ସମସ୍ତ ଶିକ୍ଷାନୁଷ୍ଠାନରେ ବନ୍ଦେ ମାତରମ୍ ବାଧ୍ୟତାମୂଳକ ହେବ... ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶ

ଉତ୍ତର ପ୍ରଦେଶର ସମସ୍ତ ସ୍କୁଲ ଓ କଲେଜରେ 'ବନ୍ଦେ ମା'ତରମ' ବାଧ୍ୟତାମୂଳକ ହେବ। ଏଠାରେ ସମସ୍ତେ ବାଧ୍ୟତାମୂଳକ ଭାବେ 'ବନ୍ଦେ ମା'ତରମ' ଗାନ କରିବେ ବୋଲି ଆଜି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘୋଷଣା କରିଛନ୍ତି। ପୂରା ରାଜ୍ୟରେ ଏହି ନିୟମ ଲାଗୁ ହେବ ବୋଲି ସେ ସ୍ପଷ୍ଟ କରିଛନ୍ତି।

ଗୋରଖପୁରରେ ଆୟୋଜିତ ଏକତା ଯାତ୍ରା ଓ 'ବନ୍ଦେ ମା'ତରମ' ସାମୂହିକ ଗାନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ କହିଛନ୍ତି ଯେ ରାଷ୍ଟ୍ର ପ୍ରତି ଶ୍ରଦ୍ଧା ଓ ଗୌରବର ଭାବନା ସୃଷ୍ଟି କରିବା ପାଇଁ ଏପରି ପଦକ୍ଷେପର ଉଦ୍ଦେଶ୍ୟ। ସେ କହିଛନ୍ତି, "ଜାତୀୟ ଗୀତ 'ବନ୍ଦେ ମା'ତରମ' ପାଇଁ ଗୋଟିଏ ସମ୍ମାନର ଭାବନା ରହିବା ଦରକାର। ଆମେ ଉତ୍ତର ପ୍ରଦେଶ(Uttar Pradesh)ର ସମସ୍ତ ସ୍କୁଲ ଓ ଶିକ୍ଷାନୁଷ୍ଠାନରେ ଏହାର ଗାନକୁ ବାଧ୍ୟତାମୂଳକ କରିବାକୁ ଯାଉଛୁ।

ଜଣେ ସମାଜବାଦୀ ପାର୍ଟି ସାଂସଦ ଜାତୀୟ ଗୀତକୁ ପୁଣି ବିରୋଧ କରିଥିଲେ। ଏମାନେ ସେହି ଲୋକ ଯେଉଁମାନେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ଦିନ କାର୍ଯ୍ୟକ୍ରମରେ ସାମିଲ ହୋଇ ନଥିଲେ। ବଲ୍ଲଭ ଭାଇ ପଟେଲ ହେଉଛନ୍ତି ଭାରତର ଅଖଣ୍ଡତାର ବିନ୍ଧାଣୀ। କିନ୍ତୁ ତାଙ୍କ ଜନ୍ମଦିନରେ ଯୋଗ ନଦେଇ ସାମାଜବାଦୀ ପାର୍ଟି ସାଂସଦ ଜଣଙ୍କ ଲଜ୍ଜାହୀନ ଭାବେ ଜିନ୍ନା ସମ୍ମାନ ଦିଆଯାଇଥିବା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।"

ଭାରତରେ ପୁଣି ଜଣେ ଜିନ୍ନାଙ୍କ ଉଥାନ ଯେମିତି ନ ହେବ ତା'କୁ ନିଶ୍ଚିତ କରିବା ପାଇଁ ଲୋକଙ୍କୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ। ଏଥିସହ ଯଦି କେହି ଭାରତର ଅଖଣ୍ଡତାକୁ ଚ୍ୟାଲେଞ୍ଜ କରିବ, ତା'ହେଲେ ଆମେ ସେମାନଙ୍କୁ ଚେର ମାଡ଼ିବା ପୂର୍ବରୁ ମୂଳପୋଛ କରିଦେବା ବୋଲି ମଧ୍ୟ ସେ କହିଛନ୍ତି।

yogi

ଆଦିତ୍ୟନାଥ(Yogi Adityanath) କହିଛନ୍ତି, "୧୮୯୬ରୁ ୧୯୨୨ ଯାଏ 'ବନ୍ଦେ ମା'ତରମ' ପ୍ରତିଟି କଂଗ୍ରେସ ଅଧିବେଶନରେ ଗାନ କରାଯାଉଥିଲା। କିନ୍ତୁ ୧୯୨୩ରେ ମହମ୍ମଦ ଅଲୀ ଜୌହର କଂଗ୍ରେସର ସଭାପତି ହେବା ପରେ ସେ ଏହି ଗୀତ ଗାନ କରାଯିବା ସମୟରେ ଉଠି ଚାଲି ଯାଇଥିଲେ। ସେ ଏଥିରେ ଭାଗ ନେଇ ନଥିଲେ। ଭାଇ ଓ ଭଉଣୀମାନେ 'ବନ୍ଦେ ମା'ତରମ'କୁ ବିରୋଧ ଭାରତ ବିଭାଜନର ଅନ୍ୟତମ ଦୁର୍ଭାଗ୍ୟଜନକ କାରଣ।"

କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀରେ 'ବନ୍ଦେ ମା'ତରମ'କୁ ୧୫୦ ବର୍ଷ ପୂରିଥିବାରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। 'ବନ୍ଦେ ମା'ତରମ' ସମ୍ମାନାର୍ଥେ ବର୍ଷ ତମାମ ବିଭିନ୍ନ କାର୍ଯ୍ୟକ୍ରମର ଶୁଭାରମ୍ଭ ସେ କରିଥିଲେ। ମୋଦିଙ୍କ ଏପରି ପଦକ୍ଷେପ ପରେ ଆଜି ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଏପରି ଘୋଷଣା କରିଛନ୍ତି।

'ବନ୍ଦେ ମା'ତରମ'କୁ ୧୮୭୫ ମସିହା ନଭେମ୍ବର ୭ରେ ଲେଖିଥିଲେ କବି ବଙ୍କିମ ଚନ୍ଦ୍ର ଚାଟାର୍ଜୀ। ଅକ୍ଷୟ ନବମୀରେ ସେ ଏହାକୁ ଗୀତର ରୂପ ଦେଇଥିଲେ। ପ୍ରଥମେ ଏହି ଗୀତ ଚାଟାର୍ଜୀଙ୍କ ଉପନ୍ୟାସ ଆନନ୍ଦମଠର ଅଂଶବିଶେଷ ଭାବେ ସାହିତ୍ୟ ଜର୍ଣ୍ଣାଲ ବଙ୍ଗଦର୍ଶନରେ ସ୍ଥାନ ପାଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+