ଏବେ ବି ଟନେଲ୍ ଭିତରେ ଫସି ରହିଛନ୍ତି ୪୦ ଶ୍ରମିକ, କାଲି ସୁଦ୍ଧା ହେବ ରେସ୍କ୍ୟୁ !
Uttarkashi Tunnnel Collapse: ଏବେ ବି ଟନେଲ୍ ଭିତରେ ଫସି ରହିଛନ୍ତି ୪୦ ଶ୍ରମିକ । ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ଅପରେସନ ଜାରି ରହିଛି । NDRF, SDRF, ITBP ଯବାନଙ୍କ ଦ୍ୱାରା ଅପରେସନ ଜାରି ରହିଛି । ମିଳିଥିବା ସୂଚନା ଅନୁସାରେ, ଶ୍ରମିକଙ୍କ ପାଖରେ ପହଞ୍ଚିବା ପାଇଁ ଆଉ ଗୋଟିଏ ଦିନର ସମୟ ଲାଗିପାରେ । ଆଜି ସନ୍ଧ୍ୟା ନଚେଚ୍ ଆସନ୍ତା କାଲି ସକାଳ ସୁଦ୍ଧା ରେସକ୍ୟୁ କରାଯାଇପାରେ । ଏନେଇ ସୂଚନା ଦେଲେ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ସଚିବ ।
ସେହିପରି ପାଇପ୍ ଯୋଗେ ଖାଦ୍ୟ,ପାନୀୟ ଏବଂ ଅମ୍ଳଜାନ ପଠାଯାଉଛି । ଭୁଶୁଡିଥିୂା ୨୦୦ ମିଟର ଅଞ୍ଚଳରେ ପଡିଥିବା ପଥର କାଟିବାରେ ସାମାନ୍ୟ ଅଗ୍ରଗତି ହୋଇଛି । ରେସ୍କ୍ୟୁ ଟିମ୍ ଶ୍ରମିକଙ୍କ ପାଖରେ ପହଞ୍ଚିବା ପାଇଁ ରାସ୍ତା ତିଆରି କରୁଛନ୍ତି । ଟନେଲକୁ ଅବରୋଧ କରୁଥିବା ପ୍ରାୟ ୨୧ ମିଟରର ଏକ ସ୍ଲାବକୁ ହଟାଇ ଦିଆଯାଇଥିବା ବେଳେ ଆଉ ୧୯ ମିଟର ସଫା କରିବା ପାଇଁ ପଡିବ । ଏନେଇ ସୂଚନା ଦେଲେ ସୁରକ୍ଷା ଅଧିକାରୀ ।

ସୂଚନା ଅନୁସାରେ, ଉଦ୍ଧାରକାରୀ ଟିମ୍ ହାଇଡ୍ରୋଲିକ୍ ଜ୍ୟାକ୍ ବ୍ୟବହାର କରି ଶ୍ରମିକମାନଙ୍କ ପାଖରେ ୯୦୦ ମିଲିମିଟର ବ୍ୟାସ୍ ବିଶିଷ୍ଟ ଏକ ପାଇପ୍ ସଂଯୋଗ କରିବାର ଯୋଜନା କରୁଛନ୍ତି । ଏହି ଅପରେସନରେ ଜଳସେଚନ ବିଭାଗରର ବିଶେଷଜ୍ଞମାନେ ମଧ୍ୟ ସାମିଲ ହୋଇଛନ୍ତି ।

ସୂଚନାଥାଉ ଯେ, ରବିବାର ପ୍ରାୟ ଭୋର ୪ଟା ବେଳେ ଏହି ଅଘଟଣ ଘଟିଥିଲା । ଏହି ଟନେଲର ଲମ୍ବ ହେଉଛି ସାଢ଼େ ୪ କିଲୋମିଟର । ରବିବାର ସକାଳ ସମୟରେ ଟନେଲର ପ୍ରବେଶ ପଥରୁ ସିଲକ୍ୟାରା ଆଡକୁ ୨୦୦ ମିଟର ଦୂରରେ ଏକ ଭୂସ୍ଖଳନ ଘଟିଥିଲା । ପ୍ରଶାସନ ଏବଂ ରିଲିଫ କାର୍ଯ୍ୟ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।
ହାଇଡ୍ରୋଲିକ୍ ଜ୍ୟାକ୍ ବ୍ୟବହାର କରି ଶ୍ରମିକମାନଙ୍କ ନିକଟକୁ ୯୦୦ ମିଲିମିଟର ବ୍ୟାସ୍ ବିଶିଷ୍ଟ ଏକ ପାଇପ୍ ସଂଯୋଗ କରିବା ନେଇ ଯୋଜନା କରାଯାଉଛି । ସ୍ଲାବ୍ ଭୁଶୁଡ଼ି ପୋତି ହୋଇଥିବା ଆବର୍ଜନାକୁ ସଫା କରିବା ପାଇଁ ଆଗର୍ ମେସିନର ବ୍ୟବହାର ମଧ୍ୟ କରାଯାଉଛି । ଉଦ୍ଧାର କାର୍ଯ୍ୟରେ ଜଳସେଚନ ବିଭାଗର ବିଶେଷଜ୍ଞମାନେ ମଧ୍ୟ ସାମିଲ୍ ହୋଇଛନ୍ତି ।












Click it and Unblock the Notifications