Get Updates
Get notified of breaking news, exclusive insights, and must-see stories!

ଉତ୍ତରାଖଣ୍ଡର ଉତ୍ତରକାଶୀ ବିପର୍ଯ୍ୟୟ; ମାଟି ତଳୁ ଜୀବନ ଖୋଜୁଛନ୍ତି ଉଦ୍ଧାରକାରୀ

ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାରେ ବାଦଲଫଟା ବର୍ଷା ଏବଂ ଭୂସ୍ଖଳନ ପରେ ଉଦ୍ଧାର ଅପରେସନ୍‌ ଜାରି ରହିଛି। ପାଗରେ ସୁଧାର ଆସିଥିବାରୁ ଉଦ୍ଧାର କାର୍ଯ୍ୟକୁ ଆହୁରି ବ୍ୟାପକ କରାଯାଇଛି। ଆବର୍ଜନା ତଳେ ପୋତି ହୋଇ ରହିଥିବା ଲୋକଙ୍କ ସନ୍ଧାନ ପାଇଁ ୨୦ରୁ ଅଧିକ ଟିମ୍‌ ଅହରହ ପ୍ରୟାସ ଜାରି ରଖିଛନ୍ତି। ଆଜି ସନ୍ଧ୍ୟା ସୁଦ୍ଧା ଧରାଲିରୁ ୭୦ ଜଣ, ହର୍ସିଲରୁ ୧୯୦ ଜଣ ଓ ଗଙ୍ଗୋତ୍ରୀରୁ ୨୭୪ ଜଣଙ୍କୁ ଉଦ୍ଧାର କରାଯାଇଛି। ହର୍ସିଲ-ଧରାଲି ଅଞ୍ଚଳରେ ଉଦ୍ଧାର ଅପରେସନ୍‌ ତ୍ବରାନ୍ବିତ ହୋଇଥିବା‌ବେଳେ ପ୍ରାୟ ୮୭ ଜଣ ତୀର୍ଥଯାତ୍ରୀଙ୍କୁ ହର୍ସିଲରୁ ଆଇଟିବିପି ମଟଲି ହେଲିପ୍ୟାଡ୍‌କୁ ଏୟାରଲିଫ୍ଟ କରାଯାଇଛି।

Uttarkashi flash flood

ଏବେ ସେନା, ଆଇଟିବିପି, ଏନ୍‌ଡିଆରଏଫ୍‌, ଏସ୍‌ଡିଆରଏଫ୍‌ ଏବଂ ରାଜ୍ୟ ପୁଲିସର ୪୫୦ରୁ ଅଧିକ ସଦସ୍ୟ ଉଦ୍ଧାର ଅପରେସନ୍‌ରେ ନ‌ିୟୋଜିତ ହୋଇଛନ୍ତି। ଗୁଜରାଟର ୧୩୧, ମହାରାଷ୍ଟ୍ରର ୧୨୩, ମଧ୍ୟପ୍ରଦେଶର ୨୧, ଉତ୍ତରପ୍ରଦେଶର ୧୨, ରାଜସ୍ଥାନର ୬, ଦିଲ୍ଲୀର ୭, ଆସାମର ୫, କର୍ଣ୍ଣାଟକର ୫ , ତେଲେଙ୍ଗାନାରୁ ୩ ଏବଂ ପଞ୍ଜାବର ଜଣେ ତୀର୍ଥଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ସମସ୍ତେ ସୁରକ୍ଷିତ ଅଛନ୍ତି ଏବଂ ସମସ୍ତଙ୍କୁ ଉତ୍ତରକାଶୀ ଓ ଡେରାଡୁନ ଅଣାଯାଇଛି ବୋଲି ବିପର୍ଯ୍ୟୟ ପରିଚାଳନା ସଚିବ ବିନୋଦ କୁମାର ସୁମନ କହିଛନ୍ତି।

ଏ ପର୍ଯ୍ୟନ୍ତ ୫ ଜଣଙ୍କ ମୃତଦେହ ମିଳିଥିବା ସ୍ପଷ୍ଟ କରାଯାଇଛି ଏବଂ ୬୦ରୁ ଅଧିକ ଲୋକ ଏବେ ବି ନିଖୋଜ ଅଛନ୍ତି। ସେହିପରି ଜଣେ ଜେସିଓ ଏବଂ ୮ ଯବାନଙ୍କ ସମେତ ମୋଟ୍‌ ୯ ଜଣ ଯବାନଙ୍କର କିଛି ପତ୍ତା ମିଳୁନାହିଁ। ଧରାଲିକୁ ଯୋଗାଯୋଗ ସମ୍ପୂର୍ଣ୍ଣ ଭାବରେ ବିଚ୍ଛିନ୍ନ ହୋଇଯାଇଥିବାରୁ ଅତି ଜଟିଳ ସ୍ଥିତି ଲାଗି ରହିଛି। ଅନ୍ୟପକ୍ଷେ ଜାଣିବାକୁ ମିଳିଛି ଯେ ୨୪ ଜଣ ସାଙ୍ଗ ଦୀର୍ଘ ୩୫ ବର୍ଷ ପରେ ଉତ୍ତରକାଶୀରେ ଏକାଠି ହୋଇଥିବା ବେଳେ ସେମାନେ ଏହି ବାଦଲଫଟା ବର୍ଷା ଏବଂ ଭୂସ୍ଖଳନରେ ନିଖୋଜ ହୋଇଯାଇଛନ୍ତି।

ପୁଣେଠାରୁ ୬୦ କିମି ଦୂର ମଞ୍ଚରର୍‌ ଅୱସରି ଖୁର୍ଦରେ ଏକ ସ୍କୁଲ୍‌ର '୧୯୯୦-ଦଶମ ଶ୍ରେଣୀ'ର ୨୪ ଜଣ ସାଙ୍ଗ ଏକାଠି ହୋଇଥିଲେ । ସେମାନେ ସମସ୍ତେ ଚାରି ଧାମ ଯାତ୍ରା ପାଇଁ ଏକାଠି ହୋଇଥିଲେ ଏବଂ ମୁମ୍ବାଇରୁ ଅଗଷ୍ଟ ୧ ତାରିଖରେ ଯାତ୍ରା ଆରମ୍ଭ କରିଥିଲେ। ଅଗଷ୍ଟ ୧୨ରେ ସେମାନଙ୍କ ଯାତ୍ରା ଶେଷ ହୋଇଥାନ୍ତା। କିନ୍ତୁ ବାଦଲଫଟା ବର୍ଷା‌ ଏବଂ ଅଚାନକ ବନ୍ୟା ସେମାନଙ୍କୁ ଭସାଇ ନେଇଛି। କାହାର କିଛି ଖୋଜଖବର ମିଳୁନାହିଁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+