ବୈଷ୍ଣୋ ଦେବୀ ମାର୍ଗରେ ଭୂସ୍ଖଳନ; ଜଣେ ମୃତ
ଜମ୍ମୁ-କାଶ୍ମୀରର କିଛି ସ୍ଥାନରେ ପ୍ରବଳ ବର୍ଷା ଜାରି ରହିଛି । ଏହି ସମୟରେ ସୋମବାର କଟରାର ମାତା ବୈଷ୍ଣୋ ଦେବୀ ମନ୍ଦିର ଯିବା ରାସ୍ତାରେ ଭୂସ୍ଖଳନ ଘଟିଛି । ସୂଚନା ଅନୁଯାୟୀ ଭୂସ୍ଖଳନ ଯୋଗୁଁ ଏକ ଢାବା ରାସ୍ତାରେ ପଥର ଖସିପଡିଛି । ଯାହା ଫଳରେ ଅନେକ ଲୋକ ଫସି ରହିଛନ୍ତି । ଚାରି ଜଣଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, ବୈଷ୍ଣୋ ଦେବୀ ଭବନ ମାର୍ଗର ବାଣଗଙ୍ଗା ନିକଟରେ ଭକ୍ତମାନେ ଭଗ୍ନାବଶେଷରେ ଫସି ରହିବା ସହ ଜଣେ ଭକ୍ତଙ୍କ ମୃତ୍ୟୁ ଘଟିଛି । ସେମାନଙ୍କ ମଧ୍ୟରେ ଅନେକ ଆହତ ହୋଇଛନ୍ତି ।
ଖବର ମୁତାବକ, ଆଜି ସକାଳ ୮ଟାରେ ମାତା ବୈଷ୍ଣୋ ଦେବୀରୁ କଟରା ଯାଉଥିବା ଟ୍ରାକରେ ବାଣଗଙ୍ଗା ନିକଟରେ ହଠାତ୍ ଭୂସ୍ଖଳନ ହୋଇ ଶ୍ରୀ ମାତା ବୈଷ୍ଣୋ ଦେବୀ ଯାତ୍ରୀ ଟ୍ରାକ ଉପରେ ପଡ଼ିଲା । ଫଳରେ ଏହି ଟ୍ରାକରେ ନିର୍ମିତ ସେଡର ଏକ ଅଂଶ ଭୁଶୁଡ଼ି ପଡ଼ିଥିଲା । ସେଡ ସହିତ, ଯାତ୍ରା ଟ୍ରାକରେ ନିର୍ମିତ ରେଲିଂର ଏକ ଅଂଶ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା, ଯେଉଁଥିରେ ପାଞ୍ଚ ଜଣ ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି ।

ତେବେ ଭୂସ୍ଖଳନ ବିଷୟରେ ଖବର ପାଇଁ ତୁରନ୍ତ ଘଟଣା ସ୍ଥଳରେ ପୋଲିସ ଏବଂ ଶ୍ରୀଇନ ବୋର୍ଡ ଅଧିକାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ପ୍ରଥମେ ଆହତ ହୋଇଥିବା ଲୋକଙ୍କୁ ଉପଚାର ପାଇଁ କଟରା ଉପ ଜିଲ୍ଲା ହସପିଟାଲକୁ ପଠାଯାଇଛି ।












Click it and Unblock the Notifications