କେଦାରନାଥକୁ ଯାଉଥିବା ବେଳେ ଭୂସ୍ଖଳନ, ଦୁଇ ମୃତ
କେଦାରନାଥ ଧାମ ପାଦଚଲା ରାସ୍ତାରେ ବୁଧବାର ଭୂସ୍ଖଳନ ଘଟିଛି। ଏହି ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩ ଜଣ ଆହତ ହୋଇଛନ୍ତି। ଭୂସ୍ଖଳନ ପରେ ଜଣେ ବ୍ୟକ୍ତି ନିଖୋଜ ଥିବା ଜଣାପଡ଼ିଛି ଏବଂ ତାଙ୍କର ସନ୍ଧାନ ଜାରି ରହିଛି। ଉଦ୍ଧାରକାରୀ ଦଳ ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଖବର ମୁତାବକ, କିଛି ଶ୍ରଦ୍ଧାଳୁ ଆଜି ଜଙ୍ଗଲୀଚଟ୍ଟି ଘାଟ ଟ୍ରେକିଂ ରୁଟରେ ଯାତ୍ରା କରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଛି । ଆହତ ୩ଜଣଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିବା ରୁଦ୍ରପ୍ରୟାଗ ପୋଲିସ ପକ୍ଷରୁ ସୂଚନା ମିଳିଛ । ଏହାସହିତ ଜଣେ ନିଖୋଜ ରହିଛନ୍ତି, ଯାହାଙ୍କୁ ଖୋଜାଚାଲିଛି । ମୃତକ ଦୁଇ ଜଣଙ୍କୁ କଣ୍ଡି ସହାୟତାରେ ଗୌରୀକୁଣ୍ଡକୁ ଅଣାଯାଇଛି ।

ଏହାପୂର୍ବରୁ ଜୁନ୍ ୧୫ ରବିବାରରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହାଇଚନ୍ତି । ପ୍ରବଳ ବର୍ଷା କାରଣରୁ ହଠାତ୍ ମାଟି ଧସିଥିଲା । ଏହାଦ୍ବାରା କିଛି ଲୋକ ଆହତ ହୋଇଥିଲେ । ଯାହା କାରଣରୁ ସୋନପ୍ରୟାଗରୁ କେଦାରନାଥ ପଦଯାତ୍ରାରେ ରୋକ୍ ଲଗାଇ ଦିଆଯାଇଥିଲା । ଏହାପରେ ଜୁନ୍ ୧୭ ତାରିଖରେ ରାସ୍ତାକୁ ସଫା କରାଯାଇଥିଲା ।












Click it and Unblock the Notifications