କାଲିଠୁ ୧୨ ରୁ ୧୪ ବର୍ଷ ପିଲାଙ୍କ ଟିକାକରଣ
କାଲିଠାରୁ ଆରମ୍ଭ ହେବ ୧୨ରୁ ୧୪ ବର୍ଷ ବୟସ୍କଙ୍କ ଟିକାକରଣ । ପୂର୍ବରୁ ଜନ୍ମ ବର୍ଷ ଆଧାରରେ ଟିକା ଦିଆଯାଉଥିଲା । ଏଣିକି ଜନ୍ମ ତାରିଖ ଆଧାରରେ ଟିକା ଦିଆଯିବ ।
ନୂଆଦିଲ୍ଲୀ: କାଲିଠାରୁ ଆରମ୍ଭ ହେବ ୧୨ରୁ ୧୪ ବର୍ଷ ବୟସ୍କଙ୍କ ଟିକାକରଣ । ପୂର୍ବରୁ ଜନ୍ମ ବର୍ଷ ଆଧାରରେ ଟିକା ଦିଆଯାଉଥିଲା । ଏଣିକି ଜନ୍ମ ତାରିଖ ଆଧାରରେ ଟିକା ଦିଆଯିବ । ଟିକା ନେବା ଲାଗି ଜନ୍ମ ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ । ତେବେ ୧୨ରୁ ୧୪ ବର୍ଷର ପିଲାମାନଙ୍କୁ କେବଳ କୋର୍ବେଭାକ୍ସ ଟିକା ଦିଆଯିବ । ୨୮ ଦିନ ବ୍ୟବଧାନରେ ଦୁଇଟି ଡୋଜ ଦିଆଯିବ । ପୂର୍ବରୁ ଯେଉଁ ନିୟମାବଳୀ ଆଧାରରେ ଟିକାକରଣ ହେଉଥିଲା, ଏ ବର୍ଗଙ୍କ ଲାଗି ମଧ୍ୟ ସମାନ ନିୟମ ରହିବ ।

ଟିକା ନେବା ଲାଗି ଜନ୍ମ ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ । ଅନଲାଇନ ଓ ଅଫଲାଇନ ପଞ୍ଜିକରଣ ଜରିଆରେ ଟୀକା ଦିଆଯିବ । cowin ପୋର୍ଟାଲରେ ଏ ବର୍ଗଙ୍କ ଟୀକାକରଣ ଲାଗି ପଞ୍ଜିକରଣ ସୁବିଧା ନଥିବାରୁ ପ୍ରଥମ ପର୍ଯ୍ୟାୟରେ ଅଫଲାଇନରେ ଟୀକା ଦିଆଯିବ ଓ ସ୍କୁଲଗୁଡ଼ିକରେ ଟୀକା ଦିଆଯିବ । ଏହି ପ୍ରକ୍ରିୟାରେ ଶିକ୍ଷକମାନେ ସହଯୋଗ କରିବେ । ଟାଇମିଙ୍ଗ ଅନୁସାରେ ଟୀକାକରଣ କରିବାକୁ CDMO ମାନଙ୍କୁ ନିର୍ଦେଶ ଦିଆଯାଇଛି ।
SC-ST ବିଭାଗ ସହ ସମନ୍ୱୟ ରଖି ଟୀକାକରଣ କରାଯିବ । ସମୟରେ ପିଲାଙ୍କ ଟୀକାକରଣ ଲାଗି ଡେଡିକେଟେଡ଼ ସେଣ୍ଟର ଖୋଲାଯିବ । ପିଲାଙ୍କୁ କାକର୍ଭିଭାକ୍ସ ଟୀକା ଦିଆଯିବ । ୨୮ ଦିନ ବ୍ୟବଧାନରେ ଦୁଇଟି ଡୋଜ ଟୀକା ଦିଆଯିବ । ଯେଉଁ ନିୟମାବଳୀ ଆଧାରରେ ଟୀକାକରଣ ହେଉଥିଲା, ଏ ବର୍ଗଙ୍କ ଲାଗି ମଧ୍ୟ ସମାନ ନିୟମ ରହିବ ।












Click it and Unblock the Notifications