ଉତ୍ତରାଖଣ୍ତ ଭାରତର ନୂତନ କ୍ରୀଡ଼ା ହବ୍ : ପାରମ୍ପରିକ ଖେଳକୁ ମିଳୁଛି ପ୍ରୋତ୍ସାହନ, ଜାଣନ୍ତୁ କାହିଁକି ଖାସ୍
38th National Games: ନଅଟି ସ୍ଥାନରେ ୧୮ ଦିନିଆ ଜାତୀୟ କ୍ରୀଡ଼ାର ସଫଳତା ସହ ଆୟୋଜନ କରି ଉତ୍ତରାଖଣ୍ଡ କ୍ରୀଡ଼ା କ୍ଷେତ୍ରରେ ନୂଆ ଇତିହାସ ରଚିଛି । ଦେବଭୂମି ଭାବେ ପରିଚିତ ଉତ୍ତରାଖଣ୍ତ ଆଜି କ୍ରିଡା ଭୂମି ଭାବେ ନୂଆ ପରିଚୟ ସୃଷ୍ଟି କରିଛି । ସାରା ଦେଶର ୧୬ ହଜାରରୁ ଅଧିକ ଖେଳାଳି ୩୫ଟି କ୍ରୀଡାରେ ଅଂଶଗ୍ରହଣ କରିଥିଲେ ଏବଂ ମୋଟ ୪୪୮ ସ୍ୱର୍ଣ୍ଣ, ୪୪୮ ରୌପ୍ୟ ଏବଂ ୫୯୪ କାଂସ୍ୟ ପଦକ ଜିତିଥିଲେ।
ଜାତୀୟ ସ୍ତରରେ ଅନେକ ଖେଳାଳି ନିଜ ନାଁ ରେକର୍ଡ କରିଛନ୍ତି । ଉତ୍ତରାଖଣ୍ଡ କେବଳ ପଦକ ତାଲିକାରେ ନିଜର ସ୍ଥାନ ସୁଦୃଢ କରି ନାହିଁ ବରଂ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମିଙ୍କ ନେତୃତ୍ୱରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ଶୃଙ୍ଖଳିତ ଭାବରେ ପରିଚାଳନା କରି ନିଜ ଦକ୍ଷତାର ପ୍ରମାଣ ମଧ୍ୟ ଦେଇଛନ୍ତି ।

ଉତ୍ତରାଖଣ୍ଡରେ ଜାତୀୟ କ୍ରୀଡ଼ାକୁ ୯ ଅକ୍ଟୋବରରେ ଗ୍ରୀନ୍ ସିଗନାଲ ମିଳିଥିଲା । ଜାନୁଆରୀ ୨୮ ତାରିଖରୁ ଜାତୀୟ କ୍ରୀଡ଼ା ଆରମ୍ଭ କରିବା ପାଇଁ, ରାଜ୍ୟ ସରକାର ମାତ୍ର ସାଢେ ତିନି ମାସ ମଧ୍ୟରେ
ସମସ୍ତ ପ୍ରସ୍ତୁତି ସମାପ୍ତ କରିଥିଲେ ଏବଂ ସଫଳତାର ସହ ଏହି କାର୍ଯ୍ୟକ୍ରମ ଆୟୋଜନ କରି ଏକ ରେକର୍ଡ ସୃଷ୍ଟି କରିଥିଲେ । ପିଥୋରାଗଡ଼ ଏବଂ ତେହରି ଭଳି ପାହାଡ଼ି ଜିଲ୍ଲାରେ ମଧ୍ୟ ଅତି ସୁନ୍ଦର ଭାବେ ଖେଳର ଆୟୋଜନ କରାଯାଇଥିଲା ।
ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି କହିଛନ୍ତି, ରାଜ୍ୟ ପ୍ରତିଷ୍ଠାର ରୌପ୍ୟ ଜୟନ୍ତୀ ବର୍ଷରେ ଉତ୍ତରାଖଣ୍ଡରେ ପ୍ରଥମ ଥର ପାଇଁ ଜାତୀୟ କ୍ରୀଡା ଆୟୋଜନ କରାଯାଇଥିଲା। ଅନେକ ଚାମ୍ପିଅନ୍ ମଧ୍ୟ ଉଭା ହୋଇଛନ୍ତି ଯେଉଁମାନଙ୍କ ପାଖରେ ଭବିଷ୍ୟତରେ ଭାରତକୁ ପ୍ରତିନିଧିତ୍ୱ କରିବାର ସକ୍ଷମ ରହିଛି । ଏହି ଖେଳରେ ପ୍ରଥମ ଥର ପାଇଁ ଯୋଗ ଏବଂ ମଲ୍ଲଖମ୍ବ ଭଳି ଆମର ପାରମ୍ପରିକ ଖେଳଗୁଡ଼ିକୁ ମଧ୍ୟ ସାମିଲ କରାଯାଇଛି । ଆମେ ରାତିରେ ନଦୀ ରାଫ୍ଟିଂ ପ୍ରତିଯୋଗିତା ଆୟୋଜନ କରି ଏକ ବିଶ୍ୱ ରେକର୍ଡ ମଧ୍ୟ ସୃଷ୍ଟି କରିବାରେ ସଫଳ ହୋଇଛୁ ।












Click it and Unblock the Notifications