୨୦୦ ଫୁଟ୍ ତଳକୁ ଖସିଲା ବସ୍: ୩୦ ମୃତ
Accident News: ଶନିବାର ଉତ୍ତରାଖଣ୍ତରେ ଏକ ବଡ଼ ଦୁର୍ଘଟଣା ଘଟିଛି। ବିବାହରେ ଯୋଗ ଦେବା ପରେ ଆଖି ବୁଜିଲେ ୩୦ ବରଯାତ୍ରୀ । ଉତ୍ତରାଖଣ୍ତର ପୌଡି ଜିଲ୍ଲାରେ ବରଯାତ୍ରୀ ନେଇ ଯାଉଥିବା ଏକ ବସ୍ ନିୟନ୍ତ୍ରଣ ହରାଇ ଏକ ଘାଇକୁ ଖସି ପଡିଛି । ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩୦ ଜଣଙ୍କ ମୃତ୍ୟୁ ଘଟିଛି ।

ସୂଚନା ଅନୁସାରେ, ଶୁକ୍ରବାର ରାତିରେ ଉତ୍ତରାଖାଣ୍ତର ପୌଡି ଜିଲ୍ଲାରେ ଏକ ବସ୍ ବରଯାତ୍ରୀ ନେଇ ଯାଉଥିବା ବେଳେ ହଠାତ୍ ନିୟନ୍ତ୍ରଣ ହରାଇ ଘାଇକୁ ଖସି ପଡିଥିଲା । ଏହି ବରଯାତ୍ରୀ ବସ ହରିଦ୍ୱାର ନିକଟ ଲାଲ ୱାଙ୍ଗ ଅଞ୍ଚଳରୁ ପୌଡି ଜିଲ୍ଲାର ବିରୋଖାଲ ଗାଁକୁ ଯାଉଥିଲା । ହେଲେ ବିବାହ ହେଉଥିବା ସ୍ଥାନରେ ପହଞ୍ଚିବା ପୂର୍ବରୁ ୨୦୦ ଫୁଟ୍ ଘାଇକୁ ବସଟି ଖସି ପଡିଥିଲା । ବସରେ ପ୍ରା ୫୦ ରୁ ୫୫ ବରଯାତ୍ରୀ ଥିବା ନେଇ ସୂଚନା ରହିଛି । ଉତ୍ତରାଖଣ୍ତ ବାଚସ୍ପତି ରିତୁ ଖଣ୍ତୁରୀ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଆହତଙ୍କୁ ଭେଟିଛନ୍ତି ।
ଏହି ଦୁର୍ଘଟଣାରେ ଅନେକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢିବାର ସମ୍ଭାବନା ରହିଛି । ହେଲେ ଡ୍ରାଇଭର ଅବହେଳା ଯୋଗୁଁ ଏପରି ବଡ଼ ଦୁର୍ଘଟଣା ଘଟିଛି ବୋଲି ପୋଲିସ ଅନୁମାନ କରୁଛି ।
-
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଚିଠି ଲେଖିଲେ କମଲ ହାସନ, "ନିଜ କାମରେ ଧ୍ୟାନ ଦିଅନ୍ତୁ"












Click it and Unblock the Notifications