ଜଳ ପ୍ରଳୟ ପରେ ହାଇଆଲର୍ଟରେ ଉତ୍ତରାଖଣ୍ଡ, ହେଲପ୍ ଲାଇନ୍ ନମ୍ବର ଜାରି
ଉତ୍ତରକାଶୀ ଦୁର୍ଘଟଣା ପରେ, ପାଣିପାଗ ବିଭାଗ ଉତ୍ତରାଖଣ୍ଡର ଅନେକ ଜିଲ୍ଲା ପାଇଁ ପ୍ରବଳ ବର୍ଷା ସତର୍କତା ଜାରି କରିଛି। ଏହା ସହିତ, ଲୋକମାନଙ୍କୁ ନଦୀ ଏବଂ ନାଳଠାରୁ ଉପଯୁକ୍ତ ଦୂରତା ବଜାୟ ରଖିବାକୁ ନିବେଦନ କରାଯାଇଛି। ଉତ୍ତରକାଶୀ ଦୁର୍ବିପାକରେ ଅନେକ ଲୋକ ପାଣି ଓ ଆବର୍ଜନା ତଳେ ଦବିଯାଇଛନ୍ତି, ସେମାନଙ୍କୁ ଉଦ୍ଧାର କରିବା ପାଇଁ ସେନା ଏବଂ ଜିଲ୍ଲା ପ୍ରଶାସନର ଦଳ ନିୟୋଜିତ ଅଛନ୍ତି। ଘଟଣାସ୍ଥଳରେ ଏନଡିଆରଏଫ୍ ଓ ଏସଡିଆରଏଫ୍ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ଜିଲ୍ଲା ମୁଖ୍ୟାଳୟ ପାଖରୁ ୮୦ କିମି ଦୂର ଧରାଲି ଗାଁରେ ଥିବା ପ୍ରାୟ ୨୦-୩୫ ହୋଟେଲ ଏବଂ ହୋମ ଷ୍ଟେ ଭାସିଯାଇଛି । ଘଟଣାରେ ଅନେକ ଲୋକ ମରିଥିବା ସହିତ ଆହତ ମଧ୍ୟ ହୋଇଥିବା ଆଶଙ୍କା କରାଯାଉଛି ।
ଘଟଣାସ୍ଥଳରେ ଏନଡିଆରଏଫ୍ ଓ ଏସଡିଆରଏଫ୍ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ଏହା ସହ ଜିଲ୍ଲା ପ୍ରଶାସନ ମଧ୍ୟ ଉଦ୍ଧାର କାର୍ଯ୍ୟରେ ଲାଗିଛି । ଏହି ଅଞ୍ଚଳରେ ଲଗାତାର ବାଦଲ ଫଟା ବର୍ଷା ହେଉଥିବାରୁ ଲୋକଙ୍କୁ ଆଲର୍ଟ ରହିବାକୁ ସତର୍କ କରାଯାଉଛି । ଖବର ମୁତାବକ, ଅପରାହ୍ନ ୨ଟା ପରେ ଏଭଳି ଘଟଣା ଘଟିଛି । କେବଳ ଘର କିମ୍ବା ହୋଟେଲ ନୁହେଁ ଅନେକ ଘୋଡ଼ା, ଖଚ୍ଚର ଏବଂ ଅନେକ ଗାଡ଼ି ମଧ୍ୟ ଦବି ଯାଇଛି । ବର୍ତ୍ତମାନ ସୁଦ୍ଧା ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ନିଖୋଜ ଅଛନ୍ତି । ସୂଚନା ମିଳିବା ମାତ୍ରେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି ।

ତେବେ ଏହି ଘଟଣାରେ ଗୃହମନ୍ତ୍ରୀ ଅମିତ ଶାହ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ସହ କଥାବାର୍ତ୍ତା କରିଛନ୍ତି । କେନ୍ଦ୍ର ସରକାର ଉତ୍ତରାଖଣ୍ଡକୁ ସହାୟତା କରିବା ପାଇଁ ପ୍ରସ୍ତୁତ ରହିଛି । ପ୍ରଶାସନ ଲୋକଙ୍କୁ ନଦୀ ପାଖକୁ ଯିବାକୁ ବାରଣ କରିଛି । ଜିଲ୍ଲା ପ୍ରଶାସନ ୨ ଟି ହେଲପ୍ ଲାଇନ୍ ନମ୍ବର ୦୧୩୭୪୨୨୨୧୨୬, ୯୪୫୬୫୫୬୪୩୧, ଜାରି କରିଛି । ଏହି ଅଞ୍ଚଳରେ ବାଦଲ ଫାଟିବା ଯୋଗୁଁ ଲୋକ ଅଧିକ ଭୟଭୀତ ହୋଇଛନ୍ତି ।
-
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆନ୍ନା ହଜାରେ, ଜାଣନ୍ତୁ କେଉଁ କାରଣ ପାଇଁ ଲେଖିଲେ ପତ୍ର? -
ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ରାଷ୍ଟ୍ରପତି, କହିଲେ..... -
ରାଷ୍ଟ୍ରପତିଙ୍କୁ TMC ସରକାର ଅପମାନ କରିବା ଲଜ୍ଜାଜନକ ;ମୋଦି -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ନବୋଦୟ ବିଦ୍ୟାଳୟର ୩ ଦଶମ ଛାତ୍ର ପାଣିରେ ବୁଡି ମୃତ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ












Click it and Unblock the Notifications