ଟିକା ବଢାଇଲା ଚିନ୍ତା ; କୋଭାକ୍ସିନ ନେବାର ବର୍ଷେ ପରେ ୩୦ ପ୍ରତିଶତ ଲୋକ ସ୍ବାସ୍ଥ୍ୟ ସମସ୍ୟାର ସମ୍ମୁଖୀନ

କରୋନା ଟିକାକୁ ନେଇ ବଡ ତଥ୍ୟ ସାମ୍ନାକୁ ଆସିଛି । ଅକ୍ସଫୋର୍ଡ-ଆଷ୍ଟ୍ରାଜେନିକା କମ୍ପାନୀ ପ୍ରସ୍ତୁତ କୋଭିଶିଲ୍ଡ ଟିକା ନେଇଥିବା ଲୋକଙ୍କଠାରେ ରକ୍ତ ଜମାଟ ବାନ୍ଧିବା ଓ ପ୍ଲେଟ୍‌ଲେଟ୍‌ କାଉଣ୍ଟ କମିଯିବା ଭଳି ବିରଳ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଇଥିବା ଉକ୍ତ କମ୍ପାନୀ ନିକଟରେ ବ୍ରିଟେନର ଏକ ଅଦାଲତରେ ସ୍ବୀକାର କରିବା ପରେ ସାରା ବିଶ୍ୱରେ ହଇଚଇ ଖେଳିଯାଇଥିଲା। ତେବେ ଭାରତ ବାୟୋଟେକ୍‌ ପ୍ରସ୍ତୁତ କୋଭିଡ୍‌ ଟିକା କୋଭାକ୍ସିନ ମଧ୍ୟ ବିବଦମୁକ୍ତ ନୁହେଁ ବୋଲି ଜଣାପଡ଼ିଛି। ଏହି ଟିକା ନେଇଥିବା ଏକତୃତୀୟାଂଶରୁ ଊର୍ଦ୍ଧ୍ୱ ବ୍ୟକ୍ତି ବର୍ଷକ ପରେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୋଇଥିବା ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ (ବିଏଚ୍‌ୟୁ) ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନରୁ ସ୍ପଷ୍ଟ ହୋଇଛି।

corona

ଟିକା ନେବା ପରବର୍ତ୍ତୀ ସମୟରେ ଶ୍ୱାସନଳୀ ଉପର ଭାଗରେ ଭାଇରାଲ ସଂକ୍ରମଣ ସମେତ ବିଭିନ୍ନ ସଂକ୍ରମଣର ସମ୍ମୁଖୀନ ହୋଇଥିବା ସର୍ଭେରେ ଭାଗ ନେଇଥିବା ପାଖାପାଖି ୫୦ ପ୍ରତିଶତ କହିଛନ୍ତି। ବିଏଚ୍‌ୟୁ ଟିମ୍‌ ପକ୍ଷରୁ ୯୨୬ ଜଣଙ୍କୁ ନେଇ ଏହି ଅଧ୍ୟୟନ କରାଯାଇଥିଲା। ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ଷ୍ଟ୍ରୋକ୍‌ ଏବଂ ଗୁଇଲାନ-ବାରେ ସିଣ୍ଡ୍ରୋମ୍‌ ଭଳି ପ୍ରତିକ୍ରିୟା ୧ ପ୍ରତିଶତଙ୍କଠାରେ ଦେଖାଦେଇଛି।

