Get Updates
Get notified of breaking news, exclusive insights, and must-see stories!

Kedarnath: ମେ’ ୨ରେ ଖୋଲିବ କେଦାରନାଥଙ୍କ କପାଟ

ଖୋଲିବ ବାବା କେଦାରନାଥଙ୍କ ଧାମ । ଚଳିତ ବର୍ଷ ମେ' ୨ରେ ଖୋଲିବ କେଦାରନାଥଙ୍କ କପାଟ । ପବିତ୍ର ମହାଶିବରାତ୍ରି ଅବସରରେ ସ୍ଥିର ହେଲା ତାରିଖ ଓ ସମୟ । ମହାଦେବ ବାବା କେଦାରନାଥଙ୍କ କପାଟ ଖୋଲିବାର ଦିନ ଓ ମୁହୂର୍ତ୍ତର ସ୍ଥିର ହୋଇଛି ।

ମେ' ୨ରେ ଠିକ୍ ସକାଳ ୭ଟାରେ ଏହି ଦିବ୍ୟ କାର୍ଯ୍ୟର ଆରମ୍ଭ କରାଯିବ ଆଉ ସେହି ସମୟରୁ ହିଁ ଆରମ୍ଭ ହେବ ଚାରିଧାମ ଯାତ୍ରା । ତେବେ ଉଖୀମଠ ସ୍ଥିତ ଓଁକାରେଶ୍ବର ମନ୍ଦିରରୁ ବାବାଙ୍କ ଶୋଭାଯାତ୍ରା ମେ ୧ରେ କେଦାରନାଥରେ ପହଞ୍ଚିବ ଆଉ ମେ ୨ ସକାଳେ କପାଟ ଖୋଲାଯିବ ।

Kedarnath Temple

ତେବେ ଏକାଦଶ ଜୋତିର୍ଲିଙ୍ଗ ଭାବେ ପରିଚିତ ବାବା କେଦାରନାଥଙ୍କ ଧାମ ପ୍ରତି ବର୍ଷ ଶୀତଋତୁରେ ବନ୍ଦ ରୁହେ । ପ୍ରବଳ ତୁଷାରପାତ ପାଇଁ ୬ ମାସ ଏହି ଧାମ ବନ୍ଦ ରହିଥିଲା । ସମସ୍ତ ବିଧିବିଧାନ ଏବଂ ଧାର୍ମିକ ପରମ୍ପରା ସହିତ ୩ ନଭେମ୍ବରକୁ କେଦାରନାଥ ଧାମ କପାଟ ବନ୍ଦ ହୋଇଥିଲା ।

ସୂଚନାଯୋଗ୍ୟ, ଚଳିତବର୍ଷ ଚାରିଧାମ ଯାତ୍ରା ୩୦ ଏପ୍ରିଲରୁ ଗଙ୍ଗୋତ୍ରୀ ଏବଂ ଯମୁନେତ୍ରୀ ଧାମର କପାଟ ଖୋଲିବ । ଯାତ୍ରା ପାଇଁ ଅନଲାଇନ ରେଜିଷ୍ଟ୍ରେସନ ୧୧ ମାର୍ଚ୍ଚରୁ ହେବ ।

ତେଣୁ ଏଥର ୬୦ ପ୍ରତିଶତ ଅନଲାଇନ ଏବଂ ୪୦ ପ୍ରତିଶତ ଅଫଲାଇନ ରେଜିଷ୍ଟ୍ରେସନ ହେବ । ଅଫଲାଇନ ରେଜିଷ୍ଟ୍ରେସନ ଯାତ୍ରା ଆରମ୍ଭ ହେବାର ୧୦ ଦିନ ପୂର୍ବରୁ ହେବ । ଆଉ ଅନଲାଇନ ରେଜିଷ୍ଟ୍ରେସନ ମାର୍ଚ୍ଚ ୧୧ରୁ ଆରମ୍ଭ ହେବ । ଉତ୍ତରାଖଣ୍ଡ ସରକାରଙ୍କ ସରକାରୀ ୱେବସାଇଟ୍ registrationandtouristcare.uk.gov.in ରେ ଅନଲାଇନ୍ ପଞ୍ଜୀକରଣ କରାଯିବ ।

ହରିଦ୍ୱାର ଓ ଋଷିକେଶରେ ୨୦-୨୦ଟି ଏବଂ ବିକାଶନଗରରେ ୧୫ଟି ଅଫଲାଇନ୍ ପଞ୍ଜିକରଣ କାଉଣ୍ଟର ଖୋଲାଯିବ । ଯାତ୍ରାର ଗୋଟିଏ ମାସ ପୂର୍ବରୁ କୌଣସି ପ୍ରକାରର ଭିଆଇପି ଦର୍ଶନ ପାଇଁ ଅନୁମତି ଦିଆଯିବ ନାହିଁ । ସମସ୍ତ ଶ୍ରଦ୍ଧାଳୁଙ୍କୁ କେବଳ ସାଧାରଣ ପ୍ରକ୍ରିୟା ମାଧ୍ୟମରେ ହିଁ ଦର୍ଶନ କରିବାକୁ ପଡ଼ିବ ।

ମାଘ ଶୁକ୍ଳପକ୍ଷ ପଞ୍ଚମୀ ଅର୍ଥାତ୍ ବସନ୍ତ ପଞ୍ଚମୀ ଦିନ ତେହେରୀର ନରେନ୍ଦ୍ର ନଗର ରାଜଦାରବାରରେ ପାରମ୍ପରିକ ବିଧି ଅନୁସାରେ ବଦ୍ରିନାଥ ଧାମର କପାଟ ଖୋଲିବାର ତାରିଖ ସ୍ଥିର କରାଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+