ଉତ୍ତରାଖଣ୍ଡରେ ନିର୍ମାଣାଧିନ ଟନେଲ ଭୁଶୁଡ଼ିବା ଘଟଣା: ଫସିଛନ୍ତି ୪୦ ଶ୍ରମିକ

Uttarkashi tunnel rescue operation underway: ଉତ୍ତରାଖଣ୍ତ ଉତ୍ତରକାଶିର ସିଲ୍କାଇରା ଟନେଲରେ ଫସି ରହିଥିବା 40 ଜଣ ଶ୍ରମିକଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି। ଅଧିକାରୀ କହିଛନ୍ତି ଯେ ଟନେଲ ଭିତରେ ଫସି ରହିଥିବା ଶ୍ରମିକମାନେ ସୁରକ୍ଷିତ ଅଛନ୍ତି, ସେମାନଙ୍କ ସହ ଯୋଗାଯୋଗ କରାଯାଇଛି।

ଟନେଲରେ ପାଇପଲାଇନ ମାଧ୍ୟମରେ ଅକ୍ସିଜେନ୍ ଯୋଗାଇ ଦିଆଯାଉଛି । ପାଣି ପାଇଁ ଟନେଲରେ ଭର୍ତ୍ତି ହୋଇଥିବା ପାଇପ୍ ମାଧ୍ୟମରେ ଅମ୍ଳଜାନ ପଠାଯାଉଥିବା ନେଇ ସୂଚନା । ଏହି ପାଇପ୍ ମାଧ୍ୟମରେ ଖାଦ୍ୟ ସାମଗ୍ରୀ ମଧ୍ୟ ଭିତରେ ଫସି ରହିଥିବା ଶ୍ରମିକମାନଙ୍କୁ ପଠାଯାଉଛି। ଏହି ସମୟରେ, ଭାରୀ ଖନନକାରୀ ଯନ୍ତ୍ର ବ୍ୟବହାର କରି ଆବର୍ଜନା ବାହାର କରିବା କାର୍ଯ୍ୟ ବର୍ତ୍ତମାନ ଜାରି ରହିଛି । ପାଖାରାଖି 40 ଜଣ ଶ୍ରମିକ ଟନେଲ ଭିତରେ ଫସି ରହିଛନ୍ତି । ରବିବାର ସକାଳେ ସିଲ୍କିରା ଏବଂ ଡାଣ୍ଡାଲଗାଓଁ ମଧ୍ୟରେ ଥିବା ଟନେଲର ଏକ ନିର୍ମାଣାଧୀନ ଅଂଶ ଭୁଶୁଡି ପଡିଥିଲା ।

Uttarakhand Tunnel Collaps

ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ NDRF ଏବଂ SDRF ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରହିଛି । ଉତ୍ତରାଖଣ୍ତ ଏସପି ଅରପାନ ଯାଦୁଭାନ୍ସି କହିଛନ୍ତି , ଯେ ଘଟଣା ପରେ ତୁରନ୍ତ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ମଧ୍ୟ ଉତ୍ତରାଖଣ୍ଡ ଡିଏମ ରୁହେଲାଙ୍କ ସହ କଥା ହୋଇଛନ୍ତି ଏବଂ ଏହି ଘଟଣା ଉପରେ ନଜର ରଖାଯାଇଛି ବୋଲି ସେ କହିଛନ୍ତି ।

ଧାମି ଫେସବୁକ୍ ପୋଷ୍ଟରେ ଲେଖିଛନ୍ତି, ମୁଁ ସେହି ସ୍ଥାନରେ ଅଧିକାରୀଙ୍କ ସହ ନିରନ୍ତର ଯୋଗାଯୋଗରେ ଅଛି, ମୁଁ ପରିସ୍ଥିତି ଉପରେ ନଜର ରଖିଛି। ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ମୁଁ ନିର୍ଦ୍ଦେଶ ଦେଇଛି, ପ୍ରାର୍ଥନା କରୁଛି ଯେ ସମସ୍ତେ ସୁରକ୍ଷିତଥାନ୍ତୁ ।

ସୂଚନା ମୁତାବକ, ଉଦ୍ଧାର କାର୍ଯ୍ୟରେ NDRF, SDRF, ITBP, BRO ଯବାନ ସାମିଲ ହୋଇଛନ୍ତି । ଯୁଦ୍ଧକାଳୀନ ପଦକ୍ଷେପ ନେଇ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ କରୁଛି । ଏହା ଚାରଧାମ ରୋଡ୍ ପ୍ରୋଜେକ୍ଟ ଅଧିନରେ ନିର୍ମାଣ ଚାଲିଛି । ଟନେଲ ନିର୍ମାଣ ହେଲେ ଉତ୍ତରକାଶୀରୁ ଯମୁନେତ୍ରୀ ଧାମର ଦୂରତା ୨୬ କିଲୋମିଟର କମ ରହିବ ।

Uttarakhand Tunnel Collaps

ସୂଚନାଥାଉ ଯେ, ଗତକାଲି ଭୋର ୪ଟା ବେଳେ ଏହି ଅଘଟଣ ଘଟିଥିଲା । ଏହି ଟନେଲର ଲମ୍ବ ହେଉଛି ସାଢ଼େ ୪ କିଲୋମିଟର । ରବିବାର ସକାଳ ସମୟରେ ଟନେଲର ପ୍ରବେଶ ପଥରୁ ସିଲକ୍ୟାରା ଆଡକୁ ୨୦୦ ମିଟର ଦୂରରେ ଏକ ଭୂସ୍ଖଳନ ଘଟିଥିଲା । ପ୍ରଶାସନ ଏବଂ ରିଲିଫ କାର୍ଯ୍ୟ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+