ଭୂକମ୍ପରେ ଥରିଲା ଉତ୍ତର ଭାରତ: ସକାଳୁ ଥରି ଉଠିଲା ଉତ୍ତରକାଶୀ
Earthquake News: ଜାନୁଆରୀ 24, ଶୁକ୍ରବାର ସକାଳେ ଉତ୍ତରାଖଣ୍ଡର ଉତ୍ତରକାଶୀ ଏବଂ ଆଖପାଖ ଅଞ୍ଚଳରେ ଦୁଇଥର ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଭୂମିକମ୍ପ ଯୋଗୁଁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଭୂମିକମ୍ପ ଯୋଗୁଁ, ବରୁଣାବତ ପର୍ବତର ଭୂସ୍ଖଳନ କ୍ଷେତ୍ରରୁ ପଥର ଖସିବା ନେଇ ମଧ୍ୟ ସୂଚନା ରହିଛି ।

ଗୋଟିଏ ଦିନରେ ଦୁଇ ଦୁଇ ଥର ଭୂକମ୍ପ ପରେ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି । ଭୟରେ ଅନେକ ଲୋକ ଘର ବାହରକୁ ପଳାଇ ଆସିଥିବାର ଦେଖିବା ପାଇଁ ମିଳିଥିଲା । ସକାଳ 7:42 ରେ ପ୍ରଥମ ଭୂମିକମ୍ପ ଅନୁଭୂତ ହୋଇଥିଲା ଯାହା ପରେ ପାହାଡରୁ ପଥର ଖସିବା ଆରମ୍ଭ ହୋଇଥିଲା । ସେହିପରି ଦ୍ୱିତୀୟ ଥର ସକାଳ 8:29 ରେ ଭୂମିକମ୍ପ ହୋଇଥିଲା, ଯାହାର ତୀବ୍ରତା ରିକ୍ଟର ସ୍କେଲରେ 3.5 ରେକର୍ଡ କରାଯାଇଥିଲା। କୁହାଯାଉଛି ଯେ ଭୂମିକମ୍ପର କେନ୍ଦ୍ରସ୍ଥଳ ଉତ୍ତରକାଶୀର ପାଞ୍ଚ କିଲୋମିଟର ଗଭୀରରେ ।












Click it and Unblock the Notifications