ଏହି କମ୍ପାନୀକୁ କଡ଼ା ଚେତାବନୀ ଦେଲେ ରେଳ ମନ୍ତ୍ରୀ, କହିଲେ ଗୁଣବତ୍ତାରେ ସୁଧାର କରନ୍ତୁ , ନଚେତ.....
ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରେଳ କମ୍ପାନିକୁ ଦେଇଛନ୍ତି କଡା ଚେତାବନୀ । ସେ ସିଧାସଳଖ କହିଛନ୍ତି ଯେ, ଗୁଣବତ୍ତାରେ ସୁଧାର କରନ୍ତୁ ନଚେତ୍ କମ୍ପାନି ବ୍ଲାକଲିଷ୍ଟ କରି ଦେବୁ । ସିଆଇଆଇର ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଅଶ୍ୱିନୀ ବୈଷ୍ଣବ କହିଛନ୍ତି, କୌଣସି ନିମ୍ନମାନର ମ୍ୟାନୁଫେକଚର ଓ ରପ୍ତାନୀକୁ ବରଦାସ୍ତ କରାଯିବ ନାହିଁ । ଯିଏ ଭାରତୀୟ ରେଳକୁ ବେକାର ମାଲ୍ ଯୋଗାଣ କରୁଛନ୍ତି, ସେହି କମ୍ପାନିଗୁଡିକୁ କଳାତାଲିକାଭୁକ୍ତ କରିବାକୁ ଚେତାବନୀ ଦେଇଛନ୍ତି ରେଳ ମନ୍ତ୍ରୀ ।

ଏହି କାର୍ଯ୍ୟକ୍ରମରେ ରେଳ ମନ୍ତ୍ରୀ ମ୍ୟାନୁଫେକଚରିଂ ପ୍ରୋସେସର ସମୀକ୍ଷା କରିବାକୁ ଆଦଶ ଦେଇଛନ୍ତି । ଟ୍ରାକ ଓ ଉପକରଣ ଯୋଗାଣକାରୀଙ୍କ ସଭାକୁ ସମ୍ବୋଧିତ କରି ବୈଷ୍ଣବ କହିଛନ୍ତି, ମୋତେ ଜଣା ଅନେକ କଳକବଜା ନିର୍ମାତା ଏହାକୁ ପସନ୍ଦ କରିବେ ନାହିଁ । ମାତ୍ର ଏହା ଆମ ଯାତ୍ରୀଙ୍କ ସୁରକ୍ଷା ପାଇଁ ବହୁତ ମହତ୍ୱପୂର୍ଣ୍ଣ ।
କଡା ଶବ୍ଦରେ ଲେଖା ଯାଇଥିବା ଏକ ନିର୍ଦ୍ଦେଶରେ ବୈଷ୍ଣବ ଉତ୍ପାଦର ଚୟନଠୁ ନେଇ ଯୋଗାଣ ପର୍ଯ୍ୟନ୍ତ ଗୁଣବତ୍ତା ନିୟନ୍ତ୍ରଣରେ ସଂପୂର୍ଣ୍ଣ ପରିବର୍ତ୍ତନ କରିବାକୁ କହିଛନ୍ତି । ବୈଷ୍ଣବ କହିଛନ୍ତି, ଯିଏ ସୁଧାର କରିବେ ନାହିଁ ସେମାନେ ହାରିଯିବେ । ମୁଁ ଆପଣ ସମସ୍ତଙ୍କୁ ପ୍ରକ୍ରିୟାରେ ସୁଧାର କରିବାକୁ ଆହ୍ୱାନ କରୁଛି ।
ସେ ରେଲେଓ ବୋର୍ଡକୁ ଏମିତି ଅଧିକାରୀଙ୍କୁ ନିଯୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଯିଏ ଗୁଣବତ୍ତା ଯାଞ୍ଚ କରିବାରେ ସିଦ୍ଧହସ୍ତ । ସେ ରେଲେଓ ବୋର୍ଡର ଅଧ୍ୟକ୍ଷଙ୍କ ଆଡକୁ ଇସାରା କରି କହିଛନ୍ତି, ନିମ୍ନମାନର ଉପକରଣ ତିଆରି କରୁଥିବା ଏବଂ ଯୋଗାଉଥିବା ଲୋକଙ୍କୁ କଟକଣା ଲଗାଇବା ସହ ସଂସ୍ଥାକୁ କଳାତାଲିକାଭୁକ୍ତ କରିବା ଉଚିତ୍ ।












Click it and Unblock the Notifications