲେ । ସୂଚନାନୁସାରେ, ବରୁଣ ଗାନ୍ଧୀଙ୍କ ପ୍ରତିନିଧୀ ଦିଲ୍ଲୀରୁ ପିଲିଭିତକୁ ଯାଇ ଚାରି ସେଟ୍ ନାମାଙ୍କନପତ୍ର ସଂଗ୍ରହ କରି ପୁଣିଥରେ ଦିଲ୍ଲୀ ଫେରିଥିଲେ । ଏଭଳି ପରିସ୍ଥିତିରେ ଯଦି ସେ ବିଜେପିରୁ ଟିକେଟ୍ ନ ପାଆନ୍ତି, ତେବେ ଏଥର ବରୁଣ ଜଣେ ସ୍ୱାଧୀନ ପ୍ରାର୍ଥୀ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରିବା ଏକ ପ୍ରକାର ଥୟ ।

ସୂଚନାନୁସାରେ, ଏଥର ବିଜେପି ବରୁଣ ଗାନ୍ଧୀଙ୍କ ଟିକେଟ୍ କାଟି ପିଲବିଟରୁ ଯୋଗୀ ସରକାରର ମନ୍ତ୍ରୀ ଜିତିନ ପ୍ରସାଦଙ୍କୁ ଦେଇପାରେ । ଏହା ବ୍ୟତୀତ ସଞ୍ଜୟ ଗାଙ୍ଗୱାରଙ୍କ ନାମ ମଧ୍ୟ ଶୁଣାଯାଉଛି । ଏକଦା ବିଜେପିର ଫାୟାରବ୍ରାଣ୍ଡ ନେତାଙ୍କ ମଧ୍ୟରେ ବରୁଣ ଗାନ୍ଧୀଙ୍କୁ ଗଣାଯାଇଥିଲା, କିନ୍ତୁ ଗତ କିଛି ବର୍ଷ ହେବ ବରୁଣ ନିଜ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ବିରୋଧରେ କହୁଛନ୍ତି ।
କୃଷକ ଆନ୍ଦୋଳନ, ବେକାରୀ ଇତ୍ୟାଦି ବିଭିନ୍ନ ପ୍ରସଙ୍ଗରେ ବରୁଣ ଖୋଲାଖୋଲି ଭାବେ ନିଜର ମତ ପ୍ରକାଶ କରୁଛନ୍ତି । ଏହା ବ୍ୟତୀତ ଗତ ବର୍ଷ ଯେତେବେଳେ ୟୁପି ସରକାର ଆମେଥୀରେ ସଞ୍ଜୟ ଗାନ୍ଧୀ ହସ୍ପିଟାଲର ଲାଇସେନ୍ସକୁ ସ୍ଥଗିତ ରଖିଥିଲେ, ସେତେବେଳେ ବରୁଣ ମଧ୍ୟ ସୋସିଆଲ ମିଡିଆରେ ଏହା ବିରୋଧରେ ଲେଖିଥିଲେ ।












Click it and Unblock the Notifications