ଉତ୍ତରାଖଣ୍ଡରେ ନିର୍ମାଣାଧିନ ଟନେଲ ଭୁଶୁଡ଼ିବା ଘଟଣା; ଟନେଲରେ ଫସିଛନ୍ତି ୫ ଓଡ଼ିଆ
ଉତ୍ତରାଖଣ୍ଡର ଉତ୍ତରକାଶୀରେ ଭୁଶୁଡ଼ି ଥିବା ଟନେଲରେ ଫସିଛନ୍ତି ୫ ଓଡ଼ିଆ । ନିର୍ମାଣାଧିନ ଟନେଲରେ ୫ ଓଡ଼ିଆ ଶ୍ରମିକ ଫସିଥିବାର ସୂଚନା ମିଳିଛି । ଫସିଥିବା ୪୦ ଶ୍ରମିକଙ୍କ ମଧ୍ୟରେ ୫ ଜଣ ଓଡ଼ିଶାର ବୋଲି ସୂଚନା ମିଳିଛି । ଗତକାଲି ଠାରୁ ଏହି ଶ୍ରମିକମାନେ ଫସି ରହିଥିବା ବେଳେ ସମସ୍ତେ ସୁରକ୍ଷିତ ଥିବା ଜଣାପଡ଼ିଛି । ସେମାନଙ୍କୁ ଖାଦ୍ୟ, ଅକ୍ସିଜେନ ଆଦି ଦିଆଯାଇଛି । ହେଲେ ସେମାନେ ଏବେ ବି ଟନେଲରେ ଫସିଛନ୍ତି ।
ଘଟଣାସ୍ଥଳରେ ଜିଲ୍ଲା ପ୍ରଶାସନ ଓ ଉଦ୍ଧାରକାରୀ ଟିମ ପହଞ୍ଚି ରେସ୍କ୍ୟୁ ଅପରେସନକୁ ଜୋରଦାର କରିଛନ୍ତି । ଘଟଣାସ୍ଥଳରେ ପାଞ୍ଚଟି ୧୦୮ ଆମ୍ବୁଲାନ୍ସ ନିୟୋଜିତ କରାଯାଇଛି ।
NHIDCL ନିର୍ଦ୍ଦେଶନାରେ ନବୟୁଗା କମ୍ପାନୀ ଦ୍ୱାରା ଏହି ଟନେଲ ନିର୍ମାଣ କରାଯାଉଛି । ରାତିସାରା ଉଦ୍ଧାର କାର୍ଯ୍ୟ ଚାଲିଛି । ଏବେ ଟନେଲର ୨୦୫ ମିଟର ଦୂରତାରେ ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ, ୨୭୦ ମିଟର ପାଖାପାଖି ଦୂରତାରେ ଫସିଛନ୍ତି ଶ୍ରମିକ ।
ଟନେଲର ୧୫୦ ମିଟର ଲମ୍ବ ଭାଗ ଦବି ଯାଇଛି । ଗତକାଲି ଭୋଟ ୪ଟା ବେଳେ ଏହି ଅଘଟଣ ଘଟିଥିଲା । ଏହି ଟନେଲର ଲମ୍ବ ହେଉଛି ସାଢ଼େ ୪ କିଲୋମିଟର । ରବିବାର ସକାଳ ସମୟରେ ଟନେଲର ପ୍ରବେଶ ପଥରୁ ସିଲକ୍ୟାରା ଆଡକୁ ୨୦୦ ମିଟର ଦୂରରେ ଏକ ଭୂସ୍ଖଳନ ଘଟିଥିଲା । ପ୍ରଶାସନ ଏବଂ ରିଲିଫ କାର୍ଯ୍ୟ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।
SDRF ରୁ ମିଳିଥିବା ସୂଚନା ଅନୁଯାୟୀ, ଜିଲ୍ଲା ନିୟନ୍ତ୍ରଣ କକ୍ଷ ଉତ୍ତରପ୍ରଦେଶରୁ ସୂଚନା ମିଳିଥିଲା ଯେ ଉତ୍ତରପ୍ରଦେଶର ବ୍ରହ୍ମାଖଲ ବାରକୋଟ ମଧ୍ୟରେ ଟନେଲ ଭୁଶୁଡ଼ିବା କାରଣରୁ ୪୦ ଜଣ ଶ୍ରମିକ ଫସିଥିବାର ଜଣା ପଡ଼ିଛି ଏହି ଟନେଲ ସିଲକ୍ୟାରାରୁ ଦଣ୍ଡାଲଗାଓଁକୁ ଯୋଡ଼ିବା ପାଇଁ ନିର୍ମାଣ କରାଯାଉଥିଲା ।

ସୂଚନା ମୁତାବକ, ଉଦ୍ଧାର କାର୍ଯ୍ୟରେ NDRF, SDRF, ITBP, BRO ଯବାନ ସାମିଲ ହୋଇଛନ୍ତି । ଯୁଦ୍ଧକାଳୀନ ପଦକ୍ଷେପ ନେଇ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ କରୁଛି । ଏହା ଚାରଧାମ ରୋଡ୍ ପ୍ରୋଜେକ୍ଟ ଅଧିନରେ ନିର୍ମାଣ ଚାଲିଛି । ଟନେଲ ନିର୍ମାଣ ହେଲେ ଉତ୍ତରକାଶୀରୁ ଯମୁନେତ୍ରୀ ଧାମର ଦୂରତା ୨୬ କିଲୋମିଟର କମ ରହିବ ।












Click it and Unblock the Notifications