ଉତ୍ତରାଖଣ୍ଡରେ ଲାଗୁ ହେବ ୟୁସିସି, ପତି-ପତ୍ନୀଙ୍କ ତଲାକରେ ହେଲା ଅଲଗା ନିୟମ
UCC In Uttarakhand: ୟୁନିଫର୍ମ ସିଭିଲ କୋଡ (ୟୁସିସି) ର ଡ୍ରାଫ୍ଟ ପ୍ରସ୍ତୁତ କରିବାକୁ ଉତ୍ତରାଖଣ୍ଡ ସରକାର ଗଠନ କରିଥିବା କମିଟି ଶୁକ୍ରବାର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କୁ ଏହି ଡ୍ରାଫ୍ଟ ଡକ୍ୟୁମେଣ୍ଟ ହସ୍ତାନ୍ତର କରିଛି । ଆୟୋଜିତ ଏକ କାର୍ଯ୍ୟକ୍ରମରେ ପାଞ୍ଚ ସଦସ୍ୟ ବିଶିଷ୍ଟ କମିଟିର ସଭାପତି ତଥା ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ରଂଜନ ପ୍ରକାଶ ଦେଶାଇ ୟୁସିସିର ଡ୍ରାଫ୍ଟକୁ ମୁଖ୍ୟମନ୍ତ୍ରୀ ଧାମିଙ୍କୁ ହସ୍ତାନ୍ତର କରିଛନ୍ତି ।
ଏହି କାର୍ଯ୍ୟକ୍ରମରେ ରାଜ୍ୟ ମୁଖ୍ୟ ଶାସନ ସଚିବ ରାଧା ରତୁରୀ ଉପସ୍ଥିତ ଥିଲେ । ଏହି ସମୟରେ ଜଷ୍ଟିସ ଦେଶାଇ (ଅବସରପ୍ରାପ୍ତ) ଙ୍କ ବ୍ୟତୀତ ଜଷ୍ଟିସ ପ୍ରମୋଦ କୋହଲି (ଅବସରପ୍ରାପ୍ତ), ସାମାଜିକ କର୍ମୀ ମନୁ ଗୌଡ, ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟ ଶାସନ ସଚିବ ଶତ୍ରୁଘ୍ନ ସିଂ ଏବଂ ଡୁନ ବିଶ୍ୱବିଦ୍ୟାଳୟର କୁଳପତି ସୁରେଖା ଡଙ୍ଗୱାଲ ମଧ୍ୟ ଉପସ୍ଥିତ ଥିଲେ ।
ୟୁସିସ ଉପରେ ଏହି ବିଲ ପାସ କରିବାକୁ ଫେବୃଆରୀ ୫ରୁ ଉତ୍ତରାଖଣ୍ଡ ବିଧାନସଭାର ଏକ ଚାରି ଦିନିଆ ସ୍ୱତନ୍ତ୍ର ଅଧିବେଶନ ଡକାଯାଇଛି । ବିଧାନସଭାରେ ଏହାକୁ ବିଲ ଭାବରେ ଉପସ୍ଥାପନ କରିବା ପୂର୍ବରୁ ରାଜ୍ୟ କ୍ୟାବିନେଟରେ ମଧ୍ୟ ଏହି ଡ୍ରାଫ୍ଟ ଉପରେ ଆଲୋଚନା କରାଯିବ ।

ଏହି ପରିପ୍ରେକ୍ଷୀରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି କହିଛନ୍ତି ଯେ ଆସନ୍ତା ବିଧାନସଭା ଅଧିବେଶନରେ ୟୁନିଫର୍ମ ସିଭିଲ କୋଡ ବିଲ ଆଗତ ହେବ ଏବଂ ଏହା ଖୁବ ଶୀଘ୍ର ଆଇନ ଭାବରେ କାର୍ଯ୍ୟକାରୀ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 'ଏକ ଭାରତ - ଶ୍ରେଷ୍ଠ ଭାରତ' ର ଦୃଷ୍ଟିକୁ ହୃଦୟଙ୍ଗମ କରି ଆମେ ରାଜ୍ୟରେ ସମସ୍ତଙ୍କୁ ସମାନ ଅଧିକାର ପ୍ରଦାନ କରିବାକୁ ସର୍ବଦା ସଂକଳ୍ପବଦ୍ଧ ଏବଂ ଆଜି ଆମେ ୟୁସିସି ମାଧ୍ୟମରେ ଏହି ସଂକଳ୍ପ ଗ୍ରହଣ କରୁଛୁ ।
ସିଏମ୍ ଧାମି ୟୁସିସି ସମ୍ବନ୍ଧରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ ଯେଉଁଥିରେ ସେ କହିଥିଲେ ଯେ ୟୁସିସି ପ୍ରସ୍ତୁତ କରିଥିବା କମିଟି ଆଜି ଆମକୁ ଡ୍ରାଫ୍ଟ ଦେଇଛି, କମିଟି ପ୍ରଥମେ ଗ୍ରାମମାନଙ୍କ ସହିତ କଥାବାର୍ତ୍ତା ଆରମ୍ଭ କରିଥିଲା, କମିଟି ରାଜ୍ୟର ୪୩ ଟି ସ୍ଥାନରେ ଯୋଗାଯୋଗ କରିଥିଲା, ଏହି କମିଟିରେ ଅନେକ ବିଦ୍ୱାନଙ୍କ ଦ୍ୱାରା କାର୍ଯ୍ୟ କରାଯାଇଛି, ୭୪୦ ପୃଷ୍ଠା ୪ ଭଲ୍ୟୁମରେ ଡ୍ରାଫ୍ଟ ଗ୍ରହଣ କରାଯାଇଛି । ସେ କହିଛନ୍ତି ଯେ ଫେବୃଆରୀ ୫ ରେ ହେବାକୁ ଥିବା ସ୍ୱତନ୍ତ୍ର ଅଧିବେଶନରେ ଆମେ ଏହା ଉପରେ ଆଲୋଚନା କରିବୁ । ଏହା ଆମର ନିର୍ବାଚନ ସଂକଳ୍ପ ଥିଲା, ଆମେ କ୍ଷମତାକୁ ଆସିଲେ ଏହାକୁ କାର୍ଯ୍ୟକାରୀ କରିବୁ ।
ଯଦି ଉତ୍ତରାଖଣ୍ଡରେ ୟୁସିସି ଲାଗୁ ହୁଏ, ତେବେ ଝିଅମାନଙ୍କର ବିବାହ ବୟସ ବୃଦ୍ଧି ପାଇବ । ଝିଅ ମାନଙ୍କର ବୟସ ବର୍ତ୍ତମାନ ୧୮ ରୁ ୨୧ ବର୍ଷକୁ ବୃଦ୍ଧି କରାଯିବ । ଛାଡପତ୍ର ପାଇଁ ଉଭୟ ସ୍ୱାମୀ-ସ୍ତ୍ରୀ ସମାନ ଅଧିକାର ପାଇବେ । ବିବାହ ପରେ ପଞ୍ଜୀକରଣ ଆବଶ୍ୟକ ହେବ । ବହୁ ବିବାହ ଉପରେ ସମ୍ପୂର୍ଣ୍ଣ ନିଷେଧା ଦେଶ ରହିବ । ଯଦି ଏହାକୁ କେହି ଅବମାନନା କରନ୍ତି, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଉଭୟ ପୁଅ ଏବଂ ଝିଅ ଉତ୍ତରାଧିକାରୀ ଭାବରେ ସମାନ ଅଧିକାର ପାଇବେ ।












Click it and Unblock the Notifications