Get Updates
Get notified of breaking news, exclusive insights, and must-see stories!

ଖୁବଶୀଘ୍ର ଗଡ଼ିବ ‘ବନ୍ଦେ ଭାରତ ସ୍ଲିପର’, ଖୁବ୍ ସ୍ୱତନ୍ତ୍ର ହେବ ଏହି ଟ୍ରେନ, କୌଣସି ଭିଆଇପି କୋଟା ନାହିଁ

ଭାରତୀୟ ରେଳବାଇ ପକ୍ଷରୁ ଯାତ୍ରୀମାନଙ୍କ ପାଇଁ ଏକ ବଡ଼ ଖୁସି ଖବର। ଦେଶରେ ଖୁବଶୀଘ୍ର ଅତ୍ୟାଧୁନିକ 'ବନ୍ଦେ ଭାରତ ସ୍ଲିପର' ଟ୍ରେନ୍ ସେବା ଆରମ୍ଭ ହେବାକୁ ଯାଉଛି। ପ୍ରଥମ ପର୍ଯ୍ୟାୟରେ ଏହି ପ୍ରିମିୟମ ଟ୍ରେନ୍ ହାୱଡ଼ା ରୁ କାମାକ୍ଷା (ଗୁଆହାଟି) ମଧ୍ୟରେ ଚାଲିବ, ଯାହା ପ୍ରାୟ ୯୫୮ କିଲୋମିଟର ଦୂରତା ଅତିକ୍ରମ କରିବ। ଏହି ଟ୍ରେନ୍ ଚଳାଚଳ ଦ୍ୱାରା ଦୂରପାଲ୍ଲା ଯାତ୍ରା ଅଧିକ ଆରାମଦାୟକ ଓ ଶୀଘ୍ର ହୋଇପାରିବ। ବନ୍ଦେ ଭାରତ ସ୍ଲିପର ଟ୍ରେନର ଆରମ୍ଭ ହେବାରେ ଯାତ୍ରା ତ ସହଜ ହେବ , ଏହାସହ ଏହି ଟ୍ରେନରେ ଅନେକ ସୁବିଧା ମଧ୍ୟ ଯୋଗାଇ ଦିଆଯିବ। ସୂଚନା ମୁତାବିକ , ଏହି ଟ୍ରେନ୍ ରିଜର୍ଭେସନରେ କୌଣସି ଭିଆଇପି କୋଟା ହେବ ନାହିଁ। ଏହାବ୍ୟତୀତ ଏହି ଟ୍ରେନ୍ରେ ଯାତ୍ରା କରୁଥିବା ଲୋକଙ୍କୁ ସ୍ଥାନୀୟ ଭୋଜନ ଯୋଗାଇ ଦିଆଯିବ। ଏହି ଟ୍ରେନ୍ ଦୀର୍ଘ ଦୂରଗାମୀ ଯାତ୍ରାରେ ଏକ ମାଇଲଷ୍ଟୋନ୍ ସାବ୍ୟସ୍ତ ହେବ।

ରେଳ ବିଭାଗ ପକ୍ଷରୁ ଏହି ଟ୍ରେନର ବିଭିନ୍ନ ଶ୍ରେଣୀ ପାଇଁ ଭଡ଼ା ସ୍ଥିର କରାଯାଇଛି। ହାୱଡାରୁ କାମାକ୍ଷା ପର୍ଯ୍ୟନ୍ତ ଥାର୍ଡ ଏସି (3AC) ଭଡ଼ା ୨,୨୯୯ ଟଙ୍କା ଧାର୍ଯ୍ୟ କରାଯାଇଥିବା ବେଳେ ହାୱଡାରୁ ନ୍ୟୁ ଜଲପାଇଗୁଡ଼ି ପାଇଁ ୧,୩୩୪ ଟଙ୍କା ଏବଂ ମାଲଦା ଟାଉନ୍ ପାଇଁ ସର୍ବନିମ୍ନ ଭଡ଼ା ୯୬୦ ଟଙ୍କା ରହିଛି।

ସେହିପରି ସେକେଣ୍ଡ ଏସି (2AC) ଶ୍ରେଣୀରେ ହାୱଡାରୁ କାମାକ୍ଷା ପାଇଁ ୨,୯୭୦ ଟଙ୍କା, ନ୍ୟୁ ଜଲପାଇଗୁଡ଼ି ପାଇଁ ୧,୭୨୪ ଟଙ୍କା ଏବଂ ମାଲଦା ଟାଉନ୍ ପାଇଁ ୧,୨୪୦ ଟଙ୍କା ଦେବାକୁ ପଡ଼ିବ। ସବୁଠାରୁ ବିଳାସପୂର୍ଣ୍ଣ ଫାର୍ଷ୍ଟ ଏସି (1AC) ଶ୍ରେଣୀରେ ହାୱଡାରୁ କାମାକ୍ଷା ପାଇଁ ୩,୬୪୦ ଟଙ୍କା, ନ୍ୟୁ ଜଲପାଇଗୁଡ଼ି ପାଇଁ ୨,୧୧୩ ଟଙ୍କା ଏବଂ ମାଲଦା ଟାଉନ୍ ପାଇଁ ୧,୫୨୦ ଟଙ୍କା ଭଡ଼ା ସ୍ଥିର ହୋଇଛି।

vande bharat

ଯାତ୍ରୀମାନେ ଟିକେଟ୍ ଉପରେ ଅତିରିକ୍ତ ୫ ପ୍ରତିଶତ ଜିଏସଟି (GST) ଦେବାକୁ ବାଧ୍ୟ ହେବେ। ରେଳବାଇର ନିୟମ ଅନୁଯାୟୀ, ଏହି ପ୍ରିମିୟମ ସେବା ପାଇଁ ଭଡ଼ା ଗଣନା ନିମନ୍ତେ ସର୍ବନିମ୍ନ ଦୂରତା ୪୦୦ କିଲୋମିଟର ଧାର୍ଯ୍ୟ କରାଯାଇଛି। ଏହି ଟ୍ରେନ୍‌ଟି ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ହୋଇଥିବା ବେଳେ ଏଥିରେ ଅତ୍ୟାଧୁନିକ ସୁରକ୍ଷା ବ୍ୟବସ୍ଥା ଓ ଉନ୍ନତମାନର ଶୟନ ବ୍ୟବସ୍ଥା ରହିଛି।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+