ବନ୍ଦ ହେଲା ମାତା ବୈଷ୍ଣୋ ଦେବୀ ମାର୍ଗ, ଜାଣନ୍ତୁ କାହିଁକି?
ଚଳିତ ବର୍ଷ ତୃତୀୟ ଥର ପାଇଁ ବନ୍ଦ ହେଲା ମାତା ବୈଷ୍ଣୋ ଦେବୀ ଯାତ୍ରା। ଏଥର ହିମକୋଟିରେ ଭୂସ୍ଖଳନ ଯୋଗୁଁ ରାସ୍ତାରେ 30 ଫୁଟର ପଥର ପଙ୍କ କାଦୁଅ ଜମା ହୋଇଯାଇଛି । ରାସ୍ତାରେ ବଡ଼ ବଡ଼ ପଥର ପଡିଥିବାରୁ ଯାତ୍ରା ବନ୍ଦ କରାଯାଇଛି । ଜମ୍ମୁ-କାଶ୍ମୀରରେ ପ୍ରବଳ ବର୍ଷା ଯୋଗୁଁ ମାତା ବୈଷ୍ଣୋ ଦେବୀଙ୍କ ଯାତ୍ରା ପୁଣଇଥରେ ବନ୍ଦ କରିଦିଆଯାଇଛି । ଏପଟେ ଭୂସ୍ଖଳନ ଯୋଗୁଁ ବ୍ୟାଟେରୀ କାର, କେବୁଲ କାର ଏବଂ ହେଲିକାପ୍ଟର ସେବା ମଧ୍ୟ ବନ୍ଦ କରି ଦିଆଯାଇଛି । ଭକ୍ତଙ୍କ ସୁରକ୍ଷାକୁ ଦୃଷ୍ଟରେ ରଖି ଯାତ୍ରାକୁ ପାରମ୍ପରିକ ପୁରୁଣା ମାର୍ଗରେ ଜାରି ରଖାଯାଇଛି ।













Click it and Unblock the Notifications