ଉତ୍ତରାଖଣ୍ଡରେ ବଡ଼ ଧରଣର ଭୂସ୍ଖଳନ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
ଉତ୍ତରାଖଣ୍ଡର ପିଥୋରାଗଡ଼ରେ ଏକ ଭୟଙ୍କର ଭୂସ୍ଖଳନ ଘଟିଛି। ଧାରଚୁଲା-ତାୱାଗାଟ ଏନଏଚ୍ରେ ଏହି ଭୂସ୍ଖଳନ ଘଟିଛି। ଫଳରେ ଅନେକ ଯାନ ଏଠାରେ ଅଟକି ରହିଛି । ଭୂସ୍ଖଳନ ଏତେ ଭୟଙ୍କର ଥିଲା ଯେ ଚାରିଆଡେ ଧୂଳିର ମେଘ ବ୍ୟାପିଯାଇଥିଲା। ଜୀବନ ବଞ୍ଚାଇବା ପାଇଁ ଶହ ଶହ ଲୋକ ଏଠାରୁ ଦୌଡିବା ଆରମ୍ଭ କରିଥିଲେ। ସୌଭାଗ୍ୟବଶତଃ ଭୂସ୍ଖଳନ ଘଟିବା ସମୟରେ କୌଣସି ଗାଡ଼ି ଏହା ଦେଇ ଯାଉନଥିଲା, ନଚେତ୍ ବଡ଼ ଧରଣର ଦୁର୍ଘଟଣା ଘଟିଥାନ୍ତା।
ତେବେ ସୂଚନା ଅନୁସାରେ ଏହି ଭୂସ୍ଖଳନ ପ୍ରାକୃତକ କାରଣରୁ ନୁହେଁ ବରଂ ମନୁଷ୍ୟକୃତ କାରଣରୁ ହୋଇଥିଲା । ରାଜପଥରେ କାମ କରୁଥିବା ହିଲୱେଜ୍ କମ୍ପାନି ଡିନାମାଇଟ୍ ବିସ୍ଫୋରଣ କରି ପଥର ଭାଙ୍ଗୁଥିଲା । ଫଳରେ ପୂରା ଚଟାଣ ଫାଟି ଯିବା ସହ ଭୂସ୍ଖଳନ ଘଟିଥିଲା।
ତେବେ ସୂଚନା ଅନୁସାରେ ଏହି ଭୂସ୍ଖଳନ ପ୍ରାକୃତକ କାରଣରୁ ନୁହେଁ ବରଂ ମନୁଷ୍ୟକୃତ କାରଣରୁ ହୋଇଥିଲା ।

ରାଜପଥରେ କାମ କରୁଥିବା ହିଲ୍ ୱେଜ୍ କମ୍ପାନି ଡିନାମାଇଟ୍ ବିସ୍ଫୋରଣ କରି ପଥର ଭାଙ୍ଗୁଥିଲା । ଫଳରେ ପୂରା ଚଟାଣ ଫାଟି ଯିବା ସହ ଭୂସ୍ଖଳନ ଘଟିଥିଲା। ତେବେ ପୂର୍ବରୁ ଏ ନେଇ ସତର୍କତା ଜାରି କରାଯାଇଥିବାରୁ ବିସ୍ଫୋରଣ ସମୟରେ ଉକ୍ତ ଅଂଚଳରେ ସୀମିତ ସଂଖ୍ୟକ ଲୋକ ଓ ଯାନବାହାନ ଥିଲେ । ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଏହି ଘଟଣାକୁ ଗୁରୁତ୍ବ ଦେଇ ଯଥାଶୀଘ୍ର ରାସ୍ତା ଖୋଲିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।












Click it and Unblock the Notifications