Valentine's Day 2025: ROSEର ଅର୍ଥ କଣ ?
ପୁରାଣଠାରୁ ଆରମ୍ଭ କରି ଇତିହାସ ସବୁ ସ୍ଥାନରେ ରହିଛି ପ୍ରେମର ଛାପ । ତେବେ ଫେବୃଆରୀ ମାସ ପ୍ରେମୀ ଯୁଗଳଙ୍କ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର ହୋଇଥାଏ । କାରଣ ହୃଦୟର ସ୍ପନ୍ଦନ ଭାବୁଥିବା ପ୍ରେମୀକୁ ପାଇପାରିବେ । ଆଜି ଗୋଲାପ ଦେଇ ନିଜ କୋମଳମତୀ ପ୍ରେମିକାକୁ ନିଜର କରିବାକୁ ଚେଷ୍ଟା କରିବେ ପ୍ରେମିକ । ରାଗ, ଋଷା, ମାନ ଅଭିମାନରେ ପୂର୍ଣ୍ଣଚ୍ଛେଦ ପକାଇବ ଲାଲ ରଙ୍ଗର ସୁଗନ୍ଧଯୁକ୍ତ ଗୋଲାପ । କୁହାଯାଏ ପ୍ରେମର ପ୍ରତୀକ ହେଉଛି ଗୋଲାପ । ତେଣୁ ଆଜିର ଦିନରେ ଗୋଲାପ ବା ରୋଜ୍ ଦେଇ ନିଜର ମନର ଭାବନା ପରିପ୍ରକାଶ କରନ୍ତି ପ୍ରେମୀ ଯୁଗଳ । ପରସ୍ପରକୁ ସୋସିଆଲ ମିଡିଆରେ ଗୋଲାପ ଦିବସର ଶୁଭକାମନା ଜଣାଇବା ପରେ ଗୋଲାପ ମଧ୍ୟ ଦେବ । ଆଜିର ଦିନରେ ଫୁଲ ଜରିଆରେ ନିଜ ପାର୍ଟନରକୁ ମନର ଭାବନା ଜଣାଇବାକୁ ସୁଯୋଗ ମିଳେ । ଗୋଲାପର ରକ୍ତିମ ପାଖୁଡା ପରି ପ୍ରେମର ଗଭୀରତା ମଧ୍ୟ ଗାଢ ବୋଲି ଦର୍ଶାଇବେ ପ୍ରେମୀ ଯୁଗଳ ।

ROSEର ଅର୍ଥ କଣ: Rରେ ରେୟାର, Oରେ ୱ।ନସ୍, Sରେ ସପେ।ଟିଂ ଏବଂ Eରେ ଏଣ୍ଟାଏର ଲାଇଫ୍ ମାନେ ପୂରା ଜୀବନ । ଅର୍ଥାତ ସୁନ୍ଦର ଜୀବନ ବିତାଇବା ପାଇଁ କେବଳ ଗୋଟିଏ ରୋଜ ହିଁ ଯଥେଷ୍ଟ । ରୋଜ ଡେ' ଶୁଭେଚ୍ଛା ପାଇଁ ସୋସିଆଲ ମିଡିଆରେ ଟ୍ରେଣ୍ଡରେ ରହିଛି #Roseday #ଗୋଲାପଦିବସ । ଭାଲେଣ୍ଟାଇନ ଦିବସ ଆଜିର ଯୁବପିଢି ପାଇଁ ବେଶ ଖାସ ହୋଇଥାଏ । ସ୍କୁଲ କଲେଜରେ ପଢୁଥିବା ଛାତ୍ରଛାତ୍ରୀମାନେ ବେଶ ଉତ୍ସାହର ସହ ଏହି ଦିନଗୁଡିକୁ ନିଜ ପ୍ରିୟଜନ ପାଇଁ ସ୍ପେସିଆଲ କରିଥାନ୍ତି । ତେବେ କେବଳ ପ୍ରେମିକ ପ୍ରେମିକାଙ୍କୁ କେବଳ ଗୋଲାପ ଦିଆଯାଏ ନାହିଁ । ବରଂ ସାଙ୍ଗକୁ ମଧ୍ୟ ଗୋଲାପ ଫୁଲ ଦେଇ ଖାସ୍ ଅନୁଭବ ଜତାଇପାରିବେ ।












Click it and Unblock the Notifications