ଆଜିଠାରୁ ଉତ୍ତରାଖଣ୍ଡରେ ଲାଗୁହେବ ୟୁସିସି
ଡେରାଡୁନ: ଉତ୍ତରାଖଣ୍ଡ ଆଜି ଇତିହାସ ସୃଷ୍ଟି କରିବାକୁ ଯାଉଛି। କାରଣ ଆଜିଠାରୁ ସମାନ ନାଗରିକ ସଂହିତା (ୟୁସିସି) ଲାଗୁ ହେବ। ଉତ୍ତରାଖଣ୍ଡ ଦେଶର ପ୍ରଥମ ରାଜ୍ୟ ହେବ ଯେଉଁଠାରେ ଏହା ଲାଗୁ ହେବାକୁ ଯାଉଛି। ସରକାରୀ ଅଧିକାରୀମାନେ କହିଛନ୍ତି ଯେ ୟୁସିସି ସମଗ୍ର ଉତ୍ତରାଖଣ୍ଡରେ କାର୍ଯ୍ୟକାରୀ ହେବ ଏବଂ ବାହାରେ ରହୁଥିବା ରାଜ୍ୟ ବାସିନ୍ଦାଙ୍କ ପାଇଁ ମଧ୍ୟ ପ୍ରଯୁଜ୍ୟ ହେବ।

ରାଜ୍ୟ ସଚିବାଳୟରେ ୟୁସିସି ପୋର୍ଟାଲ ଉନ୍ମୋଚନ କରାଯିବାର କାର୍ଯ୍ୟକ୍ରମର ନେତୃତ୍ୱ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ନେବେ। ରବିବାର ଦିନ, ଧାମି କହିଥିଲେ ଯେ ୟୁସିସି ଧର୍ମ, ଲିଙ୍ଗ, ଜାତି କିମ୍ବା ସମ୍ପ୍ରଦାୟ ଆଧାରରେ ଭେଦଭାବ ମୁକ୍ତ ଏକ ସମନ୍ୱିତ ସମାଜର ମୂଳଦୁଆ ସ୍ଥାପନ କରିବ। "ଆମେ ଆମର ପ୍ରତିଶ୍ରୁତି ପୂରଣ କରୁଛୁ। ଜମ୍ମୁ ଏବଂ କଶ୍ମୀରରେ ଧାରା ୩୭୦ ଉଚ୍ଛେଦ ଏହାର ଏକ ଉଦାହରଣ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତୀୟ ଗଣତନ୍ତ୍ର ଆଜି ଦୃଢ଼ ଭାବରେ ଠିଆ ହୋଇଛି," ବୋଲି ଧାମୀ କହିଛନ୍ତି।












Click it and Unblock the Notifications