For Quick Alerts
Turn On Notification  
For Daily Alerts
Oneindia App Download

ଉତ୍ତରାଖଣ୍ଡ ହିମସ୍ଖଳନ ଘଟଣା : ଆହୁରି 24 -48 ଘଣ୍ଟା ଲାଗି ପାରେ ଉଦ୍ଧାର କାର୍ଯ୍ୟ, NDRF

ଜାତୀୟ ବିପର୍ଯ୍ୟୟ ମୁକାବିଲା ବଳ (ଏନଡିଆରଏଫ) ନିର୍ଦ୍ଦେଶକ ସୋମବାର ଉତ୍ତରାଖଣ୍ଡରେ ଉଦ୍ଧାର କାର୍ଯ୍ୟ ବିଷୟରେ ସୂଚନା ଦେଇଛନ୍ତି । ଚାମୋଲି ଜିଲ୍ଲାରେ ହିମସ୍ଖଳନ ଦୁର୍ଘଟଣାରେ ଚାଲିଥିବା ଉଦ୍ଧାର କାର୍ଯ୍ୟ ଆହୁରି 24ରୁ 48 ଘଣ୍ଟା ଲାଗିପାରେ ।

|

ନୂଆଦିଲ୍ଲୀ : ଜାତୀୟ ବିପର୍ଯ୍ୟୟ ମୁକାବିଲା ବଳ (ଏନଡିଆରଏଫ) ନିର୍ଦ୍ଦେଶକ ସୋମବାର ଉତ୍ତରାଖଣ୍ଡରେ ଉଦ୍ଧାର କାର୍ଯ୍ୟ ବିଷୟରେ ସୂଚନା ଦେଇଛନ୍ତି । ଚାମୋଲି ଜିଲ୍ଲାରେ ହିମସ୍ଖଳନ ଦୁର୍ଘଟଣାରେ ଚାଲିଥିବା ଉଦ୍ଧାର କାର୍ଯ୍ୟ ଆହୁରି 24ରୁ 48 ଘଣ୍ଟା ଲାଗିପାରେ । ସେଠାରେ ଉଦ୍ଧାର କାର୍ଯ୍ୟରେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି । ଯାତାୟତ ସୁବିଧା ନଥିବାରୁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହେଉଛି । ସଡ଼କ ପଥରେ ସେଠାକୁ ଯିବାକୁ ଅସୁବିଧା ହେଉଥିବାରୁ ମାତ୍ର ଦୁଇଟି ଦଳ ସେଠାରେ ସଡ଼କ ପଥରେ ପହଞ୍ଚି ପାରିଛନ୍ତି । ଅନ୍ୟ ଉଦ୍ଧାରକାରୀ ଦଳମାନଙ୍କୁ ଆକାଶ ପଥରେ ନେଇ ସେଠାରେ ପହଞ୍ଚାଯାଇଛି ବୋଲି କହିଛନ୍ତି ଏନଡିଆରଏଫ ନିର୍ଦ୍ଦେଶକ ।

Uttarakhand-Glacier-Incident

2.5 କିଲୋମିଟର ଲମ୍ବା ଟନେଲରେ ଉଦ୍ଧାର କାର୍ଯ୍ୟ ଚାଲିଛି । ଏପର୍ଯ୍ୟନ୍ତ 27ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି । ଏହି ଦୁର୍ଘଠଣାରେ ମୃତ୍ୟୁ ସଂଖ୍ୟା 14କୁ ବୃଦ୍ଧି ପାଇଥିବା ବେଳେ 153ଜଣ ନିଖୋଜ ଅଛନ୍ତି । ଏହା ସହିତ 40ରୁ 50 ଜଣଟନେଲ ଭିତରେ ଫସିରହିଥିବା କୁହାଯାଉଛି ।

ଜିଲ୍ଲା ମାଜିଷ୍ଟ୍ରେଟ୍ ସ୍ୱାତି ଭଦୋରିଆ କହିଛନ୍ତି ଯେ, ଏନଡିଆରଏଫ୍ ଟିମ୍ ସହଯୋଗରେ ଉଦ୍ଧାର କାର୍ଯ୍ୟ ଚାଲିଛି । ସେତୁ ଭାଙ୍ଗିବା କାରଣରୁ ପ୍ରଭାବିତ ଗ୍ରାମରେ ମଧ୍ୟ ଉଦ୍ଧାରକାରୀ ଦଳ ପହଞ୍ଚିବେ । ଭଦୋରିଆ କହିଛନ୍ତି ଯେ ସେତୁ ଭାଙ୍ଗିବା କାରଣରୁ ପ୍ରଭାବିତ ହୋଇଥିବା 13 ଟି ଗାଁ ପାଇଁ ଆମେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛୁ ଏବଂ ସେମାନଙ୍କୁ ଖାଦ୍ୟ ଏବଂ ଚିକିତ୍ସା ସହାୟତା ଯୋଗାଇ ଦିଆୟାଉଛି ।

170 ରୁ ଅଧିକ ଶ୍ରମିକ ନିଖୋଜ ଥିବାବେଳେ ମୋଟ 14 ଟି ମୃତଦେହ ଉଦ୍ଧାର କରାଯାଇଛି । ଏନଟିପିସି ପ୍ଲାଣ୍ଟରେ 148 ଜଣ ଏବଂ ଋଷିଗଙ୍ଗା ଠାରେ କାର୍ଯ୍ୟ କରୁଥିବା 22 ଜଣ ନିଖୋଜ ଥିବା ନେଇ ପ୍ରକଳ୍ପ ମୁଖପାତ୍ର ସୂଚନା ଦେଇଛନ୍ତି ।

ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ ମୃତକଙ୍କ ପରିବାରକୁ 4 ଲକ୍ଷ କ୍ଷତିପୂରଣ ଘୋଷଣା କରିଛନ୍ତି । ରାୱତ ଏହା ମଧ୍ୟ କହିଛନ୍ତି ଯେ ବିପର୍ଯ୍ୟୟ ଦ୍ୱାରା ପ୍ରଭାବିତ ସ୍ଥାନରେ ଶ୍ରମିକଙ୍କ ଜୀବନ ବଞ୍ଚାଇବା ପାଇଁ ପୋଲିସ, ସେନା ଏବଂ ଆଇଟିବିପି ଦଳ ତଥା ଜାତୀୟ ଏବଂ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ବାହିନୀର ଦଳମାନେ ଯଥାସମ୍ଭବ ଉଦ୍ୟମ କରୁଛନ୍ତି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Uttarakhand glacier burst: Rescue operations can possibly take 24-48 hours, says NDRF.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X