Uttarakhand flash floods:କେରଳର ୨୮ ପର୍ଯ୍ୟଟକ ନିଖୋଜ
ଉତ୍ତରାଖଣ୍ଡର ଉତ୍ତରକାଶୀରେ ବାଦଲଫଟା ବର୍ଷା ପରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି । ପ୍ରାକୃତିକ ବିପର୍ଯ୍ୟୟରେ କେରଳର ୨୮ଜଣ ପର୍ଯ୍ୟଟକ ନିଖୋଜ ହୋଇଯାଇଛନ୍ତି। ନିଖୋଜ ପର୍ଯ୍ୟଟକଙ୍କ ସମ୍ପର୍କୀୟ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, କେରଳର ୨୮ ଜଣ ପର୍ଯ୍ୟଟକ ଗଙ୍ଗୋତ୍ରୀ ଧାମକୁ ବାହାରିଥିଲେ ଏବଂ ରାସ୍ତାରେ ଧରାଲି ଗାଁରେ ରହିଥିଲେ। ସେମାନେ ସକାଳେ ଗଙ୍ଗୋତ୍ରୀ ଯିବାର ଥିଲା, କିନ୍ତୁ ଏବେ ସେମାନଙ୍କର କୌଣସି ସନ୍ଧାନ ନାହିଁ।

ସୂଚନାନୁଯାୟୀ, ସକାଳ ପ୍ରାୟ ୮.୩୦ଟା ସମୟରେ ପର୍ଯ୍ୟଟକମାନେ ଉତ୍ତରକାଶୀରୁ ଗଙ୍ଗୋତ୍ରୀ ଯାଉଥିଲେ । ସେହି ସମୟରେ ରାସ୍ତାରେ ଭୂସ୍ଖଳନ ହୋଇଥିଲା । ଯାହା ଫଳରେ ଯୋଗାଯୋଗ ପରିବାର ସଦସ୍ୟଙ୍କ ସହ ହୋଇପାରିନଥିଲା । ହରିଦ୍ୱାରର ଏକ ଟ୍ରାଭେଲ୍ ଏଜେନ୍ସି 10 ଦିନିଆ ଉତ୍ତରାଖଣ୍ଡ ଯାତ୍ରାର ଆୟୋଜନ କରିଥିଲା।
ଟ୍ରାଭେଲ୍ ଏଜେନ୍ସି ମଧ୍ୟ ଦଳ ବିଷୟରେ କୌଣସି ସୂଚନା ଦେଇପାରୁନାହିଁ । ବର୍ତ୍ତମାନ ମଧ୍ୟ ଯୋଗାଯୋଗ ପାଇଁ ସେହି ଅଞ୍ଚଳରେ କୌଣସି ମୋବାଇଲ୍ ନେଟୱାର୍କ ନାହିଁ ।' ସେହି ଦିନରେ ଉତ୍ତରକାଶୀ ଧରାଳିରେ ମଧ୍ୟ ବିପର୍ଯ୍ୟୟ ଯୋଗୁଁ ୫ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି । ଅନ୍ୟପଟେ ଅଗଷ୍ଟ ୬ ବୁଧବାର ଅର୍ଥାତ୍ ଆଜି ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ସୂଚନା ଦେଇଛନ୍ତି । ଏପର୍ଯ୍ୟନ୍ତ ୧୯୦ ଜଣଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ଏହାରି ମଧ୍ୟରେ ମୋଯି ସମସ୍ତ ପ୍ରକାର ସହାୟତା ଯୋଗାଇବାର ପ୍ରତିଶ୍ରୁତି ଦେଇଛନ୍ତି ।












Click it and Unblock the Notifications