Get Updates
Get notified of breaking news, exclusive insights, and must-see stories!

ପୁଣି ବାଦଲ ଫଟା ବର୍ଷା; ୨ ନିଖୋଜ

ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାର ଥରାଲିରେ ଶୁକ୍ରବାର ବିଳମ୍ବିତ ରାତିରେ ବାଦଲ ଫଟା ବର୍ଷା ହୋଇଛି । ଫଳରେ ଥରାଲିରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ବାଦଲ ଫଟା ବର୍ଷାର ସର୍ବାଧିକ ପ୍ରଭାବ ଥରାଲି ବଜାର, କୋଟଦୀପ ଓ ତହସିଲରେ ଦେଖିବାକୁ ମିଳିଛି । ଏସଡିଏମ୍‌ଙ୍କ ବାସଭବନ ସହ ଅନେକ ଘରେ ମାଟି କାଦୁଅ ମାଡ଼ି ଯାଇଛି । ତହସିଲ୍ କାର୍ଯ୍ୟାଳୟରେ ଥିବା ଅନେକ ଗାଡ଼ି ମାଟି କାଦୁଅରେ ଦବି ଯାଇଛି । ନିକଟରେ ଥିବା ସାଗୱାଡ଼ା ଗାଁରେ ମାଟି କାଦୁଅରେ ଫସି ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ନିଖୋଜ ଥିବା ଜଣାପଡ଼ିଛି ।

ପ୍ରବଳ ବର୍ଷା ଓ ମାଟି କାଦୁଅ ମାଡ଼ ଯିବାରୁ ଥରାଲି-ଗ୍ଵାଲଦମ ରାସ୍ତାକୁ ମିଙ୍ଗଦେରା ନିକଟରେ ବନ୍ଦ କରି ଦିଆଯାଇଛି । ସେହିଭଳି ଥରାଲି-ସାଗୱାଡ଼ା ରାସ୍ତାରେ ବି ପ୍ରଭାବିତ ହୋଇଛି ଯାତାୟାତ । ୨ଟି ରାସ୍ତା ବନ୍ଦ ହେବା ଫଳରେ ଗମନାଗମନ ଠପ୍ ହୋଇ ପଡ଼ିଛି । ଯାତାୟାତ ସ୍ଵାଭାବିକ କରିବାକୁ ବର୍ଡର ରୋଡ୍ ଅର୍ଗାନାଇଜେନ୍ ଟିମ୍ କାମ କରୁଛି ।

landslide

ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଥରାଲି ତହସିଲ୍ ଅନ୍ତର୍ଗତ ସମସ୍ତ ସ୍କୁଲ୍ ଓ ଅଙ୍ଗନୱାଡ଼ିକୁ ଶନିବାର ବନ୍ଦ ରଖା ଯାଇଛି । ଏହା ପୂର୍ବରୁ ଅଗଷ୍ଟ ୫ରେ ଉତ୍ତରକାଶୀର ଧରାଲି ଓ ହର୍ଷିଲ ଅଞ୍ଚଳରେ ବାଦଲ ଫଟା ବର୍ଷା ଏବଂ ଅଚାନକ ବନ୍ୟା ଫଳରେ ଧରାଲି ଓ ହର୍ଷିଲ ଧ୍ଵସ୍ତ ବିଧ୍ଵସ୍ତ ହୋଇ ଯାଇଥିଲା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+