ଉତ୍ତରାଖଣ୍ଡରେ ଭୟଙ୍କର ବର୍ଷା ନେଲାଣି ୧୫ ଜୀବଦ
ଉତ୍ତରାଖଣ୍ଡରେ ଲଗାତାର ବାଦଲ ଫଟା ବର୍ଷା ତାଣ୍ଡବ କରୁଛି । ଅନେକ ସ୍ଥାନରେ ପ୍ରବଳ ବର୍ଷା ଯୋଗୁଁ ଜଳମଗ୍ନ ରହିଛି । କିନ୍ତୁ ଡେରାଡୁନରେ ଅଧିକ କ୍ଷୟକ୍ଷତି ଘଟିଛି । ଏହି ବିପର୍ଯ୍ୟୟ ଯୋଗୁଁ ଏପର୍ଯ୍ୟନ୍ତ ୧୫ ଜଣଙ୍କର ମୃତ୍ୟୁ ହୋଇଛି । ଏଥି ସହ ୧୬ ଜଣ ନିଖୋଜ ରହିଛନ୍ତି । ସେହି ସମୟରେ ପ୍ରାୟ ୯୦୦ ଲୋକଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି । ସୂଚନାନୁଯାୟୀ, ସବୁଠାରୁ ଅଧିକ କ୍ଷୟକ୍ଷତି ଡେରାଡୁନରେ ଘଟିଛି । ଫଳରେ କେବଳ ଡେରାଡୁନ୍ ଅଞ୍ଚଳରେ ୧୩ ଜଣଙ୍କର ମୃତ୍ୟୁ ଘଟିଛି । ଏହା ଛଡ଼ା ନୈନିତାଲରେ ଜଣେ ଏବଂ ପିଥାରୋଗଡ଼ରେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।

ନଦୀ ସ୍ରୋତରେ ଲୋକ ଭାସି ଯାଇ ନିଖୋଜ ହୋଇଛନ୍ତି । ଏହାରି ମଧ୍ୟରେ ଅଧିକାରୀମାନେ କହିଛନ୍ତି ଯେ, ଉତ୍ତରାଖଣ୍ଡ ସରକାର ପୀଡିତଙ୍କ ପରିବାରକୁ କ୍ଷତିପୂରଣ ଦିଆଯିବ । ଏହା ସହିତ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଏବଂ ମୃତଦେହଗୁଡ଼ିକୁ ସେମାନଙ୍କ ଗାଁକୁ ସମ୍ମାନର ସହିତ ପରିବାରକୁ ହସ୍ତାନ୍ତର କରିବାକୁ ଘୋଷଣା କରିଛନ୍ତି ।
ଏହା ବ୍ୟତୀତ ଡେରାଡୁନରେ ପ୍ରବଳ ବର୍ଷା ଯୋଗୁଁ ସୋଙ୍ଗ ଏବଂ ଟନ୍ସ ନଦୀର ଜଳ ପ୍ରବାହିତ ହୋଇଥିଲା । ପ୍ରସିଦ୍ଧ ଟପକେଶ୍ୱର ମହାଦେବ ମନ୍ଦିର ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଯାଇଥିଲା । ଏହା ସହିତ ମନ୍ଦିରର ପ୍ରବେଶ ଦ୍ୱାରରେ ଥିବା ବଡ଼ ହନୁମାନ ମୂର୍ତ୍ତିର ମଧ୍ୟ ଅଧା ଅଂଶ ବୁଡ଼ି ଯାଇଥିଲା । ଗତ ୨୫-୩୦ ବର୍ଷ ମଧ୍ୟରେ ନଦୀର ଜଳସ୍ତର ଏତେ ଉଚ୍ଚରେ କେବେ ବୃଦ୍ଧି ପାଇନଥିଲା ବୋଲି ସେଠାକାର ପୂଜକ କହିଛନ୍ତି ।
ଏହି କାରଣରୁ ଅନେକ ରାସ୍ତା କ୍ଷୟକ୍ଷତି ହୋଇଥିବାବେଳେ ପୋଲଗୁଡିକ ମଧ୍ୟ ଭୁସୁଡି ପଡିଛି । ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ସୋସିଆଲ ମିଡିଆରେ ଭାଇରଲ ଭିଡିଓ ଦେଖିବାକୁ ମିଳିଛି ଯେ, SDRF ଏବଂ NDRF ଟିମ୍ ସ୍ରୋତରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରୁଛନ୍ତି । ବନ୍ୟା ଜଳ ବୃଦ୍ଧି ହୋଇ ପାଉଣ୍ଡା ଅଞ୍ଚଳରେ ଜଳ ପଶି ଯିବାରୁ ୪୦୦ରୁ ଅଧିକ ଛାତ୍ର ଫସି ରହିଥିଲେ ଏବଂ ଉଦ୍ଧାରକାରୀ ଦଳ ସେମାନଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିଛନ୍ତି ।












Click it and Unblock the Notifications