ଉତ୍ତରକାଶୀ ଟନେଲ ଟ୍ରାଜେଡି: ଆଉ କିଛି ଘଣ୍ଟାର ଅପେକ୍ଷା, ଆଜି ମିଳିପାରେ ନୂଆ ଜୀବନ
ଉତ୍ତରାଖଣ୍ଡର ଉତ୍ତରକାଶୀ ଟନେଲରେ ଉଦ୍ଧାର କାର୍ଯ୍ୟର ଆଜି ୧୪ ତମ ଦିନ। ଗତକାଲି ଅଗର୍ ମେସିନରେ ତ୍ରୁଟି ପରେ ଉଦ୍ଧାର କାର୍ଯ୍ୟ ବନ୍ଦ ହୋଇଥିଲା । ଅଗର ଡ୍ରିଲିଂ ମେସିନ ଆଗରେ ପୁଣି ଏକ ବାଧା ଆସିଥିଲା । ପ୍ରାୟ ୪୮ ମିଟର ଖୋଳା ସରିଛି ଓ ଶ୍ରମିକଙ୍କ ପାଖରେ ପାଇପ ପହଞ୍ଚିବାକୁ ଆଉ ମାତ୍ର ୬ରୁ ୮ ମିଟର ବାକି ଅଛି ବୋଲି ସୂଚନା ମିଳିଛି ।
ଶ୍ରମିକମାନଙ୍କୁ ଉଦ୍ଧାର କରିବା ପାଇଁ ସମସ୍ତ ପ୍ରକାର ପ୍ରୟାସ କରାଯାଉଛି । ସମସ୍ତ ଶ୍ରମିକ ସୁସ୍ଥ ଅଛନ୍ତି । ଅଗର ମେସିନରେ ତ୍ରୁଟି ଥିବାରୁ ଖନନ କାର୍ଯ୍ୟ ବନ୍ଦ କରିବାକୁ ପଡ଼ିଥିଲା। ମେସିନ୍ ସହିତ କଠିନ ପଥର କାଟିବାରେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବର୍ତ୍ତମାନ ଅନ୍ୟ ବିକଳ୍ପଗୁଡ଼ିକ ଉପରେ ମଧ୍ୟ କାର୍ଯ୍ୟ ଚାଲିଛି ।
ଉତ୍ତରାଖଣ୍ଡର ସିଲ୍କିରା ଟନେଲ ବାହାରେ ଫସି ରହିଥିବା ୪୧ ଜଣ କର୍ମଚାରୀଙ୍କୁ ଉଦ୍ଧାର କରିବା ପାଇଁ ୧୪ ତମ ଦିନରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ନଭେମ୍ବର ୧୨ ରୁ ୪୧ ଜଣ ଶ୍ରମିକ ଟନେଲ ଭିତରେ ଫସି ରହିଛନ୍ତି ।

ଶ୍ରମିକ ମାନେ ବାହାରିବା କ୍ଷଣି ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯିବ । ପୁରା ଖନନ ପ୍ରକ୍ରିୟାକୁ ଡ୍ରୋନ୍ ସର୍ଭିଲାନସ୍ କରାଯାଉଛି, ଶ୍ରମିକଙ୍କ ଗତିବିଧିକୁ ଲକ୍ଷ୍ୟ କରିବା ସହ ରେସ୍କ୍ୟୁ ସ୍ଥିତିକୁ ବି ଯାଞ୍ଚ କରାଯାଉଛି । ସେପଟେ ଟନେଲ୍ ବାହାରେ ମେଡିକାଲ୍ ଟିମ୍ ଓ ଆମ୍ବୁଲାନ୍ସ ରେଡି ହୋଇ ଅଛି ।
ଆଉ ଅଗର ମେସିନ ନୁହେଁ ଆଗକୁ ହାତ କଟରରେ ଖୋଳିବାକୁ ଯୋଜନା ହୋଇଛି । ହାତ କଟରରେ ଖୋଳିବାକୁ ୧୮ରୁ ୨୪ ଘଣ୍ଟା ଲାଗିବା ଆକଳନ ହୋଇଛି । ଅଗର ବାରମ୍ବାର ଫେଲ୍ ଯୋଗୁଁ ଭର୍ଟିକାଲ ଡ୍ରିଲିଂ ମେସିନ୍ ଆସିଛି । ଟନେଲ ଉପରୁ ଡ୍ରିଲିଂ କରିବା ପାଇଁ ଯୋଜନା ଆରମ୍ଭ ହୋଇଛି ।












Click it and Unblock the Notifications