ଏବେ ବି ଟନେଲ ତଳେ ୪୦ ଶ୍ରମିକ: ଜାରି ରହିଛି ରେସ୍କ୍ୟୁ ଅପରେସନ୍, ଆମେରିକାରୁ ଆସିଲା ଡ୍ରିଲ୍ ମେସିନ୍
Uttarakhand Tunnel Collapse update: ଉତ୍ତରକାଶୀର ଯମୁନୋତ୍ରି ରାଜପଥରେ ନିର୍ମାଣାଧୀନ ଟନେଲ ଦୁର୍ଘଟଣାରେ ଫସି ରହିଥିବା 40 ଜଣ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ସେନାର ସହାୟତା ନିଆଯାଉଛି। ବର୍ତ୍ତମାନ ଉଦ୍ଧାର କାର୍ଯ୍ୟରେ ନରୱେ ଏବଂ ଥାଇଲ୍ୟାଣ୍ଡର ସ୍ୱତନ୍ତ୍ର ଦଳର ସହାୟତା ମଧ୍ୟ ନିଆଯାଉଛି। ଗତ 4ଦିନରୁ ଟନେଲ ମଧ୍ୟରେ ଫସି ରହିଥିବା ଶ୍ରମିକ ମାନଙ୍କୁ ସୁରକ୍ଷିତ ରେସ୍କ୍ୟୁ କରିବା ପାଇଁ ଆମେରିକାରୁ ଅଣାଯାଇଛି ଡ୍ରିଲ୍ ମେସିନ୍ । ବାୟୁସେନା ବିମାନ ମାଧ୍ୟମରେ ଆମେରିକାର ଡ୍ରିଲ୍ ମେସିନ୍ ଆଣି ଟନେଲ୍ ଭିତରେ ଫିଟ୍ କରାଯାଇଛି । ଖୁବଶୀଘ୍ର ଡ୍ରିଲିଂ କାର୍ଯ୍ୟ ଆରମ୍ଭ କରାଯିବା ନେଇ ସୂଚନା ରହିଛି ।
ମଙ୍ଗଳବାର ସ୍ଥାପିତ ହୋଇଥିବା ଆଗର୍ ମେସିନ୍ ସଫଳ ନହେବା ପରେ ହର୍କ୍ୟୁଲସ୍ ବିମାନ ଦ୍ୱାରା ନୂଆଦିଲ୍ଲୀରୁ ଏକ ନୂତନ ମେସିନ୍ ଅର୍ଡର କରାଯାଇଛି। ବୁଧବାର ଦିନ, ମେସିନର କିଛି ଅଂଶ ବାୟୁସେନାର ତିନୋଟି ହର୍କ୍ୟୁଲସ୍ ବିମାନରୁ ଚିନାଲିସାଉର ଏୟାରଷ୍ଟ୍ରିପରେ ଅବତରଣ କରିଥିଲା। ଯାହା ପରେ ଏକ ସବୁଜ କରିଡର ନିର୍ମାଣ କରାଯାଇ ସିଲକ୍ୟାରା ନିଆଯାଇଛି ।

ସିଲକ୍ୟାରା ସୁଡଙ୍ଗରୁ ମାଟି ହଟାବାକୁ ଚେଷ୍ଚା କରାଯାଉଛି । ଗତ 4ଦିନ ହେବ 40 ଶ୍ରମିକ ସୁଡଙ୍ଗ ମଧ୍ୟରେ ଫସି ରହିଛନ୍ତି । ସମସ୍ତଙ୍କୁ ସୁରକ୍ଷିତ ଉଧ୍ୟାର କରିବାକୁ ବାୟୁସେନା ଓ ଏନଡିଆରଏଫ୍ ଟିମ୍ ଲାଗିପଡିଛନ୍ତି । ଭୂସ୍ଖଳନ ପାଇଁ ଶ୍ରମିକମାନଙ୍କ ଜୀବନ ପ୍ରତି ବିପଦ ଥିବାରୁ ଉଦ୍ଧାରକାରୀ ଦଳ ସତର୍କ ରହି କାର୍ଯ୍ୟ କରୁଛି ଯେଉଁଥି ପାଇଁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହେଉଛି । ଅପରେସନକୁ ସଫଳ ଓ ତ୍ୱରାନ୍ୱିତ କରିବା ପାଇଁ ହାଇ ପାୱାର ଆମେରିକାନ୍ ଅଗର୍ ମେସିନ୍ ସୁଡଙ୍ଗ ଭିତରେ ଫିଟ୍ କରାଯାଇଛି ।
ଡ୍ରିଲିଂ ପାଇଁ ଟନେଲ ଭିତରେ ଏକ 900 ମିଲିମିଟର ପାଇପ୍ ନିଆଯାଉଛି । ଅଗର୍ ମେସିନର ଅଧିକାଂଶ ଅଂଶ ପହଞ୍ଚିସାରିଛି । ସରକାରୀ ସୂତ୍ର ଅନୁଯାୟୀ ବର୍ତ୍ତମାନ ଉଦ୍ଧାର କାର୍ଯ୍ୟରେ ନରୱେ ଏବଂ ଥାଇଲ୍ୟାଣ୍ଡର ସ୍ୱତନ୍ତ୍ର ଦଳର ସହାୟତା ମଧ୍ୟ ନିଆଯାଉଛି। ଉଦ୍ଧାରକାରୀ ଦଳ ଥାଇଲ୍ୟାଣ୍ଡର ଦଳ ସହ ଯୋଗାଯୋଗ କରିଛନ୍ତି।
ଟନେଲରେ ଝାଡଖଣ୍ଡ, ୟୁପି, ବିହାର, ଓଡ଼ିଶା ଏବଂ ଅନ୍ୟାନ୍ୟ ରାଜ୍ୟର ଶ୍ରମିକମାନେ ଫସି ରହିଛନ୍ତି। ବର୍ତ୍ତମାନ ଅନ୍ୟ ରାଜ୍ୟରୁ ଦଳ ସେମାନଙ୍କୁ ବାହାରକୁ ଆଣିବାକୁ ଘଟଣା ସ୍ଥଳରେ ପହଞ୍ଚିଛନ୍ତି । ୟୁପି ଏବଂ ଝାଡଖଣ୍ଡର ଦଳ ଉତ୍ତରପ୍ରଦେଶ ପ୍ରଶାସନ ସହିତ ନିରନ୍ତର ଯୋଗାଯୋଗରେ ରହିଛନ୍ତି । ଟନେଲରେ ଫସି ରହିଥିବା ଶ୍ରମିକଙ୍କ ସୁରକ୍ଷିତ ଉଦ୍ଧାର ଏବଂ ସମନ୍ୱୟ ପାଇଁ ବିଭିନ୍ନ ରାଜ୍ୟରୁ ଆସିଥିବା ଅଧିକାରୀଙ୍କ ଦଳ ଉତ୍ତରପ୍ରଦେଶରେ ପହଞ୍ଚିଛନ୍ତି ।












Click it and Unblock the Notifications