Get Updates
Get notified of breaking news, exclusive insights, and must-see stories!

ଉତ୍ତରାଖଣ୍ଡରେ ଭୟଙ୍କର ହିମସ୍ଖଳନ: ୪୧ ଶ୍ରମିକ ନିଖୋଜ, ୧୬ ଉଦ୍ଧାର

Uttarakhand Avalanche: ଉତ୍ତରାଖଣ୍ଡ ବଦ୍ରିନାଥ ଧାମ ନିକଟ ମାନାରେ ଭୟଙ୍କର ହିମସ୍ଖଳନ । ଏହି ଦୁର୍ଘଟଣାରେ ୫୭ ଜଣ ଶ୍ରମିକଙ୍କ ମଧ୍ୟରୁ ୧୬ ଜଣଙ୍କୁ ଉଦ୍ଧାର କରାଯାଇଛି। ଆହୁରି ୪୧ ଜଣ ଏବେ ବି ନିଖୋଜ ଥିବା ନେଇ ସୂଚନା ରହିଛି । ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ଭର୍ତ୍ତି କରାଯାଇଛି । ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି କହିଛନ୍ତି ଯେ ଉଦ୍ଧାର କାର୍ଯ୍ୟ ଦ୍ରୁତ ଗତିରେ ଜାରି ରହିଛି ।

ସମସ୍ତ ଏଜେନ୍ସି ସତର୍କତା ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଆମ୍ବୁଲାନ୍ସ ସମେତ ସମସ୍ତ ସୁବିଧା ପ୍ରସ୍ତୁତ ରଖାଯାଇଛି। ଶ୍ରମିକମାନଙ୍କୁ ବଞ୍ଚାଇବା ପାଇଁ ସମସ୍ତ ପ୍ରକାରର ପ୍ରୟାସ ଜାରି ରଖାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ଧାମି କହିଛନ୍ତି। ମୁଖ୍ୟମନ୍ତ୍ରୀ ଧାମି ଡେରାଡୁନର ବିପର୍ଯ୍ୟୟ ଅପରେସନ୍ସ ସେଣ୍ଟରରେ ପହଞ୍ଚି ଅଧିକାରୀଙ୍କଠାରୁ ହିମସ୍ଖଳନ ଘଟଣା ପଚାରି ବୁଝିଛନ୍ତି ଏବଂ ପୁରା ଘଟଣା ଉପରେ ନଜର ରଖିଛନ୍ତି ।

Uttarakhand Avalanche

ସୂଚନା ଅନୁଯାୟୀ, ଚାମୋଲିର ମାନା ଗାଁରେ ସୀମା ସଡ଼କ ସଂଗଠନର ମୋଟ ୫୭ ଜଣ କର୍ମଚାରୀ ରାସ୍ତାରୁ ବରଫ ହଟାଇବା କାମରେ ନିୟୋଜିତ ଥିଲେ, କିନ୍ତୁ ଏହି ସମୟ ମଧ୍ୟରେ ଏକ ହିମସ୍ଖଳନ ଯୋଗୁଁ ଶ୍ରମିକମାନେ ବରଫ ତଳେ ଫସି ରହିଛନ୍ତି । ମୋଟ ୫୭ ଜଣ ଶ୍ରମିକଙ୍କ ମଧ୍ୟରୁ ୧୬ ଜଣଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାକୁ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ସ୍ଥଳରେ ପ୍ରବଳ ତୁଷାରପାତ ଯୋଗୁଁ ଉଦ୍ଧାର କାର୍ଯ୍ୟରେ ସମସ୍ୟା ସୃଷ୍ଟି ହେଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+