Get Updates
Get notified of breaking news, exclusive insights, and must-see stories!

କେଦାରନାଥ ଗର୍ଭଗୃହ ହେଲା ସୁନା ଛାଉଣୀ,ଶୀତଦିନ ପାଇଁ ମନ୍ଦିର ଫାଟକ ବନ୍ଦ

କେଦାରନାଥ ଗର୍ଭଗୃହ କବାଟ ହେଲା ସୁନା ଛାଉଣୀ । ଏଥିସହିତ ଶୀତଦିନ ପାଇଁ ମନ୍ଦିର ଫାଟକ ମଧ୍ୟ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ କରାଯାଇଛି।

ଡେରାଡୁନ: ଦେଶର ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇ ଗଲାଣି ଶୀତ ଲହରୀ । ତେବେ ଏନେଇ ଆଜି ଠାରୁ ବାବା କେଦାରନାଥ ଧାମରେ ମଧ୍ୟ ସାଧାରଣ ଦର୍ଶନ ବନ୍ଦ ହୋଇଯାଇଛି। ଆଜି ସକାଳ ଆଠଟାରୁ ମନ୍ଦିର କବାଟ ବନ୍ଦ ହୋଇଥିବା ସୂଚନା ମିଳିଛି। ଏହାପରେ ପ୍ରଭୁଙ୍କୁ ପଞ୍ଚମୁଖୀ ଦୋଳିକୁ ଅଣାଯାଇଛି । ଏହା ପୂର୍ବରୁ ଗତକାଲି ରୀତିନୀତି ଅନୁସାରେ ପୂଜାଅର୍ଚ୍ଚନା ସରିଛି । ଅନ୍ୟପଟେ ଗତକାଲି ଶେଷ ହୋଇଛି ମନ୍ଦିରର ଗର୍ଭଗୃହ ସୁନା ଛାଉଣୀ କାର୍ଯ୍ୟ ।

kedarnath
ଆଇଆଇଟି ରାଉରକେଲା , ସେଣ୍ଟ୍ରାଲ ବିଲ୍ଡିଂ ରିସର୍ଚ୍ଚ ରୁରକୀ ଏବଂ ଏସଆଇର 6 ଜଣିଆ ଟିମ ମନ୍ଦିର ଯାଞ୍ଚ କରିବା ପରେ ଗର୍ଭଗୃହର କାନ୍ଥ ଏବଂ ଛାତରେ 550ଟି ସୁନା ପରତରେ ସଜାଯାଇଥିଲା । ଏହି କାମ ଆରମ୍ଭରୁ 3 ଦିନ ପୂର୍ବରୁ ଏହି ସୁନା ପରତକୁ 18ଟି ଖଚର ପିଠିରେ ଲଦି ମନ୍ଦିରକୁ ଅଣାଯାଇଥିଲା । ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଥିଲେ 19 ଜଣ କାରିଗର । ବଦ୍ରିନାଥ-କେଦାରନାଥ ମନ୍ଦିର କମିଟିର ସଭାପତିଙ୍କ କହିବା ଅନୁସାରେ,କିଛି ଦିନ ହେବ ସ୍ବର୍ଣ୍ଣ ସାଜସଜା କାର୍ଯ୍ୟ ଚାଲିଥିଲା । ଗତକାଲି ଏହା ଶେଷ ହୋଇଛି।


ମୁମ୍ବାଇର ବ୍ୟବସାୟୀ ତଥା ଲାଖି ପରିବାର ପକ୍ଷରୁ ଏହି ସୁନା ଛାଉଣୀ କରାଯାଇଛି। ଏହି ପରିବାର ହିଁ ସମସ୍ତ ଖର୍ଚ୍ଚ ବହନ କରିଛନ୍ତି । 230 କିଲୋଗ୍ରାମରେ ସୁନାରେ ସଜେଇ ହୋଇଛି ଗର୍ଭଗୃହ। ଏହା ପୂର୍ବରୁ 2017ରେ ଗର୍ଭଗୃହରେ ରୂପାଛାଉଣୀ କରାଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+