Get Updates
Get notified of breaking news, exclusive insights, and must-see stories!

ଟନେଲରୁ ଆସିଲା ଜଣେ ଓଡ଼ିଆଙ୍କ ପ୍ରଥମ ମେସେଜ୍; ଫସିଛନ୍ତି ୪୦ ଶ୍ରମିକ

ଉତ୍ତରାଖଣ୍ଡର ଉତ୍ତରକାଶୀରେ ଯମୁନୋତ୍ରି ରାଜପଥରେ ନିର୍ମାଣାଧୀନ ଟନେଲରେ ଫସିଛନ୍ତି ୪୦ ଶ୍ରମିକ । ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଟନେଲରେ ଫସିଛନ୍ତି ୫ ଓଡ଼ିଆ । ହେଲେ ଆସିଛି ଖୁସି ଖବର । ଟନେଲରେ ଫସିଥିବା ୫ ଜଣ ଓଡ଼ିଆଙ୍କ ମଧ୍ୟରୁ ଜଣେ ଓଡ଼ିଆ ଶ୍ରମିକଙ୍କ ପ୍ରଥମ ମେସେଜ୍ ଆସିଛି । ପରିବାର ଲୋକଙ୍କ ମୟୂରଭଂଜର ଧୀରେନ୍ ନାଏକ ଟନେଲ୍ ଭିତରୁ କଥା ହୋଇଛନ୍ତି ।

ସେହି ଟନେଲରେ ଲାଗିଥିବା ପାଇପ୍ ଯୋଗେ କଥା ହୋଇଛନ୍ତି । ସେ କହିଛନ୍ତି, ଟନେଲ ଭିତରେ ଆମେ ପ୍ରାୟ ସମସ୍ତେ ଭଲ ଅଛୁ । ପରିବାର ଲୋକେ ଧୈର୍ଯ୍ୟ ନହରାଇବାକୁ କହୁଛନ୍ତି ।

ଦୁର୍ଘଟଣାରେ ଫସି ରହିଥିବା ୪୦ ଜଣ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ସେନାର ସହାୟତା ନିଆଯାଉଛି । ବର୍ତ୍ତମାନ ଉଦ୍ଧାର କାର୍ଯ୍ୟରେ ନରୱେ ଏବଂ ଥାଇଲ୍ୟାଣ୍ଡର ସ୍ୱତନ୍ତ୍ର ଦଳର ସହାୟତା ମଧ୍ୟ ନିଆଯାଉଛି ।

Uttarakhand tunnel collapse

ସିଲକ୍ୟାରା ସୁଡଙ୍ଗରୁ ମାଟି ହଟାବାକୁ ଚେଷ୍ଚା କରାଯାଉଛି । ଗତ ୪ ଦିନ ହେବ ୪୦ ଶ୍ରମିକ ସୁଡଙ୍ଗ ମଧ୍ୟରେ ଫସି ରହିଛନ୍ତି । ସମସ୍ତଙ୍କୁ ସୁରକ୍ଷିତ ଉଧ୍ୟାର କରିବାକୁ ବାୟୁସେନା ଓ ଏନଡିଆରଏଫ୍ ଟିମ୍ ଲାଗିପଡିଛନ୍ତି । ଭୂସ୍ଖଳନ ପାଇଁ ଶ୍ରମିକମାନଙ୍କ ଜୀବନ ପ୍ରତି ବିପଦ ଥିବାରୁ ଉଦ୍ଧାରକାରୀ ଦଳ ସତର୍କ ରହି କାର୍ଯ୍ୟ କରୁଛି ଯେଉଁଥି ପାଇଁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହେଉଛି । ଅପରେସନକୁ ସଫଳ ଓ ତ୍ୱରାନ୍ୱିତ କରିବା ପାଇଁ ହାଇ ପାୱାର ଆମେରିକାନ୍ ଅଗର୍ ମେସିନ୍ ସୁଡଙ୍ଗ ଭିତରେ ଫିଟ୍ କରାଯାଇଛି ।

ସୂଚନା ମୁତାବକ, ଉଦ୍ଧାର କାର୍ଯ୍ୟରେ NDRF, SDRF, ITBP, BRO ଯବାନ ସାମିଲ ହୋଇଛନ୍ତି । ଯୁଦ୍ଧକାଳୀନ ପଦକ୍ଷେପ ନେଇ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ କରୁଛି । ଏହା ଚାରଧାମ ରୋଡ୍ ପ୍ରୋଜେକ୍ଟ ଅଧିନରେ ନିର୍ମାଣ ଚାଲିଛି । ଟନେଲ ନିର୍ମାଣ ହେଲେ ଉତ୍ତରକାଶୀରୁ ଯମୁନେତ୍ରୀ ଧାମର ଦୂରତା ୨୬ କିଲୋମିଟର କମ ରହିବ । ଟନେଲରେ ଝାଡଖଣ୍ଡ, ୟୁପି, ବିହାର, ଓଡ଼ିଶା ଏବଂ ଅନ୍ୟାନ୍ୟ ରାଜ୍ୟର ଶ୍ରମିକମାନେ ଫସି ରହିଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+