ଉତ୍ତରାଖଣ୍ଡ: ହିମସ୍ଖଳନରେ ପ୍ରାଣ ହରାଇଲେ ଏଭରେଷ୍ଟ ବିଜୟିନୀ ସବିତା କନସ୍ବାଲ
ଉତ୍ତରକାଶୀରେ ପର୍ବତାରୋହୀ ସବିତା କନସ୍ବାଲଙ୍କ ପ୍ରାଣହାନୀ । ମଙ୍ଗଳବାର ଡାଣ୍ଡା -2ରେ ହିମସ୍ଖଳନ ଘଟିବା ଫଳରେ 10 ଜଣଙ୍କର ମୃତ୍ୟୁ ଘଟିଥିଲା। ସେମାନଙ୍କ ଭିତରେ ରହିଛନ୍ତି ପ୍ରଶିକ୍ଷିକା ସବିତା
ଡେରାଡୁନ: ଉତ୍ତରକାଶୀରେ ପର୍ବତାରୋହୀ ସବିତା କନସ୍ବାଲଙ୍କ ପ୍ରାଣହାନୀ । ମଙ୍ଗଳବାର ଡାଣ୍ଡା -2ରେ ହିମସ୍ଖଳନ ଘଟିବା ଫଳରେ 10 ଜଣଙ୍କର ମୃତ୍ୟୁ ଘଟିଥିଲା। ସେମାନଙ୍କ ଭିତରେ ରହିଛନ୍ତି ପ୍ରଶିକ୍ଷିକା ସବିତା । ଏହି ଅଘଟଣରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଗଭୀର ଦୁଃଖ ପ୍ରକାଶ କରାଯାଇଛି ।
ସୂଚନା ଅନୁସାରେ, ମଙ୍ଗଳବାର ସକାଳେ ଉତ୍ତରକାଶୀରେ ଏହି ହିମସ୍ଖଳନ ହୋଇଥିଲା । ବରଫ ଅତଡା ଖସିବା ଫଳରେ 41 ଜଣ ପର୍ବତାରୋହୀ ଟିମ୍ ଫସି ରହିଥିଲେ । ସେମାନଙ୍କ ମଧ୍ୟରୁ 34 ଜଣ ଟ୍ରେନି ରହିଥିବା ବେଳେ 7 ଜଣ ପ୍ରଶିକ୍ଷକ ରହିଥିଲେ ।

ହିମସ୍ଖଳନ ପରେ ପ୍ରବଳ ତୁଷାରପାତ ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜିଥିଲା । ଖୋଦ୍ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ଏହି ଘଟଣା ସମୀକ୍ଷା କରି ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ବାୟୁସେନାକୁ ନିର୍ଦ୍ଦେଶ ଦେଇଥିଲେ । ଡାଣ୍ଡା ପର୍ବତରେ ଫସି ରହିଥିବା ପର୍ବତାରୋହୀଙ୍କୁ ଉଦ୍ଧାର କରିବା ପାଇଁ ବାୟୁସେନାର ଦୁଇଟି ଚିତା ହେଲିକପ୍ଟର ସାମିଲ ରହିଥିଲେ ।
25 ବର୍ଷବୟସ୍କା କଂସୱାଲ ପର୍ବତାରୋହଣ ପାଇଁ ଆଜି ପର୍ଯ୍ୟନ୍ତ ତାଙ୍କୁ ସମର୍ଥନ କରୁଥିବା ଲୋକଙ୍କ ପ୍ରତି ସେ କୃତଜ୍ଞ। କ୍ରାଉଡଫଣ୍ଡିଂ ମାଧ୍ୟମରେ ଲୋକମାନେ ସହାୟତା ପ୍ରଦାନ କରିଥିଲେ ଏବଂ 100 ଟଙ୍କା ପର୍ଯ୍ୟନ୍ତ ଅବଦାନ ଦେଇଥିଲେ । "ଲୋକମାନେ ମୋ ପରିବାରକୁ ଚାରି ଝିଅ ବୋଲି ଅନେକ କଥା କୁହନ୍ତି । ସେମାନଙ୍କୁ ଭୁଲ୍ ପ୍ରମାଣ କରିବାକୁ ମୋର ସଂକଳ୍ପକୁ ଉତ୍ସାହିତ କଲା । ମୁଁ ଖୁସି ଯେ ମୁଁ ବର୍ତ୍ତମାନ ମୋ ପରିବାରକୁ ଆର୍ଥିକ ସହାୟତା କରିବାକୁ ସକ୍ଷମ ବୋଲି କନସ୍ୱାଲ କହିଥିଲେ । ହେଲେ ତାଙ୍କର ଏହି ଯାତ୍ରା ଅଧାରେ ରହିଯାଇଛି । ତାଙ୍କର ମୃତ୍ୟୁ ପରିବାର ପାଇଁ ଦୁଃଖ ଆଣିଦେଇଛି । ବର୍ତ୍ତମାନ ସୁଦ୍ଧା ପରିବାର ପକ୍ଷରୁ କୌଣସି ତଥ୍ୟ ମିଳିପାରି ନାହିଁ ।












Click it and Unblock the Notifications