ଗୁଇଲାନ ବାରେ ସିଣ୍ଡ୍ରମ୍‌ ହେଉଛି ଶରୀରର ରୋଗ ପ୍ରତିରୋଧକ ବ୍ୟବସ୍ଥା ସ୍ନାୟୁତନ୍ତ୍ରକୁ ଆକ୍ରମଣ କରିବା। ଏହାର ପ୍ରଥମ ଲକ୍ଷଣ ହେଲା ହାତ ପାଦ ଲାଗିବା ସହ ଛୁଞ୍ଚତ୍ ଫୋଡ଼ିଲା ଭଳି ଅନୁଭୂତ ହୋଇ ପରେ ସମ୍ପୂର୍ଣ୍ଣ ଶରୀରକୁ ପକ୍ଷାଘାତ ଆକ୍ରାନ୍ତ କରିଦେଇଥାଏ। ଏହା ବ୍ୟତୀତ କୋଭାକ୍ସିନ ନେଇଥିବା ଲୋକଙ୍କ ଶରୀରରେ ୩ଟି ଅସଙ୍ଗତି ମଧ୍ୟ ଦେଖିବାକୁ ମିଳିଛି। ସେଗୁଡ଼ିକ ହେଲା ନୂଆ ଚର୍ମରୋଗ, ସାଧାରଣ ଅସଙ୍ଗତି ଓ ସ୍ନାୟବିକ ବ୍ୟବସ୍ଥାରେ ଅସଙ୍ଗତି। ୨୦୨୨ ଜାନୁଆରୀରୁ ୨୦୨୩ ଅଗଷ୍ଟ ମଧ୍ୟରେ ଏହି ଅଧ୍ୟୟନ କରାଯାଇଥିଲା। କୋଭାକ୍ସିନ ନେଇଥିବା ୬୩୫ ଜଣ କିଶୋରୀକିଶୋର ଏବଂ ୨୯୧ ଜଣ ବୟସ୍କଙ୍କୁ ଅଧ୍ୟୟନରେ ସାମିଲ କରାଯାଇଥିଲା ଓ ଟେଲିଫୋନ୍‌ ଯୋଗେ ସେମାନଙ୍କୁ ପାର୍ଶ୍ୱ ପ୍ରତିକ୍ରିୟା ସମ୍ପର୍କରେ ପ୍ରଶ୍ନ କରାଯାଇଥିଲା। ଚର୍ମରେ ଅସଙ୍ଗତି ସମ୍ପର୍କରେ ୧୦.୫ ପ୍ରତିଶତ କହିଥିବାବେଳେ ୧୦.୨ ପ୍ରତିଶତ ସାଧାରଣ ଅସଙ୍ଗତି ଏବଂ ୪.୭ ପ୍ରତିଶତ ନର୍ଭସ ସିଷ୍ଟମରେ ଅସଙ୍ଗତି କଥା କହିଥିଲେ। ୪.୬ ପ୍ରତିଶତ ମହିଳାଙ୍କଠାରେ ଋତୁସ୍ରାବଜନିତ ଅସ୍ବାଭାବିକତା ଦେଖାଯାଇଥିଲା। ସେହିପରି ଟିକା ନେଇଥିବା ୪.୬ ପ୍ରତିଶତଙ୍କଠାରେ ଚକ୍ଷୁଜନିତ ଅସ୍ବାଭାବିକତା ଏବଂ ୦.୬ ପ୍ରତିଶତଙ୍କଠାରେ ହାଇପୋଥାଇରୋଡିଜମ୍‌ ସମସ୍ୟା ଦେଖାଦେଇଥିଲା।

ଟିକା ନେଇଥିବା ବୟସ୍କଙ୍କ ମଧ୍ୟରୁ ୪ ଜଣଙ୍କୁ ମୃତ୍ୟୁ ଘଟିଥିଲା। ସେମାନେ ପୂର୍ବରୁ ମଧୁମେହରେ ପୀଡ଼ିତ ଥିବାବେଳେ ସେମାନଙ୍କ ମଧ୍ୟରୁ ୩ ଜଣଙ୍କଠାରେ ଉଚ୍ଚ ରକ୍ତଚାପ ଥିଲା। ବହୁବିଧ ରୋଗ ଥିବା ମହିଳା ଓ ବୟସ୍କଙ୍କଠାରେ କୋଭାକ୍ସିନ ଟିକା ନେବା ପରେ ଅଧିକ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଇଥିଲା । ସେହିପରି କୋଭାକ୍ସିନ ଟିକାର ୩ଟି ଡୋଜ୍‌ ନେଇଥିବା ବୟସ୍କଙ୍କଠାରେ ପାର୍ଶ୍ୱ ପ୍ରତିକ୍ରିୟା ଅଧିକ ରହିଥିଲା ବୋଲି ଅଧ୍ୟୟନରେ କୁହାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+