ବୈଷ୍ଣବଙ୍କ ବଡ଼ ବୟାନ ; ରେଲୱେ ସମ୍ପର୍କିତ ଫେକ୍‌ ଭିଡିଓ ପୋଷ୍ଟ କଲେ ନିଆଯିବ ଦୃଢ କାର୍ଯ୍ୟନୁଷ୍ଠାନ

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ବୟାନ , ରେଲୱେ ସମ୍ପର୍କିତ ନକଲି ଭିଡିଓ ପୋଷ୍ଟ କଲେ ନିଆଯିବ କାର୍ଯ୍ୟନୁଷ୍ଠାନ । ଅଶ୍ୱିନୀ ବୈଷ୍ଣବ ଅଚାନକ ଦିଲ୍ଲୀର ଆନନ୍ଦ ବିହାର ଷ୍ଟେସନ ଯାଞ୍ଚରେ ବାହାରିଥିଲେ । ଯାଞ୍ଚ ସମୟରେ, ସେ ଷ୍ଟେସନର ହୋଲ୍ଡିଂ ଏରିଆ ଯାଞ୍ଚ କରିଥିଲେ ଏବଂ ଯାତ୍ରୀମାନଙ୍କ ସହିତ ସିଧାସଳଖ ଆଲୋଚନା କରିଥିଲେ । ସେ ଷ୍ଟେସନର ପରିଷ୍କାର ପରିଚ୍ଛନ୍ନତା ଏବଂ ଉପଲବ୍ଧ ସୁବିଧା ସମ୍ପର୍କରେ ମତାମତ ମଧ୍ୟ ସଂଗ୍ରହ କରିଥିଲେ । ସେଠାରୁ ଫେରିବା ପରେ ସେ ସ୍ପଷ୍ଟ ଭାବରେ କହିଛନ୍ତି ଯେ ସୋସିଆଲ ମିଡିଆରେ ରେଳ ସମ୍ପର୍କିତ ନକଲି ଭିଡିଓ ପୋଷ୍ଟ କରୁଥିବା ଲୋକଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେ ଲୋକମାନଙ୍କୁ ଏପରି ଭିଡିଓ ପ୍ରସାରଣ ନକରିବାକୁ ନିବେଦନ କରିଛନ୍ତି, କାରଣ ଏହା ଯାତ୍ରୀମାନଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଏବଂ ଆତଙ୍କ ସୃଷ୍ଟି କରୁଛି ।

Vaishnav

ରେଳ ମନ୍ତ୍ରଣାଳୟର ଏକ ସୂଚନା ଅନୁସାରେ , ପାର୍ବଣ ଋତୁରେ ପ୍ରବଳ ଭିଡ଼ ସତ୍ତ୍ୱେ ଯାତ୍ରୀମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ସେଥିପାଇଁ ରେଳବାଇ ବ୍ୟାପକ ବ୍ୟବସ୍ଥା କରିଛି । ରେଳମନ୍ତ୍ରୀ କହିଛନ୍ତି ଯେ ଯାତ୍ରୀଙ୍କ ସୁବିଧା ଏବଂ ସୁରକ୍ଷା ଆମର ସର୍ବୋଚ୍ଚ ପ୍ରାଥମିକତା । ରେଳବାଇ ସମ୍ପର୍କିତ ନକଲି ଭିଡିଓ ପ୍ରସାରଣକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଛି । ଲୋକଙ୍କୁ ଏପରି ଭ୍ରାମକ ଭିଡିଓ ସେୟାର ନକରିବାକୁ ଅନୁରୋଧ କରାଯାଇଛି । ଯାଞ୍ଚ ସମୟରେ ରେଳ ବୋର୍ଡର ଅଧ୍ୟକ୍ଷ ଏବଂ ସିଇଓ ସତୀଶ କୁମାର, ଉତ୍ତର ରେଳବାଇର ମହାନିରୀକ୍ଷକ ଅଶୋକ କୁମାର ବର୍ମା ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।

ଅଶ୍ୱିନୀ ବୈଷ୍ଣବ ଶନିବାର ପୂର୍ବରୁ ନୂଆଦିଲ୍ଲୀ ରେଳ ଷ୍ଟେସନର ନବନିର୍ମିତ ହୋଲ୍ଡିଂ ଏରିଆ ଯାଞ୍ଚ କରିଥିଲେ । ଏହାସହ ସୁରକ୍ଷା ଏବଂ ସୁବିଧା ସମ୍ପର୍କରେ ଯାତ୍ରୀମାନଙ୍କ ସହିତ ଆଲୋଚନା କରିଥିଲେ । ଦୀପାବଳି ଏବଂ ଛଠ ପର୍ବ ପାଇଁ ଷ୍ଟେସନରେ ଉତ୍ତର ପ୍ରଦେଶ, ବିହାର ଏବଂ ଝାଡ଼ଖଣ୍ଡ ଯାଉଥିବା ଯାତ୍ରୀଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି । ଶନିବାର ସନ୍ଧ୍ୟାରେ ଗୁଜରାଟର ସୁରଟର ଉଧନା ରେଳ ଷ୍ଟେସନରେ ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା । ନିଜ ଗାଁକୁ ଯିବା ପାଇଁ ଟ୍ରେନ୍କୁ ଅପେକ୍ଷା କରିଥିବା ଯାତ୍ରୀମାନଙ୍କର ଦୁଇ କିଲୋମିଟର ଲମ୍ବା ଧାଡ଼ି ଦେଖିବାକୁ ମିଳିଥିଲା । ଏହି ଯାତ୍ରୀମାନେ ବିଭିନ୍ନ ସାପ୍ତାହିକ ଏବଂ ସ୍ୱତନ୍ତ୍ର ଟ୍ରେନ୍ ପାଇଁ ଧାଡ଼ିରେ ଠିଆ ହୋଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+