ଉତ୍ତରକାଶୀ ଟନେଲ୍ ଦୁର୍ଘଟଣା ମାମଲା: ପୁଣି ଅଟକିଲା ଟନେଲରୁ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ

Uttarkashi Tunnel Rescue Operation Update: ଉତ୍ତରାଖଣ୍ତ ସ୍ଥିତ ଉତ୍ତରକାଶୀ ଟନେଲ ଦୁର୍ଘଟଣା ମାମଲ । ପୁଣି ଉଦ୍ଧାର କାର୍ଯ୍ୟରେ ହେଲା ବିଳମ୍ବ । ମିଳିଥିବା ସୂଚନା ଅନୁସାରେ, ଭିତରକୁ ପଠାଯାଉଥିବା ପାଇପର ଆଗ ଭାଗ ଲୁହା ରଡରେ ଧକ୍କା ହେବା ଫଳରେ ବଙ୍କା ହୋଇଯାଇଛି । ତେଣୁ ବର୍ତ୍ତମାନ ଏହି ପାଇପର ଆଗ ଭାଗକୁ ଗ୍ୟାସ୍ କଟରରେ କାଟି ଅଲଗା କରାଯିବ ପରେ ସେହି ଅଂଶକୁ ଛୋଟ ଖଣ୍ଡରେ କାଟି ପାଇପକୁ ବାହାରକୁ ଅଣାଯିବ । ଏହି କାରଣରୁ, ଭିତରକୁ ପଠାଯାଇଥିବା ପାଇପ୍ ପ୍ରକ୍ରିୟାକୁ ଏବେ ସ୍ଥଗିତ ରଖାଯାଇଛି ।

800 ଏମଏମ୍ ପାଇପ୍ ଭିତରକୁ ପଠାଯାଇଥିଲା ହେଲେ ସାମ୍ନାରେ ଥିବା ଏକ ଲୁହା ରଡରେ ବାଡେଇ ହୋଇ ପାଇପଟି ମୋଡି ହୋଇଯାଇଛି । ଯେଉଁଥି ପାଇଁ ଏହି ପାଇପକୁ ଆଗକୁ ପଢାଇବାରେ ସମସ୍ୟା ସୃଷ୍ଟି ହେଉଛି । ବର୍ତ୍ତମାନ ଏହାକୁ ଠିକ୍ କରିବା ପାଇଁ ଏକ ବିଶେଷଜ୍ଞ ଦଳ ଡକାଯାଇଛି, ଯିଏ ପାଇପର ଆକାରକୁ ଠିକ୍ କରିବେ ଏବଂ ଏହାକୁ ପୁନଃବାର ଟନେଲ୍ ଭିତରକୁ ପଠାଯିବ ।

 uttarakhand

ଅନ୍ୟପକ୍ଷରେ ଚିକିତ୍ସା ଉପକରଣ ଟନେଲ ଭିତରେ ଫସି ରହିଥିବା ଶ୍ରମିକଙ୍କ ମଧ୍ୟରେ ପହଞ୍ଚିଛି । ନଭେମ୍ବର 12 ରେ ସିଲ୍କିରା ଟନେଲର କିଛି ଅଂଶ ଭୁଶୁଡ଼ିବା ପରେ ଫସି ରହିଥିବା 41 ଜଣ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଉତ୍ତରପ୍ରଦେଶ ଡିଏମ ଅଭିଷେକ ରୁହେଲା ଘଟଣାସ୍ଥଳରେ ପହଞ୍ଚିଛନ୍ତି ।

ଏହାପୂର୍ବରୁ ଉଦ୍ଧାର କାର୍ଯ୍ୟ ଦଳର ସଦସ୍ୟ ଗିରିଶ ସିଂ ରାୱତ କହିଥିଲେ, "ଉଦ୍ଧାର କାର୍ଯ୍ୟ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ପାଇପଲାଇନ ଖନନ ସମୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଥିଲା ତାହାର ସମାଧାନ ହୋଇଛି । ଟନେଲ୍ ମଧ୍ୟରେ ପାଇପଲାଇନ ଭର୍ତ୍ତି କରିବା ପ୍ରକ୍ରିୟା ଚାଲିଛି। "

ଉଦ୍ଧାରକାରୀ ଦଳର ସଦସ୍ୟ ହରପାଲ ସିଂ କହିଛନ୍ତି, "44 ମିଟର ପାଇପ୍ ଭିତରକୁ ଯାଇସାରିଛି, ଆଉ 12 ମିଟର ଭିତରକୁ ଯିବ । କିଛି ଇସ୍ପାତ ଖଣ୍ଡ ବାଧକ ସାଜିଥିଲା ଯାହାକୁ କଟା ଯାଇଛି । ଆଶା କରାଯାଉଥିଲା ସକାଳ ପ୍ରାୟ 8 ଟା ସୁଦ୍ଧା ଏହି ଅପରେସନ୍ ଶେଷ ହେବ ବୋଲି ଆଶା କରାଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+