ବନ୍ଦେ ଭାରତ ଏକ୍ସପ୍ରେସ 2 ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଗାଈଙ୍କୁ ଦେଲା ଧକ୍କା

ଲଗାତାର ଦ୍ବିତୀୟ ଦିନରେ ବନ୍ଦେ ଭାରତ ଏକ୍ସପ୍ରେସର ଦୁର୍ଘଟଣା ଘଟିଛି।

ଅହମ୍ମଦବାଦ: ଲଗାତାର ଦ୍ବିତୀୟ ଦିନରେ ବନ୍ଦେ ଭାରତ ଏକ୍ସପ୍ରେସର ଦୁର୍ଘଟଣା ଘଟିଛି। ଗୁଜରାଟରେ ଶୁକ୍ରବାର ଲଗାତାର ଦ୍ଵିତୀୟ ଥର ଟ୍ରେନ ସହ ମଇଁଷିଙ୍କ ଧକ୍କା ହୋଇଛି। ପୂର୍ବଭଳି ଟ୍ରେନର ସମ୍ମୁଖ ଭାଗରେ ସାମାନ୍ୟ କ୍ଷତି ଘଟିଛି।

Indian Railway

ଏହା ପୂର୍ବରୁ ଗୁରୁବାର ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଗୁରୁବାର ସକାଳେ ଗୁଜରାଟରେ ମଇଁଷିଙ୍କ ଏକ ଦଳ ସହିତ ଧକ୍କା ହୋଇଥିଲା। ଏହି ଘଟଣାରେ ରେଳ ସୁରକ୍ଷା ବଳ ମଇଁଷି ମାଲିକଙ୍କ ବିରୋଧରେ ମାମଲା ରୁଜୁ କରିଛି। ପଶ୍ଚିମ ରେଲଓ୍ଵେ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ, ମଇଁଷି ଦଳ ସହ ଧକ୍କା ପରେ ଟ୍ରେନର ହୋଇଥିବା କ୍ଷତିର ମରାମତି କରାଯାଇଛି।

କିଛି ଦିନ ହେବ ଚଳାଚଳ ଆରମ୍ଭ କରିଛି ମୁମ୍ବାଇ ସେଣ୍ଟ୍ରାଲ-ଗାନ୍ଧୀନଗର ବନ୍ଦେ ଭାରତ ଟ୍ରେନ। ଗୁରୁବାର ପ୍ରାୟ 11ଟା 15ରେ ଗାନ୍ଧିନଗର ଅଭିମୁଖେ ଯାଉଥିବା ବେଳେ ଅହମ୍ମଦାବାଦ ନିକଟରେ ଅଚାନକ ଟ୍ରାକ ଉପରକୁ ମଇଁଷିଙ୍କ ଏକ ଦଳ ଚାଲିଆସିଥିଲେ । ଏହାପରେ ଟ୍ରେନ ସହ ଧକ୍କା ହୋଇଥିଲା। ଦୁର୍ଘଟଣାରେ ଚାରୋଟି ମଇଁଷିଙ୍କ ମୃତ୍ୟୁ ଘଟିଛି। ପଶ୍ଚିମ ରେଲଓ୍ଵେର ବରିଷ୍ଠ ମୁଖପାତ୍ର ଜିତେନ୍ଦ୍ର କୁମାର ଜୟନ୍ତ କହିଛନ୍ତି, ଆରପିଏଫ ଏହି ଘଟଣାରେ ମଇଁଷିଙ୍କ ଅଜ୍ଞାତ ମାଲିକଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+