ଶିଳ୍ପ ପାଇଁ ଗଞ୍ଜେଇ ଚାଷ କରିବାରେ ଉତ୍ତରାଖଣ୍ଡ ପ୍ରଥମ ରାଜ୍ୟ
ଶିଳ୍ପ ପାଇଁ ଗଞ୍ଜେଇ ଚାଷ କରିବାରେ ଉତ୍ତରାଖଣ୍ଡ ପ୍ରଥମ ରାଜ୍ୟ । 6 ମାସରେ ଉତ୍ପାଦନ ଆରମ୍ଭ ହୋଇଛି ।
ଡେରାଡୁନ: ଦେଶର ପ୍ରଥମ ରାଜ୍ୟ ଭାବେ ଉତ୍ତରାଖଣ୍ଡରେ ଶିଳ୍ପ କ୍ଷେତ୍ରରେ ଗଞ୍ଜେଇର ବ୍ୟବହାର ଆରମ୍ଭ ହୋଇଛି । 6 ବର୍ଷ ତଳେ ଏହି ଶିଳ୍ପକୁ ଆଗକୁ ନେବାକୁ ନେଇ ମିଳିଥିଲା ଅନୁମତି। ନିଶା ଉପାଦାନ କମ ଥିବା ଓ ଔଷଧୀୟ ବ୍ୟବହାର ପାଇଁ ସରକାର ଏହାକୁ ଅନୁମତି ପ୍ରଦାନ କରିଥିଲେ ।

ବର୍ତ୍ତମାନ ଇଣ୍ଡଷ୍ଟ୍ରିଆଲ ହେମ୍ପର ଉତ୍ପାଦନ ଆରମ୍ଭ ହୋଇଛି । ଉତ୍ତରାଖଣ୍ଡର ବାଗେଶ୍ବର ଜିଲ୍ଲାପାଳ ରୀନା ଯୋଶୀଙ୍କ କହିବା ଅନୁସାରେ, 5 ମାସର ପରିଶ୍ରମ ପରେ ଚାଷୀମାନେ ଏହି ଶିଳ୍ପ କ୍ଷେତ୍ରରେ ବୃଦ୍ଧି ଆଣିବାରେ ସକ୍ଷମ ହୋଇଛନ୍ତି ।
ଏହି ପ୍ରକଳ୍ପ ପାଇଁ ଅର୍ଥ ଖର୍ଚ୍ଚ କରିବା ସହିତ କୃଷି ବିଭାଗ ଏନେଇ 4 ଜଣ ଚାଷୀଙ୍କୁ ହେମ୍ପ ଉତ୍ପାଦନ ନେଇ ଅନୁମତି ପ୍ରଦାନ କରିଥିଲେ । ବର୍ତ୍ତମାନ ପାଖାପାଖି 0.5 ଏକର ଜମିରେ ଗଞ୍ଜେଇ ଚାଷ କରାଯାଇଛି। ଫସଲ ବଢିବା ବେଳେ ଏଥିରେ 0.3 ପ୍ରତିଶତ ଟିଏଚସି ରହିଥିବା ଜଣାପଡିଥିଲା । ଶିଳ୍ପ ପାଇଁ ଏହା ବ୍ୟବହାର କରାଯାଇ ପାରିବ ବୋଲି କହିଛନ୍ତି ଜିଲ୍ଲାପାଳ।












Click it and Unblock the Notifications