• search
For Quick Alerts
Turn On Notification  
For Daily Alerts

ଗଙ୍ଗା ନଦୀକୁ ଓଲଟି ପଡ଼ିଲା ଲୋକଭର୍ତ୍ତି ଜିପ୍, 9 ମୃତ ଦେହ ଉଦ୍ଧାର

|

ପାଟନା : ଶୁକ୍ରବାର ସକାଳେ ବିହାରର ରାଜଧାନୀ ପାଟନାକୁ ଲାଗିଥିବା ଦାନାପୁରର ପିପାପୁଲରେ ଏକ ପିକଅପ୍ ଭ୍ୟାନ୍ ଗଙ୍ଗା ନଦୀକୁ ଖସିପଡିଛି । ଏହା ପରେ ନଦୀରୁ ତିନି ଶିଶୁଙ୍କ ସମେତ 9 ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଡ୍ରାଇଭରଙ୍କ ସମେତ ଅନ୍ୟ ଦୁଜଣ ପହଁରି ସେଠାରୁ ବଞ୍ଚିଯାଇଛନ୍ତି । ପ୍ରଥମେ ଏହି ଗାଡ଼ିରେ 18 ଜଣ ଯାତ୍ରୀ ଥିବା ନେଇ କୁହାଯାଉଥିଲା । ପରେ ଉଦ୍ଧାର ହୋଇଥିବା ଲୋକଙ୍କ ଚିହ୍ନଟ କରିବା ପରେ ବଞ୍ଚିଯାଇଥିବା ବ୍ୟକ୍ତି ଏତିକି ଲୋକ ଥିବା ନେଇ ସ୍ଫଷ୍ଟ କରିଛନ୍ତି ।

ganga river accident

ସ୍ଥାନୀୟ ଲୋକ ଡଙ୍ଗା ବ୍ୟବହାର କରି ଗାଡ଼ିକୁ ବାହାର କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇପାରିନଥିଲେ । ଜେସିବି ସହାୟତାରେ ପ୍ରଶାସନ ଗଙ୍ଗା ନଦୀରୁ ପିକଅପ୍ ବାହାର କରୁଛି । ନିଖୋଜ 7 ଜଣଙ୍କ ସନ୍ଧାନରେ SDRF ଟିମ୍ ନିୟୋଜିତ ରହିଛି । ଏହି ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଂଚଲ୍ୟ ସୃଷ୍ଟି ହୋଇଛି ।

ଘଟଣା ସମ୍ପର୍କରେ ସ୍ଥାନୀୟ ଲୋକ ପୋଲିସକୁ ସୂଚନା ଦେଇଥିଲେ । ତା'ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ସ୍ଥାନୀୟ ସନ୍ତରଣକାରୀଙ୍କ ସହାୟତାରେ ବୁଡ଼ି ଯାଇଥିବା ଲୋକଙ୍କୁ ବାହାର କରିବାରେ ପୋଲିସ ନିୟୋଜିତ ଅଛି । ପୋଲିସର ସୂଚନାନୁସାରେ, ଦୁଇଜଣ ଲୋକ ପହଁରି ବାହାରକୁ ଆସିଥିବା ବେଳେ ବେଳେ 9 ଜଣ ନିଖୋଜ ଅଛନ୍ତି । ଗାଡ଼ିରେ ଥିବା ସମସ୍ତ ଲୋକ ସମ୍ପର୍କୀୟ ଅଟନ୍ତି । ଦିଆରାର ଅଖିଲପୁରରେ ଏକ ତିଲକ କାର୍ଯ୍ୟକ୍ରମ ପରେ ଦାନାପୁରକୁ ଫେରୁଥିବା ବେଳେ ଏହି ଘଟଣା ଘଟିଥିଲା ।

ମୃତକଙ୍କ ମଧ୍ୟରେ 66 ବର୍ଷୀୟ ରାମକାନ୍ତ ସିଂ, 50 ବର୍ଷୀୟ ଅରବିନ୍ଦ ସିଂ, 55 ବର୍ଷୀୟ ଗୀତା ଦେବୀ, 65 ବର୍ଷୀୟ ଅନୁରାଗୀ ଦେବୀ, 50 ବର୍ଷୀୟ ଗାୟତ୍ରୀ ଦେବୀ, 50 ବର୍ଷୀୟ ସରୋଜ ଦେବୀ ଅଛନ୍ତି । ଏଥିସହିତ 10 ବର୍ଷୀୟ ଆଶିଷ କୁମାର, 14 ବର୍ଷୀୟ ମଧୁ କୁମାରୀ ଏବଂ 12 ବର୍ଷୀୟ ଶିବ କୁମାରଙ୍କର ମଧ୍ୟ ମୃତ୍ୟୁ ହୋଇଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
van Overturned In Ganga River, 9 Dead Body Fond
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X