ଏଣିକି ଦୁଇ ଶହ କିମି ବେଗରେ ଦୌଡିବ ବନ୍ଦେ ଭାରତ ଟ୍ରେନ: ରେଳମନ୍ତ୍ରୀ
ନୂଆଦିଲ୍ଲୀ: ଏଣିକି ଘଣ୍ଟା ପ୍ରତି 160 ବଦଳରେ 200 କିମି ବେଗରେ ଗତି କରିବ ବନ୍ଦେ ଭାରତ ଏକ୍ସପ୍ରେସ। ଆଜି ସଂସଦର ବଜେଟ ଅଧିବେଶନରେ ଆଲୋଚନାକାଳରେ ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଏହି ଘୋଷଣା କରିଛନ୍ତି। ଆଜି ସଂସଦର ବଜେଟ ଅଧିବେଶନରେ ରେଳମନ୍ତ୍ରୀ ବୁଲେଟ ଟ୍ରେନ ଉପରେ ତଥ୍ୟ ରଖିଥିଲେ । ଦେଶର ମାଟି ବୁଲେଟ ଟ୍ରେନ ପାଇଁ ଅନୁପଯୁକ୍ତ ବୋଲି କହିଥିବା ନେତାଙ୍କୁ ସେ କଡା ଶବ୍ଦରେ ନିନ୍ଦା କରିଥିଲେ।

"କିଏ କହୁଛି ବୁଲେଟ୍ ଟ୍ରେନ୍ ଭାରତୀୟ ଜମିରେ ଚଲାଇପାରିବ ନାହିଁ?" ଟିଏମସି ସାଂସଦଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ କହିଛନ୍ତି ଯେ 'ମା, ମାଟି, ମନୁଷ' ବିଷୟରେ କଥାବାର୍ତ୍ତା କରୁଥିବା ବ୍ୟକ୍ତିଙ୍କ 'ମା, ମାଟି, ମନୁଷ' ଉପରେ ବିଶ୍ୱାସ ନାହିଁ। .. ଆମର ନିଜ ଇଞ୍ଜିନିୟରମାନଙ୍କ ଉପରେ ଆମର ବିଶ୍ୱାସ ରହିବା ଜରୁରୀ। କେତେ ଦିନ ପର୍ଯ୍ୟନ୍ତ ଆମେ ବିଦେଶୀଙ୍କ ଉପରେ ନିର୍ଭର କରିବୁ ବୋଲି ପ୍ରଶ୍ନ କରିଛନ୍ତି ରେଳମନ୍ତ୍ରୀ। ରାଜ୍ୟ ସରକାରଙ୍କ ସହଯୋଗ ଅଭାବରୁ ପଶ୍ଚିମବଙ୍ଗରେ 18ଟି ରେଳ ପ୍ରକଳ୍ପ ବିଚାରାଧୀନ ଅଛି। ବନ୍ଦେ ମାତରମ ଟ୍ରେନରେ ବେଗକୁ ବୃଦ୍ଧି କରିବା ପାଇଁ ଉଦ୍ୟମ ଚାଲିଛି ବୋଲି ରେଳ ମନ୍ତ୍ରୀ କହିଛନ୍ତି। ବର୍ତ୍ତମାନ ବନ୍ଦେ ମାତରମ ଟ୍ରେନ ଘଣ୍ଟା ପ୍ରତି 160 କିଲୋମିଟର ଗତି କରୁଥିବା ବେଳେ ଘଣ୍ଟା ପ୍ରତି 200 କିଲୋମିଟର ପର୍ଯ୍ୟନ୍ତ ଏହାର ସ୍ପିଡ ବଢାଇବାକୁ ଚେଷ୍ଟା କରାଯାଇଛି। ସେ କହିଛନ୍ତି ଯେ ଆଗାମୀ ବର୍ଷରେ 400ଟି ଟ୍ରେନ୍ ପ୍ରଚଳିତ ହେବ। ଯାତ୍ରୀ ଭଡା ଉପରେ 60,000 କୋଟି ଟଙ୍କା ସବସିଡି ଯୋଗାଇ ଦିଆଯିବା ସହ ସାମାଜିକ ବାଧ୍ୟତାମୂଳକ କାର୍ଯ୍ୟ ଜାରି ରଖିବେ ବୋଲି ସେ କହିଛନ୍ତି। ମୁମ୍ବାଇ ଏବଂ ଅହମ୍ମଦାବାଦ ମଧ୍ୟରେ ପ୍ରସ୍ତାବିତ ବୁଲେଟ୍ ଟ୍ରେନ୍ ସମ୍ବନ୍ଧୀୟ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ ଗୁଜୁରାଟ ସେଗମେଣ୍ଟରେ 99.7 ପ୍ରତିଶତ ଜମି ଅଧିଗ୍ରହଣ ହୋଇଛି। ବୁଲେଟ୍ ଟ୍ରେନ୍ ପ୍ରକଳ୍ପର କାର୍ଯ୍ୟ ମାସକୁ 8 କିଲୋମିଟର ବେଗରେ ଅଗ୍ରଗତି କରୁଛି, ଯାହା ମାସକୁ 10 କିଲୋମିଟରକୁ ବୃଦ୍ଧି ପାଇବ ।












Click it and Unblock the Notifications